ସରିଲା ଷୋଡ଼ଶ ବିଧାନସଭାର ଶେଷ ଅଧିବେଶନ, ୫ ଦିନରେ ସାରିଦେଲେ

ଷୋଡ଼ଶ ବିଧାନସଭାର ଶେଷ ଅଧିବେଶନ ଗତ ୫ତାରିଖଠୁ ଆରମ୍ଭ ହୋଇଥିଲା ।  ମାତ୍ର ୫ଦିନ ଗୃହ ଚାଲିପାରିଛି ।

Assembly

ଓଡ଼ିଶା ବିଧାନ ସୌଧ ।

Ordigital Desk
  • Published: Friday, 09 February 2024
  • Updated: 09 February 2024, 07:56 PM IST

Sports

Latest News

ଷୋଡ଼ଶ ବିଧାନସଭାର ପଂଚଦଶ ଅର୍ଥାତ୍ ଶେଷ ଅଧିବେଶନ ଆଗୁଆ ଶେଷ ହୋଇଛି । ଗୃହ ଆସନ୍ତା ୧୩ତାରିଖ ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟସୂଚୀ ଥିଲେ ମଧ୍ୟ ଦୁଇଟି କାର୍ଯ୍ୟଦିବସ ଥାଇ ଆଜି ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି । ସାଧାରଣ ନିର୍ବାଚନ ପୂର୍ବରୁ ଏହା ଶେଷ ଅଧିବେଶନ । ଚଳିତ ଅଧିବେଶନରେ ଗତକାଲି ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଆଗତ ୪ମାସିଆ କାମଚଳା ବଜେଟକୁ ଉପସ୍ଥାପନ ଓ ଆଜି ଏହା ପାରିତ ହେବାପରେ ଶାସକ ଦଳ ଗୃହକୁ ବନ୍ଦ କରିବା ପାଇଁ ପ୍ରସ୍ତାବ ଦେଇଥିଲା ।

ଷୋଡ଼ଶ ବିଧାନସଭାର ଶେଷ ଅଧିବେଶନ ଗତ ୫ତାରିଖଠୁ ଆରମ୍ଭ ହୋଇଥିଲା ।  ମାତ୍ର ୫ଦିନ ଗୃହ ଚାଲିପାରିଛି । ଚଳିତ ଅଧିବେଶନରେ ଗୃହରେ ମହାପ୍ରଭୁଙ୍କ ଅର୍ପଣ ରଥ ବିବାଦ, ପରି ମାମଲା ନ୍ୟାୟ, କର୍ମଚାରୀଙ୍କ ଆନ୍ଦୋଳନ, ବେଦାନ୍ତ ପାଇଁ ଅଧିଗ୍ରହଣ ହୋଇଥିବା ଜମି ଫେରସ୍ତ ଓ ସାମ୍ବାଦିକଙ୍କ ସମସ୍ୟା ଆଦି ପ୍ରସଙ୍ଗକୁ ବିରୋଧୀ ଦଳ ଗୃହରେ ଉଠାଇଥିଲା । ଶାସକ ଦଳ କେବଳ ପରୀ ମାମଲାରେ ବିରୋଧୀ ବିଜେପିକୁ ଟାର୍ଗେଟ୍ କରିଥିଲା । ରାଜ୍ୟପାଳ ରଘୁବର ଦାସ ନିଜର ପ୍ରଥମ ଅଭିଭାଷଣ ମଧ୍ୟ ଚଳିତ ବିଧାନସଭା ଅଧିବେଶନରେ ରଖିଥିଲେ । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଅଭିଭାଷଣ ଉପରେ ମଧ୍ୟ ଠିକ୍ ଢଙ୍ଗରେ ଆଲୋଚନା ହୋଇପାରିନଥିଲା ।

Also Read

ଗୃହର ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭା ଅଧିବେଶନକୁ ମୁଲତବୀ ରଖିବା ପ୍ରସ୍ତାବ ଉପରେ ଆଲୋଚନାରେ ଭାଗ ନେଇ କହିଥିଲେ ଯେ, ଏହି ଅଧିବେଶନର ପାଂଚଟି କାର୍ଯ୍ୟଦିବସ ଥିଲା । ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ପାରିତ ହୋଇଥିଲା । ବଜେଟ୍ ବି ପାରିତ ହୋଇଛି । ଆମ ରାଜ୍ୟର ବିକାଶରେ୧୬ତମ ବିଧାନସଭା ଘଟଣାବହୁଳ ଓ ସ୍ମରଣୀୟ ଥିଲା । ବିଗତ ୫ବର୍ଷ ମଧ୍ୟରେ ବାଚସ୍ପତି, ଉପବାଚସ୍ପତି ଓ ଅଧିଷ୍ଠାତା ପ୍ୟାନେଲଙ୍କୁ ଗୃହ ସୁପରିଚାଳନା ନିମନ୍ତେ ଧନ୍ୟବାଦ ଜଣାଇଥିଲେ ।

ସୂଚନାଯୋଗ୍ୟ, ସାଧାରଣ ନିର୍ବାଚନ ପୂର୍ବରୁ ବିଧାନସଭାର ଏହି ଅଧିବେଶନ ୫ରୁ ୧୩ତାରିଖ ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟକ୍ରମ ଥିଲା । ମାତ୍ର ଆଜି ଶାସକ ଦଳର ପ୍ରସ୍ତାବ ଉପରେ ଗୃହକୁ ବାଚସ୍ପତି ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story