Advertisment

୧୦ ନୁହେଁ, ୧୨ରେ ଶପଥ ନେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ

୧୨ ତାରିଖ ସଂଧ୍ୟାରେ ହୋଇପାରେ ଶପଥ ଗ୍ରହଣ ସମାରୋହ।

author-image
Jitendra Garnayak
ଅଦ୍ୟତନ ହୋଇଛି
CM Chair

CM Chair

ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ତାରିଖ ବଦଳିଛି। ଜୁନ୍‌ ୧୦ ପରିବର୍ତ୍ତେ ଜୁନ୍‌ ୧୨ରେ ହେବ ଶପଥ ଗ୍ରହଣ ସମାରୋହ। ବିଜେପି ରାଜ୍ୟ ମୁଖପାତ୍ର ଯତୀନ ମହାନ୍ତି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ୧୧ ତାରିଖରେ ବିଧାୟକ ଦଳ ବୈଠକ ବସିବ। ସେଠାରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯିବ। 

Advertisment

ଶ୍ରୀ ମହାନ୍ତି କହିଛନ୍ତି, କିଛିଟା ବ୍ୟସ୍ତବହୁଳତା ତଥା ଦୁଇ ଦୁଇଟି ରାଜ୍ୟରେ ନୂତନ ମୁଖ୍ୟମନ୍ତ୍ରୀମାନେ ଶପଥ ଗ୍ରହଣ କରିବାର କାର୍ଯ୍ୟ ଥିବା ହେତୁ ଦୁଇ ଦିନ ଏହି କାର୍ଯ୍ୟକ୍ରମକୁ ଘୁଞ୍ଚାଇ ଦିଆଯାଇଛି। ପରବର୍ତ୍ତୀ ସମୟରେ ଶପଥ ଗ୍ରହଣ ସମାରୋହର ସମୟ ଓ ସଂପୂର୍ଣ୍ଣ ବିବରଣୀ ସଂପର୍କରେ ସୂଚନା ଦିଆଯିବ। 

ଶପଥଗ୍ରହଣ ଉତ୍ସବ ପାଇଁ ଜନତା ମୈଦାନରେ ଜୋରଦାର ପ୍ରସ୍ତୁତି ଚାଲିଥିବା ବେଳେ ଏଯାଏଁ ବିଜେପି କାହାକୁ ମୁଖ୍ୟମନ୍ତ୍ରୀ କରିବ, ତାହା ସ୍ପଷ୍ଟ ହୋଇନାହିଁ। ମୁଖ୍ୟମନ୍ତ୍ରୀ ପଦ ପାଇଁ ଯେଉଁମାନଙ୍କ ନାଁ ଆଲୋଚନା ହେଉଛି, ସେମାନଙ୍କ ମଧ୍ୟରେ ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରମୁଖ ରହିଛନ୍ତି। କିନ୍ତୁ ଆଜି ଆସିଥିବା ସୂଚନା ଅନୁଯାୟୀ, ସମ୍ବଲପୁରରୁ ସାଂସଦ ଭାବେ ନିର୍ବାଚିତ ହୋଇଥିବା ଧର୍ମେନ୍ଦ୍ର ପ୍ରଧାନ ପୁଣି ଥରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବେ। ଆଜି ମନ୍ତ୍ରୀ ଭାବେ ଶପଥ ନେବା ପାଇଁ ଯେଉଁମାନଙ୍କ ପାଖକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫୋନ୍ ଯାଇଛି, ସେମାନଙ୍କ ମଧ୍ୟରେ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଅଛନ୍ତି ବୋଲି କୁହାଯାଉଛି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନେଇ ବିଜେପି କେନ୍ଦ୍ରୀୟ ନେତୃତ୍ୱ କିଛି ସର୍‌ପ୍ରାଇଜ୍‌ ବି ଦେଇପାରନ୍ତି ବୋଲି କୁହାଯାଉଛି।      

Advertisment

ସୁରେଶ ପୂଜାରୀ, କନକ ବର୍ଦ୍ଧନ ସିଂହଦେଓ, ଜୟ ନାରାୟଣ ମିଶ୍ର, ମୋହନ ମାଝୀ, ରବି ନାଏକ ଓ ସୁରମା ପାଢ଼ୀଙ୍କ ସହିତ ପୃଥ୍ୱୀରାଜ ହରିଚନ୍ଦନ, ସୂର୍ଯ୍ୟବଂଶୀ ସୂରଜ, ଲକ୍ଷ୍ମଣ ବାଗ, ସମ୍ପଦ ସ୍ୱାଇଁ, ସନାତନ ବିଜୁଳି, ଅମର ନାୟକ, ବିଭୂତି ଜେନା, ସିଦ୍ଧାନ୍ତ ମହାପାତ୍ର, ଡାକ୍ତର ମୁକେଶ ମହାଲିଙ୍ଗ, ଅଶ୍ୱିନୀ ଷଡ଼ଙ୍ଗୀ, ଆଶ୍ରିତ ପଟ୍ଟନାୟକ, ବାବୁ ସିଂହ, କୃଷ୍ଣ ଚନ୍ଦ୍ର ମହାପାତ୍ର, ଭବାନୀ ଶଙ୍କର ଭୋଇ, ନିତ୍ୟାନନ୍ଦ ଗଣ୍ଡ, ଡାକ୍ତର ଫକୀର ମୋହନ ନାୟକ ଓ ପ୍ରଭାତୀ ପରିଡ଼ା ପ୍ରମୁଖ ମନ୍ତ୍ରୀ ରେସ୍‌ରେ ଅଛନ୍ତି ବୋଲି କୁହାଯାଉଛି। 

Cmo Of Odisha