Advertisment

ହାଇକୋର୍ଟ ଦେଇନାହାନ୍ତି ଜୁଡ଼ିସିଆଲ ତଦନ୍ତ ନିର୍ଦ୍ଦେଶ: ପୀତାମ୍ବର ଆଚାର୍ଯ୍ୟ

ପୀତାମ୍ବର କହିଛନ୍ତି, ନବ ଦାସ ହତ୍ୟାକାଣ୍ଡର ତଦନ୍ତକୁ ତଦାରଖ କରୁଥିବା ଅବସରପ୍ରାପ୍ତ ଜେପି ଦାସଙ୍କ ନିଯୁକ୍ତି ବେଆଇନ।

author-image
Niranjan Mishra
ଅଦ୍ୟତନ ହୋଇଛି
BJP leader Pitambar Acharya

BJP leader Pitambar Acharya

ନବ ଦାସ ହତ୍ୟାକାଣ୍ଡର ତଦନ୍ତକୁ ତଦାରଖ କରୁଥିବା ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଜେପି ଦାସଙ୍କ ନିଯୁକ୍ତି ବେଆଇନ। ନବ ଦାସଙ୍କ ହତ୍ୟାକାଣ୍ଡର ତଦନ୍ତ କୋର୍ଟ ମନିଟରଡ୍‌ ତଦନ୍ତ ନୁହେଁ । କେଉଁ ଆଦେଶ ବଳରେ ସରକାର ଏକ ତଦାରଖ କମିଟି ବସେଇଛନ୍ତି ତାହାର କପିକୁ ସର୍ବ ସାଧାରଣରେ ରଖନ୍ତୁ। ହାଇକୋର୍ଟ କୌଣସି ଜୁଡିସିଆଲ ନିର୍ଦ୍ଦେଶ ଏ ବାବଦରେ କରି ନାହାନ୍ତି। କୋର୍ଟ ମଧ୍ୟ ନବ ଦାସଙ୍କ ହତ୍ୟାକାଣ୍ଡର ତଦନ୍ତ ଅବସରପ୍ରାପ୍ତ ଜଷ୍ଟିସ ଜେପି ଦାସ କରିବେ ବୋଲି କହିନାହାନ୍ତି। ନବ ଦାସ ହତ୍ୟା ମାମଲାକୁ ନେଇ ବିଜେପି ବରିଷ୍ଠ ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ଆଜି ପ୍ରେସ ମିଟ କରି ଏଭଳି ଚାଞ୍ଚଲ୍ୟକର ମତ ରଖିଛନ୍ତି।

Advertisment

ରାଜ୍ୟ ସରକାରଙ୍କୁ ଟାଗେଟ କରି ସେ କହିଛନ୍ତି, ଏହି ତଦାରଖ କମିଟି ବେଆଇନ। ଜଷ୍ଟିସ ଜେପି ଦାସ ଜୁଡିସ୍ୟାରି ଦ୍ୱାରା ନିୟୋଜିତ ହୋଇ ନାହାନ୍ତି। ସରକାର ନିଜ ପାପରେ ହାଇକୋର୍ଟକୁ ସାମିଲ କରନ୍ତୁ ନାହିଁ। ସରକାର ନିଜ ଦୋଷ ଲୁଚାଇବାକୁ ହାଇକୋର୍ଟ ମୁଣ୍ଡରେ ନଡ଼ିଆ ଭାଙ୍ଗୁଛନ୍ତି। ଏହା ସମ୍ପୂର୍ଣ୍ଣ ବେଆଇନ। ଯଦି କୋର୍ଟ ଏ ନିର୍ଦ୍ଦେଶ କରିଛନ୍ତି ତେବେ ସରକାର ଏହାକୁ ସର୍ବସାଧାରଣରେ ଦେଖାନ୍ତୁ। କେଉଁ ରିଟ୍ ପିଟିସନ୍, କେଉଁ ଜୁଡିସିଆଲ ପ୍ରୋସିଡିଂ ଓ ରାଜ୍ୟ ସରକାରଙ୍କ କେଉଁ ଆବେଦନ ଉପରେ ହାଇକୋର୍ଟ ଏକ ତଦାରଖ କମିଟି ବସାଇଛନ୍ତି ଏହାର ଜବାବ ବିଜେଡି ପ୍ରବକ୍ତାମାନେ କୁହନ୍ତି ବୋଲି ପୀତାମ୍ବର ଚ୍ୟାଲେଞ୍ଜ ଦେଇ କହିଛନ୍ତି।

ସେ ଅହୁରି କହିଛନ୍ତି, ସରକାର ଅତିତରେ ଏମିତି କରିଛନ୍ତି। ଚିଫଜଷ୍ଟିସ୍ ବିନିତ ସରେନ୍ ଥିବା ବେଳେ କୁନ୍ଦୁଲି ହତ୍ୟାକାଣ୍ଡ ବେଳେ ସରକାର ଏହିଭଳି ଏକ ଅନୁରୋଧ ଓଡ଼ିଶା ହାଇକୋର୍ଟଙ୍କୁ ଅନୁରୋଧ କରିଥିଲେ। ଚିଫ ଜଷ୍ଟିସ୍ ମନା କରିଥିଲେ। କାରଣ ଏହା ହାଇକୋର୍ଟଙ୍କ କ୍ଷମତା ସମ୍ପର୍କିତ ବିଷୟବସ୍ତୁ ନୁହେଁ। ଏଭଳି ସଂଗୀନ୍ ମାମଲାକୁ ଫୌଜଦାରୀ ସଂହିତା ଅନୁଯାୟୀ ପୁଲିସ ଲଗାଇ ତଦନ୍ତ କରିବା କଥା। ମାତ୍ର ନବ ଦାସ ହତ୍ୟା ମାମଲାକୁ ଭିନ୍ନ ରୂପ ଦିଆଯାଉଛି। ଏହା ଦ୍ୱାରା ଜଣେ ଅପରାଧୀକୁ ଖସାଇବାକୁ ଉଦ୍ୟମ କରୁଛନ୍ତି ସରକାର।

Advertisment

ଜଣେ ପୁଲିସ ଅଫିସର ନିଜର ସରକାରୀ ବନ୍ଧୁକରୁ ଗୁଳି ଫୁଟାଇ ମନ୍ତ୍ରୀଙ୍କୁ ହତ୍ୟା କରିବା ମାମଲାର ପ୍ରକୃତ କଥା ଉପସ୍ଥାପନ କରା ନ ଯାଇ ଅଭିଯୁକ୍ତ ରାଗ ରଖି, ମାନସିକ ବିକାରଗ୍ରସ୍ତ ହୋଇ କାଣ୍ଡ ଘଟାଇଥିବା କହିବା ଅବିଶ୍ୱାସ ଯୋଗ୍ୟ। ଏହି ମାମଲାକୁ ସିବିଆଇ ଦ୍ୱାରା ତଦନ୍ତ କରାଯାଉ। ନବଙ୍କ ଅପରାଧ ବିଷୟରେ ହୁଏତ ଲୋକେ ଜାଣି ନ ଥିଲେ, ହେଲେ ଗୁଇନ୍ଦା ବିଭାଗ ଦ୍ୱାରା ମୁଖ୍ୟମନ୍ତ୍ରୀ କ’ଣ ଜାଣି ନ ଥିଲେ ? ମାତ୍ର ତାଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ଦେଲେ। ଏବେ ଏହି କ୍ରିମିନାଲ ମନ୍ତ୍ରୀଙ୍କୁ ଜଣେ ପୁଲିସ ଅଫିସର ହତ୍ୟା କରିବାର ରହସ୍ୟ ଜାଣିବାର ଅଧିକାର ଓଡ଼ିଶା ବାସୀଙ୍କର ରହିଛି।

ମୁଁ ଛାତ୍ର ରାଜନୀତିରୁ ନବଙ୍କୁ ଜାଣିଛି। ଷଡ଼ଯନ୍ତ୍ର କରି ନବଙ୍କୁ ହତ୍ୟା କରାଯାଇଥିବା ଆଲୋଚନା ହେଉଛି। ନବଙ୍କ ନିକଟତମ ଲୋକେ ଏ ବାବଦରେ ଆଲୋଚନା କରୁଛନ୍ତି। ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଜଣେ ପୁଲିସ ଗୁଳି କରି ହତ୍ୟା କରିବା ପରେ ମୁଖ୍ୟମନ୍ତ୍ରୀ ଚୁପ୍ ରହିଛନ୍ତି। ପୁଲିସ ଓ କ୍ରାଇମ୍‌ବ୍ରାଞ୍ଚ ଉପରେ ଖୋଦ ରାଜ୍ୟ ସରକାରଙ୍କ ଭରସା ନାହିଁ ବୋଲି ହାଇକୋର୍ଟଙ୍କୁ ତଦାରଖ କର ବୋଲି ଚିଠି ଲେଖିଥିବା ଖବର ମିଳିଛି। ତେଣୁ ମାମଲାକୁ ତଦନ୍ତ ପାଇଁ ସିବିଆଇକୁ ଦିଆଯାଉ ବୋଲି ପୀତାମ୍ବର କହିଛନ୍ତି।

Naba Das Murder