Advertisment

ନିର୍ବାଚନ ପୂର୍ବରୁ ମହିଳା କାର୍ଡ ଖେଳିଲେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର

ଯୁବଗୋଷ୍ଠୀଙ୍କୁ ଅଧିକ ସଶକ୍ତ କରିବାକୁ ମଧ୍ୟ ନୀତୀଶ କୁମାର ବିହାର ୟୁଥ କମିଶନ ଗଠନ ହେବ ବୋଲି କହିଛନ୍ତି।

Nitish Kumar

Nitish Kumar

Advertisment

ଆଗାମୀ ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ମହିଳା ଭୋଟରଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ ଚେଷ୍ଟା କରିଛନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ବିଜେପି ଓ ଜେଡିୟୁ ସରକାରରେ ମୁଖ୍ୟମନ୍ତ୍ରୀ ଭାବେ କାମ କରୁଥିବା ନୀତୀଶ କୁମାର ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି।

Advertisment

ରାଜ୍ୟ ସରକାରଙ୍କ ସମସ୍ତ ବର୍ଗର ଚାକିରିରେ ଏଣିକି ୩୫% ପଦବୀ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଭାବେ ସଂରକ୍ଷିତ ହୋଇ ରହିବ। ଏହି ୩୫% ସଂରକ୍ଷଣ ବ୍ୟବସ୍ଥା କେବଳ ବିହାରର ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଲାଗୁ ହେବ ବୋଲି ନୀତୀଶ କୁମାର କହିଛନ୍ତି।

ଶ୍ରୀ କୁମାର କହିଛନ୍ତି, “ସମସ୍ତ ବର୍ଗ, ସମସ୍ତ ସ୍ତର ଓ ସବୁ ଧରଣର ସରକାରୀ ଚାକିରିରେ ଏଣିକି ୩୫% ପଦବୀ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଭାବେ ସଂରକ୍ଷିତ ହୋଇ ରହିବ। ବିହାରର ମୂଳ ବାସିନ୍ଦାଙ୍କୁ ସିଧାସଳଖ ନିଯୁକ୍ତି ପ୍ରକ୍ରିୟାରେ ଏପରି ସଂରକ୍ଷଣ ସୁବିଧା ମିଳିବ। ଏହି ସଂରକ୍ଷଣ ବ୍ୟବସ୍ଥା ଦ୍ୱାରା ଅଧିକରୁ ଅଧିକ ମହିଳା କର୍ମକ୍ଷେତ୍ରରେ ସାମିଲ ହୋଇ ପାରିବେ। ଏଥିସହ ବିହାରର ଶାସନ ନୀତି ଓ ପ୍ରଶାସିକ ବ୍ୟବସ୍ଥାରେ ମହିଳାମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ସକ୍ଷମ ହେବେ।”

Advertisment

ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଅଧ୍ୟକ୍ଷତାରେ ବିସିଥିବା କ୍ୟାବିନେଟ ବୈଠକରେ ସରକାରୀ ଚାକିରିରେ ମହିଳାଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ପ୍ରସ୍ତାବ ଉପରେ ମୋହର ଲଗାଯାଇଛି।ଅନ୍ୟପକ୍ଷରେ ଯୁବଗୋଷ୍ଠୀଙ୍କୁ ଅଧିକ ସଶକ୍ତ କରିବାକୁ ମଧ୍ୟ ନୀତୀଶ କୁମାର ବିହାର ୟୁଥ କମିଶନ ଗଠନ ହେବ ବୋଲି କହିଛନ୍ତି।

ସେ କହିଛନ୍ତି, “ବିହାରର ଯୁବଗୋଷ୍ଠୀଙ୍କ ପାଇଁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି, ସେମାନଙ୍କୁ ତାଲିମ ଓ ସେମାନଙ୍କୁ ଅଧିକ ସକ୍ଷମ ଏବଂ ସଶକ୍ତ କରିବା ଉଦ୍ଦେଶ୍ୟରେ ସରକାର ବିହାର ୟୁଥ କମିଶନ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ପ୍ରାସ୍ତବ ଉପରେ କ୍ୟାବିନେଟ ମୋହର ଲଗାଇଛି।”

ବିହାର ୟୁଥ କମିଶନ ଯୁବଗୋଷ୍ଠୀଙ୍କୁ ସଶକ୍ତ ଓ ଅଧିକ ସକ୍ଷମ କରିବା ପାଇଁ କ’ଣ ସବୁ କରାଯିବା ଦରକାର ସେ ସମ୍ପର୍କରେ ସରକାରଙ୍କୁ ପରାମର୍ଶ ଦେବେ। ଯୁବଗୋଷ୍ଠୀଙ୍କୁ ଉତ୍ତମ ଶିକ୍ଷା ଓ ସେମାନଙ୍କ ପାଇଁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ସଂସ୍ଥା ସବୁ ବିଭାଗ ସହ ସମନ୍ୱୟ ରକ୍ଷା କରି କାମ କରିବ। କମିଶନରେ ଜଣେ ଅଧ୍ୟକ୍ଷ, ଦୁଇ ଜଣ ଉପାଧ୍ୟକ୍ଷ ଓ ୭ ଜଣ ସଦସ୍ୟ ରହିବେ। ଏମାନଙ୍କ ବୟସ ୪୫ ବର୍ଷରୁ କମ ରହିବ।

ରାଜ୍ୟରେ ଥିବା ଘରୋଇ ସଂସ୍ଥାରେ ସ୍ଥାନୀୟ ଯୁବକମାନଙ୍କୁ ଉପଯୁକ୍ତ ସୁଯୋଗ ମିଳୁଛି କି ନାହିଁ, ତା’ର ଯାଞ୍ଚ ମଧ୍ୟ ଏହି କମିଶନ କରିବ। ସେହିପରି ବିହାର ବାହାରେ କାମ କରୁଥିବା କିମ୍ବା ପାଠପଢ଼ୁଥିବା ପିଲାମାନଙ୍କ ସୁରକ୍ଷାକୁ ମଧ୍ୟ କମିଶନ ନିଶ୍ଚିତ କରିବ।

Bihar Nitish Kumar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe