ବିଜେପିରୁ ଇସ୍ତଫା ଦେଇଛନ୍ତି ପୁରୀ ଜିଲ୍ଲା ସତ୍ୟବାଦୀ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାରସିଂହ। ଆଜି ସେ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପାଖକୁ ପଠା ଦେଇଛନ୍ତି।
ରମା ବଳିଆରସିଂହ ବିଜେପି ମୁଖପାତ୍ର ମଧ୍ୟ ଥିଲେ। ୨୫ ତାରିଖରେ ସତ୍ୟବାଦୀରେ ଭୋଟ୍ ଗ୍ରହଣ ହେବାକୁ ଥିବା ବେଳେ ତାର କିଛି ଦିନ ପୂର୍ବରୁ ଦଳ ଛାଡିବା ଚର୍ଚ୍ଚାର ବିଷୟ ପାଲଟିଛି।
Also Read
ରମାରଞ୍ଜନ ବଳିୟାରସିଂହ କହିଛନ୍ତି, ଏହା ମୋର ବ୍ୟକ୍ତିଗତ ଅସନ୍ତୋଷ ନୁହେଁ। ଏହା ସତ୍ୟବାଦୀର ଜନ ସାଧାରଣଙ୍କ ଅସନ୍ତୋଷ। ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ତ୍ୟାଗର ମାଟି ଭୋଗର ମାଟି ନୁହେଁ। ସତ୍ୟବାଦୀ ଜନ ସାଧାରଣଙ୍କ ଅପେକ୍ଷାକୁ ବିଜେପି ପ୍ରତାରଣା କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Politics
ଓଡ଼ିଶା କେବଳ ଗୋଟିଏ ରାଜ୍ୟ ନୁହେଁ ଭାରତର ଉଜ୍ଜ୍ୱଳ ନକ୍ଷତ୍ର : ପ୍ରଧାନମନ୍ତ୍ରୀ ମୋଦି, ୧୮୬୫୩ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ
ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ, ଜୁନ ୨୦ତାରିଖ ହେଉଛି ଏକ ସ୍ୱତନ୍ତ୍ର ଦିନ, ଯାହା ଓଡ଼ିଶାର ପ୍ରଥମ ବିଜେପି ସରକାରର ଏକ ବର୍ଷ ପୂର୍ତ୍ତିର ପ୍ରତୀକ। ସେ ଏହାକୁ କେବଳ ଏକ ସରକାରର ବାର୍ଷିକୀ ନୁହେଁ, ବରଂ ଜନସେବା ଓ ଜନବିଶ୍ୱାସ ପାଇଁ ସମର୍ପିତ ସୁଶାସନର ସ୍ଥାପନା ବୋଲି ଅଭିହିତ କରିଛନ୍ତି ।

Politics
କାହିଁକି ଟ୍ରମ୍ପଙ୍କ ଆମେରିକା ନିମନ୍ତ୍ରଣକୁ ମନା କରି ଦେଇଥିଲେ ମୋଦି, ଆଜି ଭୁବନେଶ୍ୱରରେ କହିଲେ କାରଣ
ରାଜ୍ୟର ମୋହନ ସରକାରଙ୍କୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ କହିଥିଲେ, ବର୍ଷକ ଭିତରେ ବେଶ୍ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି।

National
ସରକାରୀ ଦଳ ବିଧାୟକଙ୍କ ଅଡିଓ କ୍ଲିପ୍ ଲିକ୍: କହିଛନ୍ତି, ଦୋହଲି ଯିବ ସରକାର
ସରକାରଙ୍କୁ ଅଡ଼ୁଆରେ ପକାଇବ କି ସରକାରୀ ଦଳର ବିଧାୟକଙ୍କ ଦାବି?

Politics
ବର୍ଷେ ପୂର୍ବରୁ ଚିନ୍ତା ବ୍ୟକ୍ତ କରିଥିଲେ ମୋଦି, ଅସ୍ତ୍ରୋପଚାର ପାଇଁ ଗଲେ ନବୀନ
ଆଜକୁ ଠିକ୍ ବର୍ଷକ ପୂର୍ବରୁ ଅର୍ଥାତ ୨୦୨୪ ମେ’ ୨୯ତାରିଖରେ ମୟୂରଭଞ୍ଜ ଜିଲ୍ଲାରେ ଏକ ନିର୍ବାଚନୀ ସଭାରେ ତତକାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ଚିନ୍ତା ବ୍ୟକ୍ତ କରିଥିଲେ । ନବୀନବାବୁଙ୍କ ଶୁଭେଚ୍ଛୁମାନେ ତାଙ୍କର ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ଥିବା ଓ ପ୍ରାୟ ବିଗତ ବର୍ଷକ ମଧ୍ୟରେ ନବୀନଙ୍କ ସ୍ୱାସ୍ଥ୍ୟ କିଭଳି ଅଧିକ ଖରାପ ହୋଇଛି ବୋଲି ତାଙ୍କୁ କହିଥିବା ନେଇ ମୋଦି ନିଜର ଭାଷଣରେ ସୂଚନା ଦେଇଥିଲେ । ନବୀନବାବୁଙ୍କ ସ୍ୱାସ୍ଥ୍ୟ ଖରାପ ହେବା ପଛରେ କ’ଣ ଷଡ଼ଯନ୍ତ୍ର ରହିଛି ତାହା ଓଡ଼ିଶାବାସୀ ଜାଣିବାର ଅଧିକାର ରହିଛି ବୋଲି ମଧ୍ୟ କହିଥିଲେ ।

Politics
ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି: କରିବେ ରୋଡ୍ ଶୋ’, ବର୍ଷପୂର୍ତ୍ତି ଉତ୍ସବରେ ଭେଟିଦେବେ ୧୯ହଜାର କୋଟିର ପ୍ରକଳ୍ପ
ପ୍ରଧାନମନ୍ତ୍ରୀ ମୋଦି ଆସନ୍ତାକାଲି ଅପରାହ୍ନ ୩ଟା ୪୦ମିନିଟରେ ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବେ । ୩ଟା ୪୫ମିନିଟରୁ ୪ଟା ୧୫ ପର୍ଯ୍ୟନ୍ତ ରୋଡ୍ ଶୋ’ ଓ ତ୍ରିରଙ୍ଗା ଯାତ୍ରାରେ ସାମିଲ ହେବେ । ଜନତା ମଇଦାନରେ ଆୟୋଜିତ ବର୍ଷପୂର୍ତ୍ତି ଉତ୍ସବରେ ପ୍ରଧାନମନ୍ତ୍ରୀ ୪ଟା ୧୫ମିନିଟରୁ ୫ଟା ୩୦ମିନିଟ୍ ପର୍ଯ୍ୟନ୍ତ ରହିବେ । ଆଉ ୫ଟା ୪୫ମିନିଟରେ ଭୁବନେଶ୍ୱର ବିମାନ ବନ୍ଦରରୁ ଆନ୍ଧ୍ରପ୍ରଦେଶ ଅଭିମୁଖେ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।