Advertisment

ରାମଚନ୍ଦ୍ର କାଡ଼ାମ କଂଗ୍ରେସ ବିଧାୟକ ଦଳ ନେତା

ଆସନ୍ତାକାଲିଠାରୁ ରାଜ୍ୟ ବଜେଟ ଅଧିବେଶନ ଆରମ୍ଭ ହେଉଥିବା ବେଳେ କଂଗ୍ରେସ ଆଜି ତା’ର ବିଧାୟକ ଦଳ ନେତାଙ୍କ ନାଁ ଘୋଷଣା କରିଛି।

author-image
Jitendra Garnayak
Rama Chandra Kadam

Rama Chandra Kadam

ବିଧାନସଭା ନିର୍ବାଚନ ଫଳାଫଳ ଆସିବାର ଦେଢ଼ ମାସ ପରେ ବିଧାୟକ ଦଳ ନେତା ଚୟନ କରିଛି କଂଗ୍ରେସ। ପଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡ଼ାମ ହୋଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା। ସେହିପରି ଅଶୋକ ଦାସ ବିଧାୟକ ଦଳର ଉପନେତା ହୋଇଛନ୍ତି। ବିଧାୟକ ସିଏସ୍‌ ରାଜନ ଏକ୍କାଙ୍କୁ ମୁଖ୍ୟ ସଚେତକ କରାଯାଇଛି।  AICC ପକ୍ଷରୁ ଆଜି ଏନେଇ ବିଧିବଦ୍ଧ ସୂଚନା ଜାରି କରାଯାଇଛି।

Advertisment

ଆସନ୍ତାକାଲିଠାରୁ ରାଜ୍ୟ ବଜେଟ ଅଧିବେଶନ ଆରମ୍ଭ ହେଉଥିବା ବେଳେ ଆଜି ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିଥିଲା ସର୍ବଦଳୀୟ ବୈଠକ। ଏଥିରେ କଂଗ୍ରେସରୁ କେହି ସାମିଲ ହୋଇ ନଥିଲେ। କଂଗ୍ରେସର ବିଧାୟକ ଦଳ ନେତା ବଛା ହୋଇ ନଥିବାରୁ ଏଭଳି ସ୍ଥିତି ଉତ୍ପନ୍ନ ହୋଇଥିଲା। ଆଉ ଏହି ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ଖୋଦ୍ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି। ସେ କହିଥିଲେ ଯେ କଂଗ୍ରେସ ଭଳି ଏକ ପୁରୁଣା ଦଳ ସର୍ବଦଳୀୟ ବୈଠକରେ ଯୋଗ ନଦେଇପାରିବା ଦୁର୍ଭାଗ୍ୟଜନକ।

ଅନ୍ୟପକ୍ଷରେ ରାମଚନ୍ଦ୍ର କାଡ଼ାମ କହିଥିଲେ ଯେ ସର୍ବଦଳୀୟ ବୈଠକ ନେଇ ତାଙ୍କ ଦଳକୁ ଔପଚାରିକ ଚିଠି କରାଯାଇ ନଥିଲା। ଏହା ସହିତ ଆଜି ସନ୍ଧ୍ୟା ସୁଦ୍ଧା କଂଗ୍ରେସ ବିଧାୟକ ଦଳ ନେତାଙ୍କ ନାଁ ଘୋଷଣା ହେବ ବୋଲି ସେ କହିଥିଲେ। ଶ୍ରୀ କାଡ଼ାମ ଏହି ପ୍ରତିକ୍ରିୟା ରଖିବାର କିଛି ଘଣ୍ଟା ମଧ୍ୟରେ ଏଆଇସିସି ପକ୍ଷରୁ ତାଙ୍କରି ନାଁ କଂଗ୍ରେସ ବିଧାୟକ ଦଳ ନେତା ଭାବେ ଘୋଷଣା କରାଯାଇଛି। 

Advertisment
Congress