BJD
ରୁଦ୍ରାଭିଷେକ କଲେ ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ! ସମ୍ବଲପୁର ନାକଟିଦେଉଳ ବ୍ଲକ୍ ଗୋଗୁଆ ପଞ୍ଚାୟତର ଖୋଲଗଡ ଗାଁରେ ବିଜେ କରିଥିବା ବାବା ନୀଳକଣ୍ଠେଶ୍ଵର ମନ୍ଦିରରେ ଏହି ପୂଜା ଆୟୋଜନ କରାଯାଇଛି। ଏଥିରେ ଖୋଦ୍ ପ୍ରସନ୍ନ ଆଚାର୍ଯ୍ୟ ଓ ତାଙ୍କ ତାଙ୍କର ଶହଶହ ସମର୍ଥକ ସାମିଲ୍ ହୋଇଥିଲେ। ରେଢ଼ାଖୋଲରୁ ଟିକଟ ପାଇବା ପାଇଁ ସେ ଏହି ରୁଦ୍ରାଭିଷେକ ପୂଜା କରିଥିବା ଚର୍ଚ୍ଚା ହେଉଛି।
ବାବା ନୀଳକଣ୍ଠେଶ୍ଵର ମନ୍ଦିର ହେଉଛି ବହୁ ପୁରାତନ ମନ୍ଦିର। ଆଜି ଏଠାରେ ରୁଦ୍ରାଭିଷେକ ପୂଜା କରାଯାଇଛି। ଶତାଧିକ ସମର୍ଥକ ଗହଣରେ ପୂଜା ଆୟୋଜନ କରାଯାଇଛି। ପୂଜକଙ୍କ ମନ୍ତ୍ରୀଧ୍ୱନୀ ଭିତରେ ହୋମ ଯଜ୍ଞ କରାଯାଇଛି। ଏଥିସହ ୧୦୮ ବେଲପତ୍ର ଓ ୧୦୮ ଗରାରେ ଜଳାଭିଷେକ କରାଯାଇଛି। ପୂଜାରେ ପ୍ରସନ୍ନ ଆଚାର୍ଯ୍ୟ ଉପସ୍ଥିତ ରହିଥିଲେ।
ପୂଜା ସମୟରେ ଶ୍ରୀ ଆଚାର୍ଯ୍ୟ କହିଛନ୍ତି, ଏଭଳି ସ୍ଥାନକୁ ଆସିଲା ପରେ ମନ ଓ ଶରୀରକୁ ଶାନ୍ତି ମିଳିଲା। ଆଜି ହଜାର ହଜାର ଶ୍ରଦ୍ଧାଳୁ ସମବେତ ହୋଇଛନ୍ତି। ଏଇଟା ହେଉଛି ସର୍ବ ପୂରାତନ ପୀଠ। ଏଠାକୁ ଆସିବା ପରେ ମନ ଓ ପ୍ରାଣ ପବିତ୍ର ହେଲା। ଶାନ୍ତି ଲାଗିଲା ବୋଲି କହିଛନ୍ତି।
ରୁଦ୍ରାଭିଷେକ ପ୍ରଶ୍ନ ନେଇ ସେ କହିଛନ୍ତି, ମୁଁ ରୁଦ୍ରାଭିଷେକ କରିନାହିଁ। ଅନେକ ସମୟରେ ଅନ୍ୟମାନେ ରୁଦ୍ରାଭିଷେକ କରନ୍ତି। ପୂଜା ହେଉଛି ଆମର ପରମ୍ପରା। ପୂଜା ହେଉଛି ଆମ ମନର କଥା। ମନର ଶାନ୍ତି ପାଇଁ ପୂଜା କରାଯାଇଥାଏ। ଆଜିର ରୁଦ୍ରାଭିଷେକରେ ଅନେକ ଭକ୍ତ ସାମିଲ ହୋଇଛନ୍ତି। ଆମେ ଇଶ୍ୱରଙ୍କ ନିକଟରେ ପ୍ରାର୍ଥନା କଲୁ ସମସ୍ତଙ୍କୁ ଶାନ୍ତି ଦିଅନ୍ତୁ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି।
ସେପଟେ ପୂଜକ କହିଛନ୍ତି, ପ୍ରସନ୍ନଙ୍କ ପାଇଁ ଏହି ରୁଦ୍ରାଭିଷେକ ପୂଜା ହୋଇଛି। ପୁଣି ଥରେ ସେ ରେଢ଼ାଖୋଲରୁ ଟିକେଟ ପାଇ ବିଧାୟକ ହୁଅନ୍ତୁ ବୋଲି ପୂଜକ ଓ ଆୟୋଜକମାନେ କହିଛନ୍ତି।
ରିପୋର୍ଟ - ରେଢ଼ାଖୋଲରୁ ରମାକାନ୍ତ ମହାନନ୍ଦ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
