୨ ବର୍ଷ ପରେ ଆସିଲା ମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା, ଫାର୍ମ ହାଉସ ବିକି ବି ମୁଖ୍ୟମନ୍ତ୍ରୀ ସବୁଠୁ ଧନୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ୨ ବର୍ଷ ପରେ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ତାଲିକାକୁ ରାଜ୍ୟ ସରକାର ଗତକାଲି ରାତିରେ ସାର୍ବଜନୀନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହରିୟାନାରେ ଥିବା ନିଜ ଫାର୍ମ ହାଉସ ବିକିଥିଲେ ମଧ୍ୟ ରାଜ୍ୟ ମନ୍ତ୍ରିମଣ୍ଡଳରେ ସେ ସବୁଠୁ ଧନୀ ଭାବେ ନିଜର ସ୍ଥାନ ବଜାୟ ରଖିଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ପରିମାଣ ବର୍ଷକ ମଧ୍ୟରେ ପ୍ରାୟ ୩୦୫୪୩ଟଙ୍କା ହ୍ରାସ ପାଇଛି । ନବୀନଙ୍କ ମନ୍ତ୍ରିମଣ୍ଡଳରେ ଖଣି ଓ ଇସ୍ପାତ […]

Naveen-Patnaik

Naveen-Patnaik

Ordigital Desk
  • Published: Friday, 23 September 2022
  • Updated: 23 September 2022, 09:48 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ୨ ବର୍ଷ ପରେ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ତାଲିକାକୁ ରାଜ୍ୟ ସରକାର ଗତକାଲି ରାତିରେ ସାର୍ବଜନୀନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହରିୟାନାରେ ଥିବା ନିଜ ଫାର୍ମ ହାଉସ ବିକିଥିଲେ ମଧ୍ୟ ରାଜ୍ୟ ମନ୍ତ୍ରିମଣ୍ଡଳରେ ସେ ସବୁଠୁ ଧନୀ ଭାବେ ନିଜର ସ୍ଥାନ ବଜାୟ ରଖିଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ପରିମାଣ ବର୍ଷକ ମଧ୍ୟରେ ପ୍ରାୟ ୩୦୫୪୩ଟଙ୍କା ହ୍ରାସ ପାଇଛି । ନବୀନଙ୍କ ମନ୍ତ୍ରିମଣ୍ଡଳରେ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ୪୨.୧୫ଲକ୍ଷ ଟଙ୍କାର ମୋଟ୍ ସମ୍ପତ୍ତି ସହ ସବୁଠୁ ଗରିବ ମନ୍ତ୍ରୀ । ତାଙ୍କର ନିଜସ୍ୱ ଗାଡ଼ିଟିଏ ମଧ୍ୟ ନାହିଁ ।

ମୁଖ୍ୟମନ୍ତ୍ରୀଙ୍କ ମୋଟ ସମ୍ପତ୍ତିର ପରିମାଣ ୨୦୨୧ ଡିସେମ୍ବର ସୁଦ୍ଧା ୬୪ କୋଟି ୯୭ଲକ୍ଷ ୮୯ହଜାର ୨୨୦ଟଙ୍କା ଥିବାବେଳେ ୨୦୨୦ ମାର୍ଚ୍ଚ ୩୧ତାରିଖ ସୁଦ୍ଧା ଏହା ୬୪କୋଟି ୯୮ଲକ୍ଷ ୧୯ହଜାର ୭୬୩ଟଙ୍କା ଥିଲା । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଚଳିତବର୍ଷ ସେପ୍ଟେମ୍ବର ୨୨ତାରିଖରେ ଦାଖଲ କରିଥିବା ନିଜର ସମ୍ପତ୍ତି ତାଲିକାରେ ତାଙ୍କର ଫରିଦାବାଦସ୍ଥିତ ଫାର୍ମ ହାଉସକୁ ସେ ବିକ୍ରି କରିଦେଇଥିବା ଜଣାପଡ଼ିଛି । ୨୦୧୯-୨୦ ଆର୍ଥିକବର୍ଷର ସମ୍ପତ୍ତି ତାଲିକାରେ ଫାର୍ମହାଉସକୁ ୨୦୨୦ ଅଗଷ୍ଟ ୨୧ତାରିଖରେ ବିକ୍ରି କରିଥିବା ସୂଚନା ମିଳିଛି । ଯାହାକି ୨୨.୭ଏକର ପରିମିତର ଓ ୨୦୧୭ ମସିହାରେ ଏହାର ମୂଲ୍ୟ ୧୦.୭୫କୋଟି ଟଙ୍କା ଆକଳନ ହୋଇଥିଲା । ତେବେ ୨୦୨୧ ଡିସେମ୍ବର ୩୧ତାରିଖ ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ତାଲିକାରେ ଉକ୍ତ ଫାର୍ମହାଉସ ନଥିବାବେଳେ ୯ କୋଟିର ଆରବିଆଇ ବଣ୍ଡ, କୋଟିଏ ଟଙ୍କାର ପୋଷ୍ଟାଲ ସେଭିଙ୍ଗ ଓ ପ୍ରାୟ ୧ କୋଟି ୧୧ ଲକ୍ଷ ଟଙ୍କାର ଟର୍ମ ଡିପୋଜିଟ ବ୍ୟାଙ୍କରେ ରହିଛି । ମୁଖ୍ୟମନ୍ତ୍ରୀଙ୍କ ପାଖରେ ଥିବା ସୁନାର ପରିମାଣ ୩.୪୫ ଲକ୍ଷ ଟଙ୍କା ବୋଲି ତାଙ୍କ ସମ୍ପତ୍ତି ତାଲିକାରେ ଉଲ୍ଲେଖ ଅଛି । ସେହିପରି ତାଙ୍କର ପୁରୁଣା ଆମ୍ବାସଡରର ଦାମ୍ ୬, ୪୩୪ ଟଙ୍କା ଦର୍ଶାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନୂଆଦିଲ୍ଲୀ ଜନପଥରେ ଥିବା ଏକ ବ୍ୟାଙ୍କ ଆକାଉଂଟରେ ୭୨ ଲକ୍ଷ ଟଙ୍କାର ଜମା ପୁଞ୍ଜି ରହିଥିବା ବେଳେ ଭୁବନେଶ୍ୱର ଷ୍ଟେଟ ବ୍ୟାଙ୍କରେ ୨୧.୭୧ ଲକ୍ଷ ଟଙ୍କା ଅଛି । ଏହି ଦୁଇ ବ୍ୟାଙ୍କର ଜମାରାଶି ଗତବର୍ଷ ଯଥାକ୍ରମେ ୧୬.୭୬ଲକ୍ଷ ଓ ୧୦.୫୬ଲକ୍ଷ ଟଙ୍କା ଥିଲା । ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତିିର ପରିମାଣ ୨୦୧୫ ମସିହାରେ ମୋଟ ୪୮ କୋଟି ଟଙ୍କା ଥିବା ବେଳେ ୨୦୧୯ ମାର୍ଚ୍ଚ ଶେଷ ସୁଦ୍ଧା ୬୩ କୋଟି ୮୭ ଲକ୍ଷ ରହିଥିଲା ।

ଦୀର୍ଘ ୨ ବର୍ଷ ପରେ ଜାରି ହୋଇଥିବା ତାଲିକାରେ ଅନ୍ୟ ମନ୍ତ୍ରୀମାନଙ୍କ ସମ୍ପତ୍ତି ମଧ୍ୟ ସାର୍ବଜନୀନ ହୋଇଛି । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ମନ୍ତ୍ରିମଣ୍ଡଳର ଦ୍ୱିତୀୟ ଧନୀ ମନ୍ତ୍ରୀ ଥିବାବେଳେ ତାଙ୍କ ପତ୍ନୀଙ୍କ ନାଁରେ ୬୬ଟି ଗାଡ଼ି ରହିଛି । ମନ୍ତ୍ରୀ ଶ୍ରୀ ଦାସଙ୍କ ସମ୍ପତ୍ତିରେ ରିଭଲଭର,ଗନ୍ ଓ ରାଇଫଲ ମଧ୍ୟ ରହିଛି । ଶ୍ରୀ ଦାସଙ୍କର ଗୋଟିଏ ମର୍ସିଡିଜ୍ ବେଂଚ ଗାଡ଼ି ମଧ୍ୟ ରହିଛି । ଶ୍ରୀ ଦାସଙ୍କ ତୁଳନାରେ ତାଙ୍କ ପତ୍ନୀଙ୍କର ସମ୍ପତ୍ତି ପରିମାଣ ଅଧିକ । ଶ୍ରୀ ଦାସ କେବଳ ୨୦୨୧ ମସିହାରେ ୧୮ଟି ଗାଡ଼ି କ୍ରୟ କରିଛନ୍ତି ।

ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କର ମୋଟ ସମ୍ପତ୍ତି ୨.୭୩କୋଟି ଟଙ୍କା ହୋଇଥିବାବେଳେ ତାଙ୍କ ପାଖରେ ୨୭ଲକ୍ଷ ଟଙ୍କାର ମୋଟ ୬୨୦ଗ୍ରାମ ସୁନା ମଧ୍ୟ ରହିଛି । କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନାଁରେ ୭୪.୫୮ଲକ୍ଷ ଟଙ୍କା ଓ ତାଙ୍କ ପତ୍ନୀ ମଞ୍ଜୁଳା ଦାସଙ୍କ ନାଁରେ ୨.୬୫ କୋଟି ଟଙ୍କାର ସମ୍ପତ୍ତି ରହିଛି । ପତ୍ନୀଙ୍କ ନାଁରେ ଚନ୍ଦ୍ରଶେଖରପୁର ଅଂଚଳରେ ୪୫୦୦ବର୍ଗଫୁଟ ଓ କଟକ ବିଡ଼ାନାସିରେ ୨୪୮୦ବର୍ଗ ଫୁଟର ଜମି ଓ ଘର ରହିଛି ।

ମନ୍ତ୍ରୀ ରୀତା ସାହୁଙ୍କ ପାଖରେ ୧୮.୫୦ଲକ୍ଷ ଟଙ୍କାର ୪୦ ତୋଳା ସୁନା ଥିବାବେଳେ ତାଙ୍କର ମୋଟ ସମ୍ପତ୍ତି ୬୯ଲକ୍ଷ ଟଙ୍କା । ସେହିପରି ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ମୋଟ ସମ୍ପତ୍ତିର ପରିମାଣ ୪୯.୨୨ଲକ୍ଷ ଟଙ୍କା ହୋଇଥିବାବେଳେ ତାଙ୍କର ଚନ୍ଦକାଠାରେ ୪୮୦୦ବର୍ଗଫୁଟର ଏକ ବାସପଯୋଗୀ ଜମି ରହିଚି । ତାଙ୍କ ପାଖରେ ୪୩୦ଗ୍ରାମର ସୁନା ରହିଛି, ଯାହାର ମୂଲ୍ୟ ପ୍ରାୟ ୨୧.୦୭ଲକ୍ଷ ଟଙ୍କା ବୋଲି ସେ ଉଲ୍ଲେଖ କରିଛନ୍ତି । ସେହିପରି ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ରଙ୍କ ନିଜସ୍ୱ ଗାଡ଼ିଟିଏ ନଥିବାବେଳେ ତାଙ୍କର ମୋଟ ସମ୍ପତ୍ତି ୬୩.୦୩ଲକ୍ଷ ଟଙ୍କା ।

ସେହିପରି ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଓ ତାଙ୍କ ପତ୍ନୀଙ୍କ ପାଖରେ ମୋଟ ୧୧୭୩ଗ୍ରାମର ସୁନା ରହିଛି । ଯାହାର ମୂଲ୍ୟ ୫୬.୫୦ଲକ୍ଷ ଟଙ୍କା ବୋଲି ସେ ଦର୍ଶାଇଛନ୍ତି । ତାଙ୍କର ୪ଟି କମ୍ପାନୀ ମଧ୍ୟ ରହିଛି ।

ମହିଳା ଓ ଶିଶୁବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମଙ୍କର ସମ୍ପତ୍ତିର ମୂଲ୍ୟ ପ୍ରାୟ ୨କୋଟି, ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ସମ୍ପତ୍ତିର ପରିମାଣ ୨.୩୭କୋଟି, ପ୍ରମିଳା ମଲ୍ଲିକଙ୍କ ସମ୍ପତ୍ତି ପ୍ରାୟ ସାଢ଼େ ୪କୋଟି, ପ୍ରତାପ କେଶରୀ ଦେବଙ୍କ ସମ୍ପତ୍ତିର ପରିମାଣ ୬.୨୫କୋଟି ଟଙ୍କା ହୋଇଥିବାବେଳେ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ସମ୍ପତ୍ତି ୬୦ଲକ୍ଷ ଟଙ୍କାର । ସେହିପରି ପଂଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତଙ୍କ ସମ୍ପତ୍ତି ୧.୨୬କୋଟି ଟଙ୍କା, ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁଙ୍କର ପ୍ରାୟ ୪କୋଟି ଟଙ୍କା, ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀଙ୍କ ପ୍ରାୟ ୨କୋଟି ଟଙ୍କା, ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢ଼ୋଲକିଆଙ୍କ ପାଖରେ ୧.୩୪କୋଟି ଟଙ୍କା ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ପାଖରେ ୨କୋଟି ଟଙ୍କାର ସମ୍ପତ୍ତି ରହିଛି । ସେହିପରି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇଙ୍କ ପାଖରେ ୧୧କୋଟି ଟଙ୍କାର ସମ୍ପତ୍ତି ଥିବାବେଳେ ଖାଦ୍ୟ ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କ ପାଖରେ ୭୨୫ଗ୍ରାମ ସୁନା ରହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story