Advertisment

ମୁଖ୍ୟମନ୍ତ୍ରୀ ହେବାକୁ ଇଚ୍ଛା କଲେ କଂଗ୍ରେସ ମୁଖିଆ ଖଡେଗଙ୍କ ପୁଅ

ମୁଖ୍ୟମନ୍ତ୍ରୀ ହେବାକୁ ଇଚ୍ଛା ଅଛି କି ବୋଲି ପ୍ରଶ୍ନରେ ଜୁନିୟର ଖଡେଗ କହିଛନ୍ତି, “ଏକଥା ହାଇକମାଣ୍ଡ କହିବା ଦରକାର। ଯଦି ହାଇକମାଣ୍ତ ମୋତେ ମୁଖ୍ୟମନ୍ତ୍ରୀ ହେବାକୁ ପ୍ରସ୍ତାବ ଦେବେ, ତା’ହେଲେ ମୁଁ ନିଶ୍ଚିତ ଏହାକୁ ହଁ କହିବି।”

author-image
Hemant Lenka
Priyank Kharge

Priyank Kharge

କର୍ଣ୍ଣାଟକାର ଆଇଟି ମନ୍ତ୍ରୀ ତଥା କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେଙ୍କ ପୁଅ ପ୍ରିୟଙ୍କ ମୁଖ୍ୟମନ୍ତ୍ରୀ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଯଦି ଦଳର ହାଇକମାଣ୍ଡ ଚାହିଁବେ, ତା’ହେଲେ ସେ ନିଶ୍ଚିତ ଭାବେ କର୍ଣ୍ଣାଟକାର ମୁଖ୍ୟମନ୍ତ୍ରୀ ପଦରେ ବସିବେ ବୋଲି ମତ ରଖିଛନ୍ତି।

Advertisment

ମୁଖ୍ୟମନ୍ତ୍ରୀ ହେବାକୁ ଇଚ୍ଛା ଅଛି କି ବୋଲି ପ୍ରଶ୍ନରେ ଜୁନିୟର ଖଡେଗ କହିଛନ୍ତି, “ଏକଥା ହାଇକମାଣ୍ଡ କହିବା ଦରକାର। ଯଦି ହାଇକମାଣ୍ତ ମୋତେ ମୁଖ୍ୟମନ୍ତ୍ରୀ ହେବାକୁ ପ୍ରସ୍ତାବ ଦେବେ, ତା’ହେଲେ ମୁଁ ନିଶ୍ଚିତ ଏହାକୁ ହଁ କହିବି।”

ସୋମବାର ଜୁନିୟର ଖଡଗେ ବିଜେପିକୁ ଟାର୍ଗେଟ କରିଥିଲେ। ରାଜ୍ୟର କିଛି ବିଜେପି ନେତା କ୍ଷମତାସୀନ କର୍ଣ୍ଣାଟକା ସରକାରଙ୍କୁ ଭାଙ୍ଗିବା ପାଇଁ ଲାଗି ପଡ଼ିଛନ୍ତି। କିନ୍ତୁ କଂଗ୍ରେସ ସରକାରଙ୍କୁ ଭାଙ୍ଗିବାକୁ ହେଲେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଠାରୁ ୧୦୦୦ କୋଟି ଟଙ୍କା ଆଣିବାକୁ ପଡ଼ିପାରେ ବୋଲି ସେ କହିଥିଲେ।

Advertisment

ଏହାପୂର୍ବରୁ ମାଣ୍ତ୍ୟାର କଂଗ୍ରେସ ବିଧାୟକ ରବି କୁମାର ଗନିଗା ଅଭିଯୋଗ କରିଥିଲେ ଯେ ବିଜେପିର ଗୋଟିଏ ଟିମ କଂଗ୍ରେସର ୪ ଜଣ କଂଗ୍ରେସ ବିଧାୟକଙ୍କୁ ଭେଟିଛନ୍ତି।

ଏଥିସହ ସେମାନଙ୍କୁ ବିଜେପିରେ ସାମିଲ ହେବାକୁ କହିଛନ୍ତି। ସେମାନେ ଯଦି ପ୍ରସ୍ତାବରେ ରାଜି ହେବେ, ତା’ହେଲେ ସମସ୍ତଙ୍କୁ ୫୦ କୋଟି ଲେଖାଏ ଟଙ୍କା ଓ ମନ୍ତ୍ରୀ ପଦ ମିଳିବ ବୋଲି ଅଫର ଦିଆଯାଇଛି।

ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଗୁରୁବାର ସମସ୍ତଙ୍କୁ ଆଶ୍ୱସ୍ତବାଣୀ ଦେଇ କହିଥିଲେ ଯେ ସେ ପୂରା ୫ ବର୍ଷ ମୁଖ୍ୟମନ୍ତ୍ରୀ ଭାବେ କର୍ଣ୍ଣାଟକାରେ କାମ କରିବେ।

କଂଗ୍ରେସ କର୍ଣ୍ଣାଟକାରେ କ୍ଷମତା ଦଖଲ କରିବା ପରେ ସିଦ୍ଦରମୈୟା ମୁଖ୍ୟମନ୍ତ୍ରୀ ହୋଇଥିଲେ। ଲାଗୁଥିଲା ସେ ପ୍ରଥମ ଅଢ଼େଇ ବର୍ଷ ଓ ପରେ ଡିକେ ଶିବକୁମାର ମୁଖ୍ୟମନ୍ତ୍ରୀ ହେବେ। କିନ୍ତୁ ଏବେ ସିଦ୍ଦରମୈୟା ପୂରା ୫ ବର୍ଷ ମୁଖ୍ୟମନ୍ତ୍ରୀ ପଦରେ ରହିବେ ବୋଲି କହିବା ପରେ ନୂଆ ଟ୍ୱିଷ୍ଟ ଆସିଛି।

Congress Karnataka