Advertisment

ମୁଖ୍ୟମନ୍ତ୍ରୀ ଓ ପୂର୍ତ୍ତ ମନ୍ତ୍ରୀଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ

ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆସିଲା ସ୍ୱାଧିକାର ଭଙ୍ଗ ନୋଟିସ। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ଏହି ନୋଟିସ୍‌ ଆଣିଛନ୍ତି ।

author-image
Niharika Rout
Naveen Patnaik & prafulla Mallik

Naveen Patnaik & prafulla Mallik

ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆସିଲା ସ୍ୱାଧିକାର ଭଙ୍ଗ ନୋଟିସ। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ଏହି ନୋଟିସ୍‌ ଆଣିଛନ୍ତି । ସେହିପରି ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ବିରୋଧରେ ସ୍ୱାଧୀକାର ଭଙ୍ଗ ନୋଟିସ ଆଣିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ।

Advertisment

୫ଟି ସଚିବଙ୍କ ରାଜ୍ୟ ସାରା ହେଲିକପ୍ଟର ଗସ୍ତକୁ ନେଇ ସମଗ୍ର ରାଜ୍ୟରେ ତମ୍ବିତୋଫାନ ଦେଖାଯାଇଥିଲା। ମାତ୍ର ଏହାକୁ ନେଇ ବିରୋଧୀ କିଛି ବିବୃତି ମାଗି ନ ଥିବା ବେଳେ ମୁଖ୍ୟମନ୍ତ୍ରୀ ଗତ ୨୫ ତାରିଖରେ ଗୃହରେ ନିଜ ବିବୃତି ରଖିଥିଲେ। ମୁଖ୍ୟମନ୍ତ୍ରୀ ଗୃହରେ ଦେଇଥିବା ବିବୃତିକୁ ନେଇ ସ୍ୱାଧୀକାର ଭଙ୍ଗ ନୋଟିସ ଆଣିଛନ୍ତି ବିଜେପି ବିଧାୟକ ମୋହନ ମାଝୀ ।

ମୋହନ ମାଝୀଙ୍କ କହିବାନୁଯାୟୀ, ବିରୋଧୀ ଦଳ ଭାବେ ବିବୃତି ମାଗି ନଥିଲୁ । କିନ୍ତୁ ନିଜ ଆଡୁ ବିବୃତି ରଖିଥିଲେ ମୁଖ୍ୟମନ୍ତ୍ରୀ | ଫାଇଭ ଟି ସଚିବଙ୍କୁ ଘଣ୍ଟ ଘୋଡାଇବା ପାଇଁ ବିବୃତି ରଖିଥିଲେ ଏବଂ ବିରୋଧୀମାନଙ୍କୁ ଜନବିରୋଧୀ କହିଥିଲେ । ତେଣୁ କିଏ ଜନ ବିରୋଧୀ ବୋଲି ମୋହନ ମାଝୀ ପ୍ରଶ୍ନ କରିଛନ୍ତି ? ଏଥିନିମନ୍ତେ ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ ଏବଂ ଏହି ଶବ୍ଦକୁ ବାଦ ଦିଅନ୍ତୁ ବୋଲି କହିଛନ୍ତି ମୋହନ ମାଝୀ ।

Advertisment

ସେହିପରି ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ବିରୋଧରେ ସ୍ୱାଧୀକାର ଭଙ୍ଗ ନୋଟିସ ଆଣିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ପୂର୍ତ୍ତ ବିଭାଗ ତଥ୍ୟରେ ବହୁ ମିଥ୍ୟା ତଥ୍ୟ ରହୁଥିବା ବେଳେ ଖାମଖିଆଲି ଭାବେ ଉତ୍ତର ଦିଆଯାଉଥିବା ସେ ଅଭିଯୋଗ କରିଛନ୍ତି। ତେଣୁ ବିଭାଗୀୟ ମନ୍ତ୍ରୀଙ୍କ ଖାମଖିଆଲି ଉତ୍ତରକୁ ନେଇ ସେ ସ୍ୱାଧିକାର ଭଙ୍ଗ ନୋଟିସ ଆଣିଛନ୍ତି ।

ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ପ୍ରିଭିଲେଜ କମିଟି ଗଠନ କରାଯାଉ ବୋଲି ବି ଦାବି କରିଛନ୍ତି। ଏହାର ବିଚାର କରାଯିବ ବୋଲି ବାଚସ୍ପତି କହିଛନ୍ତି।

ଏହାବାଦ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କୁ କହିବାକୁ ସୁଯୋଗ ନ ଦେବାରୁ କଂଗ୍ରେସ ବିଧାୟକ ଗୃହ ମଧ୍ୟଭାଗରେ ହୋହଲ୍ଲା କରିଥିଲେ। ଏହାପରେ ବାଚସ୍ପତି ଅପରାହ୍ନ ୪ଟା ଯାଏ ଗୃହ ମୁଲତବି କରିଛନ୍ତି। 

ସୂଚନାଯୋଗ୍ୟ, ଗତ ୨୫ ତାରିଖରେ ମୁଖ୍ୟମନ୍ତ୍ରୀ ଗୃହରେ ଦେଇଥିବା ବିବୃତି ଅନୁଯାୟୀ, ମୋ ସରକାର ସର୍ବଦା ଲୋକଙ୍କ ସମସ୍ୟା ସମାଧାନକୁ ଗୁରୁତ୍ୱ ଦିଏ। କୋଭିଡ୍ ପୂର୍ବରୁ ସିଏମ୍ଓ ଭୁବନେଶ୍ୱରରେ ଅଭିଯୋଗ ଶୁଣୁଥିଲା। କୋଭିଡ୍ ଯୋଗୁଁ ପ୍ରାୟ ୨ ବର୍ଷ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିଲା। କିନ୍ତୁ କୋଭିଡ୍ ପରେ ଯଥେଷ୍ଟ ଲୋକ ଅଭିଯୋଗ ପ୍ରକୋଷ୍ଠ ଆସୁନଥିବା ଦେଖିଥିଲୁ। ସେଥିପାଇଁ ଲୋକଙ୍କ ନିକଟକୁ ଯାଇ ଅଭିଯୋଗ ଆଣିବାକୁ ମୁଁ ଚିନ୍ତାକଲି। ମୋ ନିର୍ଦ୍ଦେଶରେ ସିଏମ୍ଓ ଅଫିସରମାନେ ଜିଲ୍ଲାକୁ ଯାଇ ଅଭିଯୋଗ ଆଣିଲେ।

ସେହିପରି ବିଭିନ୍ନ ଜିଲ୍ଲାକୁ ୫ଟି ସଚିବଙ୍କ ହେଲିକପ୍ଟର ଗସ୍ତ ନେଇ ମଧ୍ୟ ସ୍ପଷ୍ଟୀକରଣ ଦେଇଥିଲେ ମୁଖ୍ୟମନ୍ତ୍ରୀ। ଏହି ପ୍ରସଙ୍ଗରେ ସେ କହିଥିଲେ, ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୩ଟା ଭିତରେ ଦିନକରେ ୩ରୁ ୫ଟି ମିଟିଂ କରିବା ଅସମ୍ଭବ। ଯଦି ସଡ଼କ ପଥରେ ଯାଇ ଏତକ କରାଯାଇଥାନ୍ତା ତେବେ ଦେଢ଼ବର୍ଷ ଲାଗିଥାନ୍ତା। ବିଗତ ସାଢ଼େ ୩ ବର୍ଷରେ ହେଲିକପ୍ଟର ବାବଦରେ ୪୦ କୋଟି ବ୍ୟୟ କରିଛୁ। ହିସାବ କଲେ ହେଲିକପ୍ଟର ବାବଦରେ ମାସକୁ ୧ରୁ ଦେଢ଼ କୋଟି ଖର୍ଚ୍ଚ ହୋଇଥିବା କହିଥିଲେ ମୁଖ୍ୟମନ୍ତ୍ରୀ।

BjD Bjp Congress Odisha Assembly