ଆଜି ନିର୍ବାଚନ ପ୍ରଚାର ପାଇଁ ନବୀନଙ୍କ ୪ ଜିଲ୍ଲା ଗସ୍ତ

ପ୍ରଥମ ପର୍ଯ୍ୟାୟରେ କୋରାପୁଟ, ପରେ ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ନିର୍ବାଚନ ଥିବାବେଳେ, ବିଜେଡି ପ୍ରାର୍ଥୀଙ୍କ ଲାଗି ଭୋଟ ଭିକ୍ଷା କରିବେ ନବୀନ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

  • Published: Saturday, 04 May 2024
  • , Updated: 04 May 2024, 08:07 AM IST

ଆଜି ନିର୍ବାଚନ ପ୍ରଚାର ପାଇଁ ୪ଟି ଜିଲ୍ଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଥମେ କୋରାପୁଟ, ପରେ ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାକୁ ଯିବେ। ପୂର୍ବାହ୍ନରେ କୋରାପୁଟ ଓଏମପି ପଡ଼ିଆରେ ଜନସଭାରେ ଉଦବୋଧନ ଦେବେ। ଏହାପରେ ନବରଙ୍ଗପୁର ମାଝିଗୁଡ଼ା ଗ୍ରାଉଣ୍ଡରେ ରହିଛି ନବୀନଙ୍କ ନିର୍ବାଚନୀ ରାଲି।

ଅପରାହ୍ଣରେ ରାୟଗଡ଼ା ଟିକିରି ମୁସୁରିପଲ୍ଲାର ଛକ ଠାରେ ସାଧାରଣ ସଭାରେ ଯୋଗ ଦେବେ। ଏହାପରେ ଗଜପତିର ପାରଳାଖେମୁଣ୍ଡି ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ସମ୍ବୋଧନ କରିବେ। ପ୍ରଥମ ପର୍ଯ୍ୟାୟରେ ଏହି ୪ଟି ଜିଲ୍ଲାରେ ନିର୍ବାଚନ ଥିବାବେଳେ, ବିଜେଡି ପ୍ରାର୍ଥୀଙ୍କ ଲାଗି ଭୋଟ ଭିକ୍ଷା କରିବେ ନବୀନ।

ସୂଚନାଯୋଗ୍ୟ, ସାଧାରଣ ନିର୍ବାଚନ ତାରିଖ ଅଳ୍ପ ଦିନ ବାକି ଥିବା ବେଳେ କଂଗ୍ରେସ, ବିଜେପି ଓ ବିଜେଡିର ହେଭିୱେଟ ନେତାମାନେ ନିଜ ନିଜର ପ୍ରାର୍ଥୀମାନଙ୍କ ପାଇଁ ପ୍ରଚାର କରୁଛନ୍ତି। 

 

Related story