ଆସନ୍ତା ୨୨ ତାରିଖରେ ହେବ ପଞ୍ଚାୟତ ସମିତି ଅଧ୍ୟକ୍ଷ ଉପନିର୍ବାଚନ। ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ୬ଟି ପଞ୍ଚାୟତ ସମିତି ଅଧ୍ୟକ୍ଷ ସହ ଗୋଟିଏ ଉପାଧ୍ୟକ୍ଷ ପଦବୀ ପାଇଁ ହେବ ଉପନିର୍ବାଚନ। ୬ଟି ପଞ୍ଚାୟତ ସମିତି ମଧ୍ୟରୁ ଗଞ୍ଜାମ ଜିଲ୍ଲାର ୩ଟି ଯଥା କବିସୂର୍ଯ୍ୟନଗର, ଖଲ୍ଲିକୋଟ ଏବଂ କୁକୁଡ଼ାଖଣ୍ଡିଁ।
ସେହିପରି କଳାହାଣ୍ଡି ଜିଲ୍ଲାର ନର୍ଲା, ନବରଙ୍ଗପୁର ଜିଲ୍ଲାର ରାଇଘର ଏବଂ ନୟାଗଡ଼ ଜିଲ୍ଲାର ଭାପୁର ଅଧ୍ୟକ୍ଷ ପଦ ପାଇଁ ବି ହେବ ଉପନିର୍ବାଚନ। ତେବେ ବୌଦ୍ଧ ଜିଲ୍ଲା ହରଭଙ୍ଗା ପଞ୍ଚାୟତସମିତିରେ ଉପାଧ୍ୟକ୍ଷ ପଦ ପାଇଁ ଉପନିର୍ବାଚନ ହେବ ବୋଲି ବିଜ୍ଞପ୍ତିରେ ଦର୍ଶାଇଛି ରାଜ୍ୟ ନିର୍ବାଚନ କମିଶନଙ୍କ ଅଫିସ। ଚଳିତ ମାସ ୨୨ ତାରିଖରେ ନାମାଙ୍କନ ଦାଖଲ ହେବ ଏବଂ ଦରକାର ପଡ଼ିଲେ ମତଦାନ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି।
Also Read
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ବିଜେଡି ପରାଜୟର ପେଡ଼ି ଖୋଲିଲେ ଅରୁଣ, ନିଆଁ ବି ଧରାଇଲେ ଦେବାଶିଷ
ଦଳର ପ୍ରଭାବଶାଳୀ ନେତା ଅରୁଣ ସାହୁ ଦଳର ବିପର୍ଯ୍ୟୟର କାରଣ ଓ ପେଡ଼ି ଖୋଲିବା ସହ କେଉଁମାନେ ଦାୟୀ ତାହା ବି ଦଳୀୟ କର୍ମୀଙ୍କ ଆଗରେ ରଖିବାକୁ ପଛାଇ ନାହାନ୍ତି।
Politics
ଅକ୍ଷୟ ତୃତୀୟାକୁ କଂଟ କରିଛି ବିଜେଡି: ୨୫ବର୍ଷ ପରେ ଗଢ଼ିବ ରାଜନୀତିକ ବ୍ୟାପାର କମିଟି, ପାଣ୍ଡିଆନଙ୍କ ହାତରେ ରହିବ ଲଗାମ
ଆସନ୍ତା ଅକ୍ଷୟ ତୃତୀୟା କିମ୍ବା ଶ୍ରୀଗୁଣ୍ଡିଚାରେ ବିଜେଡି ନିଜର ସଭାପତି ପଦରେ ନବୀନଙ୍କୁ ପୁଣିଥରେ ଅବସ୍ଥାପିତ କରାଇବାକୁ ଯୋଜନା ପ୍ରସ୍ତୁତ ଚାଲିଛି।
Politics
ନବଦାସ ହତ୍ୟା ମାମଲାର ପୁନଃତଦନ୍ତ ହେବ, ଇସାରା ଦେଲେ ଆଇନ ମନ୍ତ୍ରୀ
ନବ ଦାସଙ୍କ ହତ୍ୟାର ତଦନ୍ତ ସିବିଆଇ ଦ୍ୱାରା କରିବା ପାଇଁ ତାଙ୍କ ଝିଅ ତଥା ଝାରସୁଗୁଡ଼ାର ପୂର୍ବତନ ବିଧାୟିକା ଦୀପାଳି ଦାସ ଗଣମାଧ୍ୟମକୁ ଦେଇଥିବା ବୟାନ ଏବେ ବିଜେଡି ନିମନ୍ତେ ଚିନ୍ତାର ବିଷୟ ପାଲଟିଛି ।
Politics
ବିଧାନସଭାରେ ବିଶୃଙ୍ଖଳା ବରଦାସ୍ତ କରାଯିବନି: ବାଚସ୍ପତି, ବିଜେଡି କହିଲା ନାଲି ଆଖି ଚଳିବନି
ବିଧାନସଭାର ବଜେଟ୍ ଅଧିବେଶନ ଆସନ୍ତାମାସ ୧୩ତାରିଖରୁ ଆରମ୍ଭ ହେଉଥିବାବେଳେ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବାଚସ୍ପତି ସୁରମା ପାଢ଼ୀ କହିଛନ୍ତି ଯେ, ଚଳିତ ବିଧାନସଭାରେ ବିରୋଧୀ ସଦସ୍ୟଙ୍କ ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ ।
Politics
ବଜେଟରେ ଘୋଷଣାର ୭ ମାସ ପରେ ୨ଟି ‘ଯୋଜନା’କୁ କ୍ୟାବିନେଟ ମୋହର: ପୁଣି ଫେରିଲା ‘ଗ୍ରାମସଭା’
କ୍ୟାବିନେଟ୍ ବୈଠକରେ ମୋଟ ୧୦ଟି ପ୍ରସ୍ତାବକୁ ମୋହର ବାଜିଛି । ପ୍ରଥମ ପ୍ରସ୍ତାବ ଭାବେ ସ୍କୁଲ ଓ ଗଣଶିକ୍ଷା ବିଭାଗର ‘ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା’କୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି । ଗତ ସରକାର ସମୟରେ ‘ଫାଇଭ-ଟି’ ସ୍କୁଲ ନାଁରେ ସ୍ମାର୍ଟ ସ୍କୁଲ କରାଯାଇଥିଲା ।