Advertisment

ବିଜେଡି ଛାଡ଼ିଲେ ପୂର୍ବତନ ଉପ ବାଚସ୍ପତି ରାମଚନ୍ଦ୍ର ପଣ୍ଡା; ଝାଡ଼ିଲେ ଅସନ୍ତୋଷ

ରାମଚନ୍ଦ୍ର ପଣ୍ଡାଙ୍କ ସହ ଦଳର ଅନ୍ୟତମ ବରିଷ୍ଠ ନେତା ଟି. ଗୋପୀ ମଧ୍ୟ ଆଜି ବିଜେଡି ଛାଡ଼ିଛନ୍ତି

author-image
Tapaswini Nayak
ଅଦ୍ୟତନ ହୋଇଛି
Rama Chandra Panda

Rama Chandra Panda

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ତଥା ପୂର୍ବତନ ଉପ ବାଚସ୍ପତି ରାମଚନ୍ଦ୍ର ପଣ୍ଡା। ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି।

Advertisment

ବିଜେଡିରୁ ଇସ୍ତଫା ଦେବା ପରେ ଦଳରେ ଗଣତନ୍ତ୍ର ନଥିବା କହି ରାମଚନ୍ଦ୍ର ଦଳ ଉପରେ ବର୍ଷିଛନ୍ତି। ସେ ଏକ ପ୍ରେସବିଜ୍ଞପ୍ତି ଜାରି କରି ନିଜର ଅସନ୍ତୋଷ ଛାଡ଼ିଛନ୍ତି। ସେଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ଦଳ ତାର ନୀତି ଆଦର୍ଶ ଭୁଲି ଯାଇଛି। ଦୀର୍ଘ ଦିନ ଧରି ଦଳରେ ଥିଲେ ବି ଦୁଇ ଘଣ୍ଟା ପୂର୍ବରୁ ଦଳରେ ଯୋଗ ଦେବା ବ୍ୟକ୍ତିଙ୍କୁ  ଟିକେଟ ଦିଆଯାଉଛି। 

 ସେ ଆହୁରି ଲେଖିଛନ୍ତି ଯେ, ୨୦୧୯ ନିର୍ବାଚନର ଏକ ସପ୍ତାହ ପୂର୍ବରୁ ମୋତେ ବାଦ୍ ଦେଇ ଅନ୍ୟଜଣେ ନବାଗତକଙ୍କୁ ପ୍ରାର୍ଥୀ କରିବା ପାଇଁ ଘୋଷଣା କରାଗଲା। ତଥାପି ମୁଁ ଶୃଙ୍ଖଳାର ସହିତ ଦଳ ପାଇଁ କାମ କରିଥିଲି। ବର୍ତ୍ତମାନ ମଧ୍ୟ ଆସନ୍ନ ନିର୍ବାଚନ ପ୍ରାର୍ଥୀ ପାଇଁ ଚୟନକୁ କେନ୍ଦ୍ର କରି ଯେଭଳି ହଟ୍ଟଚମଟ ଓ ଏକ ତରଫା ମନ୍ତ୍ରଣାକୁ ଦେଖିବାକୁ ପାଇଲି ସେଥିରେ ଅନୁଭବ କଲି ଯେ ଉପର ଠଉରିଆଭାବେ ସରକାରୀ ପଦବୀ ଦେଇ ମୋତେ ଦଳରେ ରଖିବା ଦଳର ଏକମାତ୍ର ଉଦ୍ଦେଶ୍ୟ। ଯାହା ମୋର ସ୍ୱାଭିମାନ ଓ ସ୍ୱାଧୀନତା ପ୍ରତି ଏକ ପ୍ରକାର କଟାକ୍ଷ।

Advertisment

ବିଗତ ୧୫ ଦିନ ମଧ୍ୟରେ ମୋ ତରଫରୁ ଏକାଧିକ ଅନୁରୋଧ ସ୍ୱତ୍ତେ ବିଚାର ବିମର୍ଶ ପାଇଁ ମୋତେ ଦଳ ସୁଯୋଗ ଦେଲାନାହିଁ। ସେହ୍ନ ଓ ଶ୍ରଦ୍ଧାବିନା କୌଣସି ପଦବୀ ମୂଲ୍ୟହୀନ। ଏଭଳି ଦୁଃଖଦ ପରିସ୍ଥିତିରୁ ନିଜକୁ ମୁକ୍ତ କରିବା ପାଇଁ ମୁଁ ଦଳରୁ ଅଲଗା ହୋଇଯିବା ଉଚିତ ବୋଲି ମନେ କଲି।

 ତେବେ ରାମଚନ୍ଦ୍ର ଆଗକୁ କେଉଁ ଦଳକୁ ଯିବେ ସେ ନେଇ କିଛି ସ୍ପଷ୍ଟ କରି ନାହାନ୍ତି। ରାମଚନ୍ଦ୍ର ପଣ୍ଡାଙ୍କ ସହ ଦଳର ଅନ୍ୟତମ ବରିଷ୍ଠ ନେତା ଟି. ଗୋପୀ ମଧ୍ୟ ଆଜି ବିଜେଡି ଛାଡ଼ିଛନ୍ତି।

ରାମଚନ୍ଦ୍ର ଜଣେ ଦକ୍ଷ ରାଜନୀତିଜ୍ଞ ଥିଲେ। ସେ ଓଡ଼ିଶା ବିଧାନସଭାରେ ବିଧାୟକ ଭାବରେ କାର୍ଯ୍ୟ କରିଛନ୍ତି। ୨୦୦୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେରାମଚନ୍ଦ୍ର ଛତ୍ରପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ। ପରେ ସେ ନବୀନ ପଟ୍ଟନାୟକଙ୍କ ପ୍ରଥମ ମନ୍ତ୍ରୀମଣ୍ଡଳରେ ଉପବାଚସ୍ପତି ଭାବରେ କାର୍ଯ୍ୟ କରିଥିଲେ। ରାମଚନ୍ଦ୍ର ୨୦୧୭ରେ ବିଜେପିରୁ ଇସ୍ତଫା ଦେଇ ବିଜେଡ଼ିରେ ଯୋଗ ଦେଇଥିଲେ। 

BjD