ଓଡ଼ିଶା କେବଳ ଗୋଟିଏ ରାଜ୍ୟ ନୁହେଁ ଭାରତର ଉଜ୍ଜ୍ୱଳ ନକ୍ଷତ୍ର : ପ୍ରଧାନମନ୍ତ୍ରୀ ମୋଦି, ୧୮୬୫୩ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ

ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ, ଜୁନ ୨୦ତାରିଖ ହେଉଛି ଏକ ସ୍ୱତନ୍ତ୍ର ଦିନ, ଯାହା ଓଡ଼ିଶାର ପ୍ରଥମ ବିଜେପି ସରକାରର ଏକ ବର୍ଷ ପୂର୍ତ୍ତିର ପ୍ରତୀକ। ସେ ଏହାକୁ କେବଳ ଏକ ସରକାରର ବାର୍ଷିକୀ ନୁହେଁ, ବରଂ ଜନସେବା ଓ ଜନବିଶ୍ୱାସ ପାଇଁ ସମର୍ପିତ ସୁଶାସନର ସ୍ଥାପନା ବୋଲି ଅଭିହିତ କରିଛନ୍ତି ।

PM Narendra Modi

ଭୁବନେଶ୍ୱରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Ordigital Desk
  • Published: Friday, 20 June 2025
  • Updated: 20 June 2025, 08:52 PM IST

Sports

Latest News

“ଓଡ଼ିଶା କେବଳ ଗୋଟିଏ ରାଜ୍ୟ ନୁହେଁ, ଏହା ଭାରତୀୟ ସଂସ୍କୃତି ଓ ଐତିହ୍ୟର ଏକ ଉଜ୍ଜ୍ୱଳ ନକ୍ଷତ୍ର । ଶତାବ୍ଦୀ ଶତାବ୍ଦୀ ଧରି ଓଡ଼ିଶା ଭାରତୀୟ ସଭ୍ୟତା ଓ ସଂସ୍କୃତିକୁ ସମୃଦ୍ଧ କରିଛି । ଏବେ ଭାରତର ପ୍ରଗତିର ଆଧାର ହୋଇଛି ବିକାଶ ଓ ଐତିହ୍ୟର ମନ୍ତ୍ର । ଆଉ ଏଥିରେ ଓଡ଼ିଶାର ଭୂମିକା ଆହୁରି ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଛି । କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ୱୟ ଯୋଗୁ ଡବଲ ଇଞ୍ଜିନରେ ଡବଲ ଫାଇଦା ମିଳୁଛି ଓ ବିକାଶର ନୂଆ ମାନଦଣ୍ଡ ସ୍ଥାପିତ ହୋଇଛି ।” ଆଜି ଏଭଳି କିଛି ଢଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଓ ଓଡ଼ିଶା ସରକାରଙ୍କୁ ପ୍ରଶଂସା କରିଛନ୍ତି। ରାଜ୍ୟରେ ପ୍ରଥମ ବିଜେପି ସରକାରର ପ୍ରଥମ ବର୍ଷପୂର୍ତ୍ତି ଉତ୍ସବରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ମୋଟ ୧୮୬୫୩ କୋଟି ଟଙ୍କାର ୧୦୫ଟି ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ ସହ ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନାର ଲୋକାର୍ପଣ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଭାଷଣରେ କଂଗ୍ରେସ ଶାସନର ଦୁର୍ନୀତି ମଡେଲକୁ ସମାଲୋଚନା କରିବା ସହିତ  ନକ୍ସଲବାଦକୁ ମୂଳପୋଛ କରିବାର ଗ୍ୟାରେଣ୍ଟି ମଧ୍ୟ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସ୍ୱାଗତ ଓ ରୋଡ୍ ଶୋ’

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଓଡ଼ିଶାରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭୁବନେଶ୍ୱର ବିମାନ ବନ୍ଦରରୁ ଜନତା ମଇଦାନ ପର୍ଯ୍ୟନ୍ତ ରାସ୍ତା ଉଭୟ ପାଶ୍ୱର୍ରେ ହଜାର ହଜାର ଲୋକ ଭବ୍ୟ ସ୍ୱାଗତ କରିଥିଲେ । ବିମାନ ବନ୍ଦରରୁ ତ୍ରିରଙ୍ଗା ଯାତ୍ରାରେ ଆସିବା ପରେ ପ୍ରଧାନମନ୍ତ୍ରୀ ଏକ ବିଶାଳ ରୋଡ୍ ଶୋ’ରେ ଜନତା ମଇଦାନସ୍ଥିତ ଉତ୍ସବ ସ୍ଥଳକୁ ଯାଇଥିଲେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ଧରି ସେ ଏହି ରୋଡ୍ ଶୋ’ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ୱାଗତ ଜଣାଇବା ପାଇଁ ରାସ୍ତାର ଉଭୟ ପାଶ୍ୱର୍ ଓ ଜନତା ମଇଦାନରେ ପ୍ରାୟ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିଲା ।

କ’ଣ କହିଲେ ପ୍ରଧାନମନ୍ତ୍ରୀ ମୋଦି

ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ, ଜୁନ ୨୦ତାରିଖ ହେଉଛି ଏକ ସ୍ୱତନ୍ତ୍ର ଦିନ, ଯାହା ଓଡ଼ିଶାର ପ୍ରଥମ ବିଜେପି ସରକାରର ଏକ ବର୍ଷ ପୂର୍ତ୍ତିର ପ୍ରତୀକ। ସେ ଏହାକୁ କେବଳ ଏକ ସରକାରର ବାର୍ଷିକୀ ନୁହେଁ, ବରଂ ଜନସେବା ଓ ଜନବିଶ୍ୱାସ ପାଇଁ ସମର୍ପିତ ସୁଶାସନର ସ୍ଥାପନା ବୋଲି ଅଭିହିତ କରିଛନ୍ତି । ଓଡ଼ିଶାର କୋଟି କୋଟି ଭୋଟରଙ୍କ ଆକାଂକ୍ଷା ପୂରଣ କରିବା ଦିଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ତାଙ୍କ ଟିମକୁ ଶୁଭେଚ୍ଛା ଜଣାଇବା ସହ ନିଷ୍ଠାପର ପ୍ରୟାସକୁ ପ୍ରଶଂସା କରିଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରାର ପ୍ରସ୍ତୁତି ଅବସରରେ ଓଡ଼ିଶା ସରକାରଙ୍କ ଏକ ବର୍ଷ ପୂର୍ତ୍ତିର ସମାପନକୁ ଏକ ଶୁଭ ସଂଯୋଗ । ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲାଯାଇଛି ଏବଂ ରତ୍ନଭଣ୍ଡାର ମଧ୍ୟ ଉନ୍ମୋଚିତ ହୋଇଛି । ଏହା କୋଟି କୋଟି ଭକ୍ତଙ୍କ ଆସ୍ଥାର ସମ୍ମାନ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ତାଙ୍କ ଟିମଙ୍କୁ ଏହି ଐତିହାସିକ କାର୍ଯ୍ୟ ପାଇଁ ପ୍ରଶଂସା କରିଛନ୍ତି । ତାଙ୍କ ସରକାର କେବଳ ଏକ ବର୍ଷର ଉପଲବ୍ଧି କିମ୍ବା ୫ ବର୍ଷର ଲକ୍ଷ୍ୟ ମଧ୍ୟରେ ସୀମିତ ନୁହେଁ, ବରଂ ଆଗାମୀ ଦଶନ୍ଧି ପାଇଁ ଏକ ରୋଡମ୍ୟାପ ପ୍ରସ୍ତୁତ କରୁଛି । ଓଡ଼ିଶା ସରକାର ୨୦୩୬ (ରାଜ୍ୟ ଗଠନର ଶତବାର୍ଷିକୀ) ପାଇଁ ଏକ ବିଶେଷ ଯୋଜନାର ଖସଡ଼ା ପ୍ରସ୍ତୁତ କରିଛି ଏବଂ ୨୦୪୭ (ଭାରତର ସ୍ୱାଧୀନତାର ୧୦୦ ବର୍ଷ) ପାଇଁ ମଧ୍ୟ ଏକ ରୋଡମ୍ୟାପ ରହିଛି ।

ବିକାଶର ନୂଆ ମାନଦଣ୍ଡ: ଡବଲ ଇଞ୍ଜିନ ଡବଲ ଫାଇଦା

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମନ୍ୱୟ ମାଧ୍ୟମରେ ଓଡ଼ିଶାରେ ବିକାଶର ନୂଆ ମାନଦଣ୍ଡ ସ୍ଥାପିତ ହୋଇଛି । ଡବଲ ଇଞ୍ଜିନ ସରକାର ଯୋଗୁ ଡବଲ ଫାଇଦା ଲୋକଙ୍କୁ ମିଳିଛି । ଓଡ଼ିଶାର ଦଶନ୍ଧି ପୁରୁଣା ଚ୍ୟାଲେଞ୍ଜଗୁଡିକର ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗରିବ ଓ ଚାଷୀମାନେ ସେମାନଙ୍କ ଅଧିକାର ପାଇନଥିଲେ, ଏବଂ ଭ୍ରଷ୍ଟାଚାର ଓ ଲାଲଫିତାଶାହୀ ପ୍ରବଳ ଥିଲା । ଗତ ଏକ ବର୍ଷରେ ଆମ ସରକାର ଏହି ସମସ୍ୟାଗୁଡିକୁ ସମାଧାନ କରିବା ପାଇଁ ପୂର୍ଣ୍ଣ ନିଷ୍ଠାର ସହ କାମ କରିଛି । କେନ୍ଦ୍ର ଓ ରାଜ୍ୟ ସରକାରର ବିକାଶ ମଡେଲର ଦୃଶ୍ୟମାନ ଫଳାଫଳ ଦେଖାଯାଉଛି । ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ରାଜ୍ୟର ପ୍ରାୟ ସାଢ଼େ ୩ କୋଟି ଲୋକଙ୍କ ପାଇଁ ମାଗଣା ଚିକିତ୍ସା ସୁବିଧା ଉପଲବ୍ଧ ହୋଇଛି । ଏହା ସହିତ ପିଏମ-କିଷାନ ଓ ରାଜ୍ୟ ସରକାରଙ୍କ ଯୋଜନା ମାଧ୍ୟମରେ ଚାଷୀଙ୍କୁ ଦୁଇଗୁଣ ଲାଭ ମିଳୁଛି ।ପ୍ରଧାନମନ୍ତ୍ରୀ ବୟୋବନ୍ଦନା ଯୋଜନା ଅଧୀନରେ ୭୦ବର୍ଷ ବୟସରୁ ଅଧିକ ପ୍ରାୟ ୨୩ ଲକ୍ଷ ଲୋକଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ମିଳୁଛି । ବର୍ଷ ବର୍ଷ ଧରି ବିକାଶରୁ ବଂଚିତ ଆଦିବାସୀ ସମୁଦାୟର ବିକାଶ ପାଇଁ ତାଙ୍କ ସରକାର ‘ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ ଓ ପିଏମ ଜନମନ ଯୋଜନା’ ମାଧ୍ୟମରେ ଦେଶର ୬୦ହଜାର ଆଦିବାସୀ ଗାଁରେ ବିକାଶ କାର୍ଯ୍ୟ  କରୁଛନ୍ତି । ଓଡ଼ିଶାରେ ୧୧ଟି ଜିଲ୍ଲାରେ ୪୦ଟି ଆବାସିକ ବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପିଏମ ଜନମନ ଯୋଜନାର ପ୍ରେରଣା ବୋଲି ସେ ଉଲ୍ଲେଖ କରିଛନ୍ତି । ମତ୍ସ୍ୟଜୀବୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦା ଯୋଜନାରେ ଏବେ ମତ୍ସ୍ୟଜୀବୀଙ୍କୁ କିଷାନ କ୍ରେଡିଟ୍ କାର୍ଡ ତାଙ୍କ ସରକାର ଯୋଗାଇ ଦେଉଛନ୍ତି । ସେହିପରି ଏକବିଂଶ ଶତାବ୍ଦୀର ଭାରତର ବିକାଶ ପୂର୍ବ ଭାରତରୁ ଗତିଶୀଳ ହେବ । ଓଡ଼ିଶା ଏହି ‘ପୂର୍ବୋଦୟ’ର ଏକ ପ୍ରମୁଖ କେନ୍ଦ୍ର ହେବ । ପାରାଦୀପରୁ ଝାରସୁଗୁଡ଼ା ପର୍ଯ୍ୟନ୍ତ ଔଦ୍ୟୋଗିକ କେନ୍ଦ୍ରର ବିସ୍ତାର ଓ ପେଟ୍ରୋଲିୟମ, ପେଟ୍ରୋକେମିକାଲ, ଟେକ୍ସଟାଇଲ ଓ ପ୍ଲାଷ୍ଟିକ ଶିଳ୍ପରେ ଓଡ଼ିଶାର ସମ୍ଭାବନାକୁ ସେ ଉଜାଗର କରିଛନ୍ତି । ଓଡ଼ିଶା ଶୀଘ୍ର ଭାରତର ପେଟ୍ରୋକେମିକାଲ ହବରେ ପରିଣତ ହେବ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।

କଂଗ୍ରେସ ଶାସନକୁ ସମାଲୋଚନା, ନୂଆ ବିକାଶ ମଡେଲକୁ ପ୍ରଶଂସା

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ସ୍ୱାଧୀନତା ପରବର୍ତ୍ତୀ ଦୀର୍ଘ ଦଶନ୍ଧି ଧରି କଂଗ୍ରେସ ଶାସନ କଲା । ଯାହା କେବଳ ଦୁର୍ନୀତିର ମଡେଲକୁ ଆପଣାଇଥିଲା । ବିକାଶ ପ୍ରକଳ୍ପଗୁଡିକରେ ବିଳମ୍ବ, ବାଧା ଓ ଭ୍ରଷ୍ଟାଚାରର ଏହି ମଡେଲର ଅଂଶବିଶେଷ ଥିଲା । ବିଗତ କିଛି ବର୍ଷ ମଧ୍ୟରେ ଦେଶ ଏକ ନୂଆ ବିକାଶ ମଡେଲକୁ ଅନୁଭବ କରିଛି । ସେ ଆସାମ ଓ ତ୍ରିପୁରାର ଉଦାହରଣ ଦେଇ ସେଠାରେ ବିଜେପି ସରକାର ଗଠନ ପରେ ଦୀର୍ଘବର୍ଷ ଧରି ଚାଲିଥିବା ଅସ୍ଥିରତା ଓ ହିଂସାର ଅନ୍ତ ହୋଇଛି ତଥା ଏହି ରାଜ୍ୟଗୁଡ଼ିକ ବିକାଶ ମାର୍ଗରେ ଅଗ୍ରସର ହୋଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ, ବୌଦ୍ଧ ଜିଲ୍ଲାକୁ ରେଳସଂଯୋଗ, ୧୦୦ଟି ଇଲେକ୍ଟ୍ରିକ ବସ୍ ଶୁଭାରମ୍ଭ ସମେତ ମୋଟ ୧୮୬୫୩କୋଟି ଟଙ୍କାର ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି ।

ନିଜ ସରକାରର ସଫଳତାର ହିସାବ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଓଡ଼ିଶାରେ ସ୍ୱାଗତ କରି କହିଛନ୍ତି ଯେ ରାଜ୍ୟରେ ବିଜେପି ସରକାର ଗଠନ ପରେ ଏହା ପ୍ରଧାନମନ୍ତ୍ରୀଙ୍କର ଷଷ୍ଠ ଓଡ଼ିଶା ଗସ୍ତ, ଯାହା ଓଡ଼ିଶା ପ୍ରତି ତାଙ୍କ ଭଲପାଇବା ଓ ଶୁଭେଚ୍ଛାର ପ୍ରତୀକ । ସେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାରର ୧୧ ବର୍ଷ ପୂର୍ଣ୍ଣ ହେବା ଏବଂ ତୃତୀୟ କାର୍ଯ୍ୟକାଳର ପ୍ରଥମ ବର୍ଷର ସଫଳ ସମାପନ ପାଇଁ ଗର୍ବ ବ୍ୟକ୍ତ କରିଛନ୍ତି । “ଅପରେସନ ସିନ୍ଦୁର”ର ଉଲ୍ଲେଖ କରି ଏହାକୁ ଆତଙ୍କବାଦୀଙ୍କ ବିରୁଦ୍ଧରେ ଏକ ସାମରିକ ଅଭିଯାନ ସହିତ ଭାରତର ମା’, ଭଉଣୀ ଓ ଝିଅମାନଙ୍କ ପାଇଁ ଏକ ବିଶ୍ୱାସ ବୋଲି କହିବା ସହ ତାଙ୍କ ନେତୃତ୍ୱରେ ଦେଶ ସମଗ୍ର ବିଶ୍ୱରେ ନୂଆ ଶକ୍ତି ଭାବେ ଉଭା ହୋଇଥିବା କହିଛନ୍ତି । ନିଜ ସରକାରର ସଫଳତା ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ମାଗର୍ଦର୍ଶନରେ ଓଡ଼ିଶା ଗତ ଏକ ବର୍ଷରେ ଅଭୂତପୂର୍ବ ବିକାଶ ହାସଲ କରିଛି । ସୁଭଦ୍ରା ଯୋଜନାରେ ୧ କୋଟିରୁ ଅଧିକ ମହିଳାଙ୍କୁ ସାମିଲ କରାଯାଇଛି, ୧୭ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି ହୋଇଛି ଏବଂ ଚାଷୀଙ୍କୁ ଧାନ କ୍ୱିଂଟାଲ ପିଛା ୮୦୦ ଟଙ୍କା ଅଧିକ ଇନପୁଟ୍ ସହାୟତା  ଦିଆଯାଉଛି । ଓଡ଼ିଶା ୨୦୩୬ ସୁଦ୍ଧା ୫୦୦ ବିଲିଅନ ଡଲାର ଓ ୨୦୪୭ ସୁଦ୍ଧା ୧.୫ ଟ୍ରିଲିଅନ ଡଲାର ଅର୍ଥନୀତିରେ ପହଂଚିବ ବୋଲି ଆଶା ବ୍ୟକ୍ତ କରିଛନ୍ତି । ଏଥିପାଇଁ ଓଡ଼ିଶା ଭିଜନ-୨୦୩୬ରେ ୩୬ଟି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ୨୦୩୬ ମସିହା ସୁଦ୍ଧା ଓଡ଼ିଶା ଏକ ସମୃଦ୍ଧ ଓ ବିକଶିତ ରାଜ୍ୟ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ଡ଼ଃ ହରି ବାବୁ କାମ୍ଭାମପାଟି, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟଗଣ,ସାଂସଦ ବୈଜୟନ୍ତ ପଣ୍ଡା, ଅପରାଜିତା ଷଡ଼ଙ୍ଗୀ ଏବଂ ଅନ୍ୟ ସାଂସଦ ଓ ବିଧାୟକ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ଦଳର ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story