Advertisment

ଖଡଗେଙ୍କ ଭୋଟିଂ ହାର ବିସଙ୍ଗତି ଅଭିଯୋଗକୁ ଖଣ୍ଡନ କଲେ ଇସିଆଇ

ଭୋଟିଂ ହାରରେ ବିସଙ୍ଗତି ଦେଖାଯାଉଥିବା ଅଭିଯୋଗ କରିଥିଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ। ଭୋଟିଂ ଶେଷ ହେବା ମାତ୍ରେ ନିର୍ବାଚନ କମିଶନ ମତଦାନ ହାରର ତଥ୍ୟ ଜାରି କରିବା କଥା।

author-image
Hemant Lenka
Kharge

Kharge

ଦେଶରେ ବର୍ତ୍ତମାନ ନିର୍ବାଚନ ପର୍ବ ଚାଲିଛି। ଦେଶର ପରବର୍ତ୍ତୀ ସରକାର ଗଠନ ପାଇଁ ଲୋକମାନେ ୩ଟି ପର୍ଯ୍ୟାୟରେ ମତାଧିକାର ସାବ୍ୟସ୍ତ କରି ସାରିଛନ୍ତି। କିନ୍ତୁ ଭୋଟିଂ ହାରରେ ବିସଙ୍ଗତି ଦେଖାଯାଉଥିବା ଅଭିଯୋଗ କରିଥିଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ। ଭୋଟିଂ ଶେଷ ହେବା ମାତ୍ରେ ନିର୍ବାଚନ କମିଶନ ମତଦାନ ହାରର ତଥ୍ୟ ଜାରି କରିବା କଥା।

Advertisment

କିନ୍ତୁ ଏଥର ବିଳମ୍ବରେ ଭୋଟିଂ ହାରର ତଥ୍ୟ ଜାରି କରାଯାଉଥିବାରୁ ନିର୍ବାଚନ କମିଶନଙ୍କ ଭୂମିକା ଉପରେ ସନ୍ଦେହ କରି ଖଡଗେ ନିକଟରେ ବିରୋଧୀ ମେଣ୍ଟ ଇଣ୍ଡିଆର ସଦସ୍ୟ ଦଳଗୁଡ଼ିକୁ ଚିଠି ଲେଖିଥିଲେ। ଏଥିସହ ଭାରତୀୟ ନିର୍ବାଚନ କମିଶନଙ୍କ ବିଶ୍ୱସନୀୟତା ଏବେ ସବୁଠାରୁ ନିମ୍ନ ସ୍ତରରେ ରହିଥିବା ସେ ଅଭିଯୋଗ କରିଥିଲେ।

ଖଡେଗଙ୍କ ଏପରି ଅଭିଯୋଗକୁ ଭାରତୀୟ ନିର୍ବାଚନ କମିଶନ ଦୃଢ଼ ଭାବେ ଖଣ୍ଡନ କରିଛନ୍ତି। କଂଗ୍ରେସ ସଭାପତି ଅମୂଳ ଅଭିଯୋଗ ଆଣି କେବଳ ଦ୍ୱନ୍ଦ୍ୱ, ବିଭ୍ରାନ୍ତ ଓ ମୁକ୍ତ ଏବଂ ଅବଧା ନିର୍ବାଚନ ପ୍ରକ୍ରିୟାରେ ବାଧା ସୃଷ୍ଟି କରିବାକୁ ଚାହୁଁଥିବା କମିଶନ ପକ୍ଷରୁ କୁହାଯାଇଛି।

Advertisment

ନିର୍ବାଚନ କମିଶନ କହିଛନ୍ତି ଯେ ଖଡେଗଙ୍କ ଚିଠି ଅବଶ୍ୟ ଗୋଟିଏ ରାଜନୀତି ଗ୍ରୁପ ମଧ୍ୟରେ ସୀମିତ। କିନ୍ତୁ ସେ ଏହାକୁ ସାର୍ବଜନୀନ କରିଛନ୍ତି। କମିଶନ ଖଡେଗଙ୍କ ପ୍ରଶ୍ନକୁ ନିନ୍ଦା କରି କହିଛନ୍ତି ଯେ କ’ଣ ଏହା ଚୂଡ଼ାନ୍ତ ରେଜଲ୍ଟକୁ ବିକୃତ କରିବାକୁ ଗୋଟିଏ ଉଦ୍ୟମ? ଏହା ଦ୍ୱନ୍ଦ୍ୱ ଓ ଅଶାନ୍ତି ସହ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବ।

ସବୁ କିଛିର ତଥ୍ୟ ରହିଛି। ଗୋଟିଏ ପକ୍ଷପାତିତା ପୂର୍ଣ୍ଣ ଚିନ୍ତାଧାରା ସୃଷ୍ଟି କରିବାକୁ ଚେଷ୍ଟା କରାଯାଉଛି। ଭୋଟିଂ ହାର ତଥ୍ୟ ସଂଗ୍ରହରେ କୌଣସି ପ୍ରକାରର ତ୍ରୁଟି ହୋଇନାହିଁ। ସବୁବେଳେ ମତଦାନ ଦିନର ଭୋଟିଂ ହାର ପରବର୍ତ୍ତୀ ସମୟରେ ବୃଦ୍ଧି ପାଇବାର ନଜିର ରହିଛି।

ଏହା କୌଣସି ନୂଆ କଥା ନୁହେଁ। ୨୦୧୯ରେ ମଧ୍ୟ ସମାନ ଘଟଣା ଘଟିଥିଲା। କାରଣ ଭୋଟଦାନର ସମୟ ଶେଷ ହେବା ପରେ ମଧ୍ୟ ଅନେକ ବୁଥରେ ଲୋକମାନେ ଧାଡ଼ିରେ ଛିଡ଼ା ହୋଇଥାଆନ୍ତି। ପରବର୍ତ୍ତୀ ଅବସ୍ଥାରେ ସେଗୁଡ଼ିକ ମଧ୍ୟ ମିଶାଇ ଯାଇ ତଥ୍ୟ ଜାରି କରାଯାଏ। କଂଗ୍ରେସ ସଭାପତି ଜାଣିଶୁଣି ଦ୍ୱନ୍ଦ୍ୱ ସୃଷ୍ଟି କରିବାକୁ ଚାହୁଁଥିବା କମିଶନ କହିଛନ୍ତି।

ଖଡଗେ ଇଣ୍ଡିଆ ମେଣ୍ଟର ସଦସ୍ୟମାନଙ୍କୁ ଲେଖିଥିବା ଚିଠିରେ କହିଥିଲେ ଯେ ଭୋଟିଂ ହାର ମତଦାନ ଦିନ ଯେତିକି ଥିଲା ପରବର୍ତ୍ତୀ ଅବସ୍ଥାରେ ଏହାକୁ ବୃଦ୍ଧି କରି ଦେଖାଯାଇଥିଲା। ପ୍ରଥମ ପର୍ଯ୍ୟାୟ ଭୋଟ ପରେ ରିପୋର୍ଟ ତୁଳନାରେ ୫.୫% ଓ ଦ୍ୱିତୀୟ ପର୍ଯ୍ୟାୟରେ ୫.୭୪% ଅଧିକ ଭୋଟିଂ ହୋଇଥିବା ଇସି ତଥ୍ୟ ଦେଇଥିଲେ।

Congress Eci Mallikarjun Kharge