Advertisment

ଅବହେଳାର ଲମ୍ୱା ତାଲିକା ଧରି ଚେତାବନୀ ଦେଲେ ନରସିଂହ

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ଅବହେଳାର ଲମ୍ୱା ତାଲିକା ଦେଲେ। ସାମ୍ୱାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ମନଇଚ୍ଛା ବର୍ଷିଲେ। ଆଉ ଚେତାବନୀ ଦେଲେ, ଦାବି ପୂରଣ ନହେଲେ ବଲାଙ୍ଗିର ଜିଲ୍ଲାରେ ଆନ୍ଦୋଳନ ଜୋରଦାର ହେବ। ରାଜ୍ୟ ସରକାରଙ୍କୁ ଆଜି ଏପରି ଚେତାବନୀ ଦେଇ ଗର୍ଜିଛନ୍ତି ବଲାଙ୍ଗିର ଜିଲ୍ଲାର ଟାଣୁଆ ନେତା ତଥା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର। ବଲାଙ୍ଗିର ସର୍କିଟ ହାଉସ୍‌ଠାରେ ଅନୁଷ୍ଠିତ ସାମ୍ୱାଦିକ ସମ୍ମିଳନୀରେ ନରସିଂହ ମିଶ୍ର କହିଛନ୍ତି, ରାଜ୍ୟ ସରକାର ବଲାଙ୍ଗିର ଜିଲ୍ଲା […]

author-image
Manoranjan Sial
‘ଡିଲ୍‌’ ନେଇ ଏମିତି କହିଲେ କଂଗ୍ରେସ ନେତା ନରସିଂହ ମିଶ୍ର

Narasingha-Mishra

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ଅବହେଳାର ଲମ୍ୱା ତାଲିକା ଦେଲେ। ସାମ୍ୱାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ମନଇଚ୍ଛା ବର୍ଷିଲେ। ଆଉ ଚେତାବନୀ ଦେଲେ, ଦାବି ପୂରଣ ନହେଲେ ବଲାଙ୍ଗିର ଜିଲ୍ଲାରେ ଆନ୍ଦୋଳନ ଜୋରଦାର ହେବ। ରାଜ୍ୟ ସରକାରଙ୍କୁ ଆଜି ଏପରି ଚେତାବନୀ ଦେଇ ଗର୍ଜିଛନ୍ତି ବଲାଙ୍ଗିର ଜିଲ୍ଲାର ଟାଣୁଆ ନେତା ତଥା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର।

Advertisment

ବଲାଙ୍ଗିର ସର୍କିଟ ହାଉସ୍‌ଠାରେ ଅନୁଷ୍ଠିତ ସାମ୍ୱାଦିକ ସମ୍ମିଳନୀରେ ନରସିଂହ ମିଶ୍ର କହିଛନ୍ତି, ରାଜ୍ୟ ସରକାର ବଲାଙ୍ଗିର ଜିଲ୍ଲା ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଛନ୍ତି। ଜିଲ୍ଲାର ସ୍କୁଲ ଓ କଲେଜ ଗୁଡିକରେ ଶିକ୍ଷକ ନାହାନ୍ତି। ଦୀର୍ଘ ଦିନ ହେଲା ବାଏପାସ ରାସ୍ତାର କାମ ଆଗକୁ ଯାଇପାରୁ ନାହିଁ। ହସ୍ପିଟାଲ୍‌ ଗୁଡିକରେ ଡାକ୍ତର ନାହାନ୍ତି। ଅନେକ ପ୍ରକଳ୍ପ ଅଧ ପନ୍ତରିଆ ହୋଇ ପଡି ରହିଛି। ଏନେଇ ବାରମ୍ୱାର ଅଭିଯୋଗ କଲେ ମଧ୍ୟ ରାଜ୍ୟ ସରକାର କର୍ଣ୍ଣପାତ କରୁନଥିବା ନରସିଂହ ଅଭିଯୋଗ କରିଛନ୍ତି।

ଶ୍ରୀ ମିଶ୍ର ଆହୁରି କହିଛନ୍ତି, ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ ସବୁ କ୍ଷେତ୍ରରେ ବଲାଙ୍ଗିର ଜିଲ୍ଲାକୁ ରାଜ୍ୟ ସରକାର ଅବହେଳା କରୁଛନ୍ତି। ରାଜ୍ୟ ସରକାର ଶୀଘ୍ର ସବୁ ସମସ୍ୟାର ସମାଧାନ ନକଲେ ଆଗକୁ ଆନ୍ଦୋଳନ ହେବ। ସେଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ ବୋଲି କହିଛନ୍ତି ବିଧାୟକ ନରସିଂହ ମିଶ୍ର।

Advertisment