/odisha-reporter/media/post_attachments/uploadimage/library/16_9/16_9_0/BJD_1715791942.jpg)
BJD
ବ୍ରଜରାଜନଗରର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ଆଜି ବିଜେପି ଛାଡ଼ି ବିଜେଡିରେ ସାମିଲ ହୋଇଛନ୍ତି । ନିର୍ବାଚନ ଚାଲିଥିବାବେଳେ ଶ୍ରୀମତୀ ପଣ୍ଡା ବିଜେଡିରେ ମିଶ୍ରଣ ଦ୍ୱାରା ଦଳକୁ ଫାଇଦା ହେବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି ।
Advertisment
ସୂଚନା ଅନୁସାରେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ଶ୍ରୀମତୀ ପଣ୍ଡା ଆଜି ବିଜେଡିରେ ସାମିଲ ହୋଇଛନ୍ତି । ଏହାପୂର୍ବରୁ ସେ ତାଙ୍କର ଇସ୍ତଫା ପତ୍ର ବିଜେପି ସଭାପତିଙ୍କ ନିକଟକୁ ପଠାଇ ଦେଇଥିଲେ । ଶ୍ରୀମତୀ ପଣ୍ଡା ବ୍ରଜରାଜନଗରରୁ ଟିକେଟ୍ ଆଶାୟୀ ଥିଲେ । ମାତ୍ର ବିଜେପି ତାଙ୍କ ପରିବର୍ତ୍ତେ ସୁରେଶ ପୂଜାରୀଙ୍କୁ ଟିକେଟ ଦେବାରୁ ସେ ଅସନ୍ତୋଷ ବ୍ୟକ୍ତ କରିବା ସହ ନିର୍ବାଚନୀ କାର୍ଯ୍ୟରେ ସହଯୋଗ କରୁନଥିଲେ । ଆଜି ସେ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଛନ୍ତି । ଅବଶ୍ୟ ରାଧାରାଣୀ ୨୦୧୯ ନିର୍ବାଚନ ଓ ପରେ ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଭାବେ ଲଢ଼ି ପରାଜିତ ହେବା ପରଠୁ ସାଂଗଠନିକ କାର୍ଯ୍ୟରେ ବିଶେଷ ଦୃଶ୍ୟମାନ ହେଉନଥିଲେ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
