Advertisment

ଅପେକ୍ଷା କରନ୍ତୁ, ଆପେ ଆପେ ଭାରତରେ ମିଶିଯିବ ପାକ୍‌ ଅଧିକୃତ କଶ୍ମୀର: କେନ୍ଦ୍ରମନ୍ତ୍ରୀ

ଖୁବ୍ ଶୀଘ୍ର ପିଓକେ ଆପେ ଆପେ ଭାରତରେ ମିଶିଯିବ କହିଛନ୍ତି କେନ୍ଦ୍ର ମନ୍ତ୍ରୀ ତଥା ପୂର୍ବତନ ଆର୍ମି ଚିଫ୍ ଜେନେରାଲ୍ ଭିକେ ସିଂହ।

author-image
Debibandita Barick
ଅଦ୍ୟତନ ହୋଇଛି
Union Minister VK Singh

Union Minister VK Singh

ପାକିସ୍ତାନ ଅଧିକୃତ କଶ୍ମୀର, ଯାହାକୁ ନେଇ ଦୀର୍ଘଦିନ ଧରି ଭାରତ-ପାକିସ୍ତାନ ମଧ୍ୟରେ ବିବାଦ ଲାଗି ରହିଛି, ଏହି ଅଞ୍ଚଳକୁ ନେଇ ବଡ଼ ବୟାନ୍ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ତଥା ପୂର୍ବତନ ଆର୍ମି ଚିଫ୍ ଜେନେରାଲ୍ ଭିକେ ସିଂହ। ଖୁବ୍ ଶୀଘ୍ର ଏହା ଆପେ ଆପେ ଭାରତରେ ମିଶିଯିବ ବୋଲି ସେ ଦାବି କରିଛନ୍ତି। 

Advertisment

ରାଜସ୍ଥାନର ଦୌସାଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏପରି କହିଛନ୍ତି ମନ୍ତ୍ରୀ ସିଂହ। ଭାରତ ସୀମା ଅତିକ୍ରମ କରିବାକୁ ଚାହୁଁଥିବା ପିଓକେ ଶିହା ମୁସଲମାନମାନଙ୍କ ଦାବି ଉପରେ ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ମନ୍ତ୍ରୀ ସିଂହ କହିଛନ୍ତି, 'ପିଓକେ ନିଜକୁ ନିଜେ ଭାରତ ସହ ମିଶିଯିବ, କିଛି ସମୟ ଅପେକ୍ଷା କରନ୍ତୁ।'

ରାଜସ୍ଥାନଠାରେ ବିଜେପିର ପରିବର୍ତ୍ତନ ସଙ୍କଳ୍ପ ଯାତ୍ରା ସମୟରେ ମନ୍ତ୍ରୀ ସିଂହ ଦୌସାଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଏପରି କହିଛନ୍ତି। ଏହି ଅବସରରେ ସେ ଭାରତର ଅଧ୍ୟକ୍ଷତାରେ ନିକଟରେ ଶେଷ ହୋଇଥିବା ଜି-20 ଶିଖର ସମ୍ମିଳନୀର ସଫଳତା ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ଶିଖର ସମ୍ମିଳନୀର ସଫାଳତା ଭାରତକୁ ବିଶ୍ୱସ୍ତରରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି। ଚଳିତ ଥର ଭାରତ ଯେପରି ଶିଖର ସମ୍ମିଳନୀର ଆୟୋଜନ କରିଛି, ସେହିପରି ଅନ୍ୟ କେହି ଏହା ପୂର୍ବରୁ କରିନଥିଲେ ବୋଲି। 

Advertisment

ରାଜସ୍ଥାନରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଯାଇଥିବା ଅଭିଯୋଗ କରି ମନ୍ତ୍ରୀ ସିଂହ କହିଛନ୍ତି, ଲୋକମାନଙ୍କ ପାଖକୁ ଯାଇ ସେମାନଙ୍କ କଥା ଶୁଣିବା ପାଇଁ ବିଜେପିକୁ ପରିବର୍ତ୍ତନ ସଙ୍କଳ୍ପ ଯାତ୍ରା ଆୟୋଜନ କରିବାକୁ ପଡ଼ିଲା। ଲୋକମାନେ ଏକ ପରିବର୍ତ୍ତନ ଚାହାଁନ୍ତି ଏବଂ ସେମାନେ ଆମ ସହିତ ଏହି ଯାତ୍ରାରେ ସାମିଲ ହେଉଛନ୍ତି ଏବଂ ପରିବର୍ତ୍ତନ ଆଣିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ଯାତ୍ରା ସାରା ରାଜ୍ୟରେ ଜନସାଧାରଣଙ୍କ ସମର୍ଥନ ହାସଲ କରୁଛି ବୋଲି ମନ୍ତ୍ରୀ ସିଂହ କହିଛନ୍ତି।

ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ରାଜ୍ୟରେ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ପଚରା ଯାଇଥିବା ପ୍ରଶ୍ନରେ ଭିକେ ସିଂ କହିଛନ୍ତି, 'ଯେଉଁଠାରେ ବି ନିର୍ବାଚନ ଅନୁଷ୍ଠିତ ହୁଏ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଚେହେରା ଘୋଷଣା କରେ ନାହିଁ, ବରଂ କେବଳ ପ୍ରଧାନମନ୍ତ୍ରୀଙ୍କ ଚେହେରାକୁ ନେଇ ନିର୍ବାଚନ ପ୍ରତିଯୋଗିତା କରେ। ସମସ୍ତେ ଜାଣନ୍ତି ଯେ, ଦଳ ଜଣେ ଭଲ ଓ ଦକ୍ଷ ନେତାଙ୍କୁ ନିଶ୍ଚିତ ରୂପେ ସୁଯୋଗ ଦିଏ।'