Advertisment

ସମ୍ପତ୍ତିକୁ ନେଇ ଭୁଲ ତଥ୍ୟ ଦେଇଛନ୍ତି କି କେନ୍ଦ୍ରମନ୍ତ୍ରୀ? ଯାଞ୍ଚ ପାଇଁ ଇସିଙ୍କ ନିର୍ଦ୍ଦେଶ

୨୦୧୯ରେ ଶଶି ଥରୁର ଥିରୁଅନନ୍ତପୁରମରେ ବିଜେପିର କେ ରାଜଶେଖରନଙ୍କୁ ୧ ଲକ୍ଷରୁ ଅଧିକ ଭୋଟରେ ପରାସ୍ତ କରିଥିଲେ।

author-image
Hemant Lenka
BJP

BJP

ଅଭିଯୋଗ ମିଳିବା ପରେ ବଡ଼ ପଦକ୍ଷେପ ନେଇଛନ୍ତି ଭାରତୀୟ ନିର୍ବାଚନ କମିଶନ। କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଦେଇଥିବା ସତ୍ୟପାଠର ଯାଞ୍ଚ ପାଇଁ ଆଜି କମିଶନର ସିବିଡିଟିକୁ ନିର୍ଦ୍ଦେଶ ଦେଇଛନ୍ତି। ସମ୍ପତ୍ତି ସମ୍ପର୍କରେ ରାଜୀବ ଦାଖଲ କରିଥିବା ସତ୍ୟପାଠରେ ଭୁଲ ତଥ୍ୟ ଥିବା ଅଭିଯୋଗ ହୋଇଛି।

Advertisment

ପ୍ରକୃତ ସମ୍ପତ୍ତି ଓ ଘୋଷିତ ସମ୍ପତ୍ତି ମଧ୍ୟରେ କିଛି ପାର୍ଥକ୍ୟ ରହିଛି କି ନାହିଁ, ତା’ର ଯାଞ୍ଚ ସିବିଡିଟି କରିବ। ୨୦୨୪ ସାଧାରଣ ନିର୍ବାଚନରେ କେନ୍ଦ୍ରମନ୍ତ୍ରୀ ରାଜୀବଙ୍କୁ ବିଜେପି ଥିରୁଅନନ୍ତପୁରମରୁ ପ୍ରାର୍ଥୀ କରିଛି। ତାଙ୍କର ଲଢ଼େଇ କଂଗ୍ରେସ ଭେଟରାନ ଶଶି ଥରୁରଙ୍କ ସହ ହେଉଛି।

କଂଗ୍ରେସର ଅଭିଯୋଗ ପରେ ହିଁ ଇସି ତଦନ୍ତ ପାଇଁ କହିଛନ୍ତି। କଂଗ୍ରେସ ତା’ ଅଭିଯୋଗରେ କହିଥିଲା ଯେ ନିଜର ସମ୍ପତ୍ତି ଓ ଆୟ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଭୁଲ ତଥ୍ୟ ଦେଇଛନ୍ତି। କେରଳ କ୍ଷମତାସୀନ ସିପିଆଇଏମ ମଧ୍ୟ କେନ୍ଦ୍ରୀମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଥିଲା।

Advertisment

ନାମାଙ୍କନ ଦାଖଲ ବା ସତ୍ୟପାଠରେ ଯଦି କୌଣସି ପ୍ରାର୍ଥୀ ଭୁଲ ତଥ୍ୟ ଦିଅନ୍ତି, ତା’ହେଲେ ତାଙ୍କ ୬ ମାସ ଜେଲ ସହ ଜୋରିମାନା ଲାଗିବାର ବ୍ୟବସ୍ଥା ରହିଛି। ସେ ନିର୍ବାଚନରେ ଜିତିଥିଲେ ମଧ୍ୟ ଦୋଷ ପ୍ରମାଣିତ ହେଲେ, ତାଙ୍କ ସଦସ୍ୟତା ପଦ ମଧ୍ୟ ଚାଲିଯିବ।

୨୦୧୯ରେ ଶଶି ଥରୁର ଥିରୁଅନନ୍ତପୁରମରେ ବିଜେପିର କେ ରାଜଶେଖରନଙ୍କୁ ୧ ଲକ୍ଷରୁ ଅଧିକ ଭୋଟରେ ପରାସ୍ତ କରିଥିଲେ। ୨୦୨୪ରେ ଥରୁରଙ୍କୁ ଚ୍ୟାଲେଞ୍ଜ ଦେବାକୁ ବିଜେପି ରାଜୀବଙ୍କୁ ଟିକେଟ ଦେଇଛି।

କିନ୍ତୁ ତାଙ୍କ ସତ୍ୟପାଠକୁ ନେଇ ବିବାଦ ଦେଖାଯାଇଛି। ୨୦୨୧/୨୨ ଆର୍ଥିକ ବର୍ଷରେ ସେ ମାତ୍ର ୬୮୦ ଟଙ୍କା ଆୟ କରିଛନ୍ତି। କିନ୍ତୁ ୨୦୨୦ ଓ ୨୦୨୩ ଆର୍ଥିକ ବର୍ଷରେ ତାଙ୍କ ଆୟ ଯଥାକ୍ରମେ ୧୭.୫ ଲକ୍ଷ ଓ ୫.୫ ଲକ୍ଷ ରହିଥିବା ସେ ସତ୍ୟପାଠରେ ଦର୍ଶାଇଛନ୍ତି।

ସତ୍ୟପାଠରେ ଚନ୍ଦ୍ରଶେଖର କହିଛନ୍ତି ଯେ ତାଙ୍କ ପାଖରେ ମୋଟ ୨୮ କୋଟି ଟଙ୍କାର ସମ୍ପତ୍ତି ରହିଛି। ଏହା ମଧ୍ୟରେ ନଗଦ ଟଙ୍କା, ବ୍ୟାଙ୍କ ଜମା ରହିଛି। ଏହାବାଦ ଅଣ ବ୍ୟାଙ୍କ ଆର୍ଥିକ କମ୍ପାନୀ, କୋପୋରେଟିଭ ସୋସାଇଟି, ବଣ୍ଡ, ଶେୟାର ଓ ମିଚ୍ୟୁଆଲ ଫଣ୍ଡରେ ମଧ୍ୟ ସେ ଟଙ୍କା ଲଗାଇଛନ୍ତି।

ତାଙ୍କ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୩.୨୫ କୋଟି ଟଙ୍କା ଓ ସ୍ଥାବର ସମ୍ପତ୍ତିର ମୂଲ୍ୟ ୧୪.୪ କୋଟି ଟଙ୍କା। ବିରୋଧୀ ଅଭିଯୋଗ କରିଛନ୍ତି ଯେ କେନ୍ଦ୍ରମନ୍ତ୍ରୀ ରାଜୀବ ତାଙ୍କ ମାଲିକାନାରେ ଥିବା ରିୟଲ ଇଷ୍ଟେଟ କମ୍ପାନୀ ଓ ବେଙ୍ଗାଲୁରୁରେ ଥିବା ଜମି ସମ୍ପର୍କରେ ସୂଚନା ଦେଇଛନ୍ତି।

Bjp Eci