Advertisment

‘ସୁଭଦ୍ରା’ ନିୟମରେ ସଂଶୋଧନ : ରାସନ୍ କାର୍ଡଧାରୀ ନଚେତ୍ ପରିବାରର ଆୟ ଅଢ଼େଇ ଲକ୍ଷ ଟଙ୍କାରୁ କମ୍ ଥିଲେ ମିଳିବ ସହାୟତା

ଆଜି ଜିଲ୍ଲାପାଳମାନଙ୍କୁ ଜାରି ହୋଇଥିବା ଏହି ଗାଇଡଲାଇନ୍ ଅନୁସାରେ, ମହିଳାମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ପାଇଁ ସୁଭଦ୍ରା ଯୋଜନା ଆରମ୍ଭ କରାଯାଇଛି। ହିତାଧିକାରୀମାନେ ଯେପରି ଠିକ୍ ସୂଚନା ପାଇପାରିବେ ସେଥିପାଇଁ ଗାଇଡଲାଇନ୍ ଜାରି ହୋଇଛି।

author-image
Ordigital Desk
Subhadra

Subhadra

ବିଜେପି ସରକାରଙ୍କ ମହତ୍ୱାକାଂକ୍ଷୀ ‘ସୁଭଦ୍ରା’ ଯୋଜନାର ସଂଶୋଧିତ ଗାଇଡଲାଇନ୍ ଆଜି ଜାରି ହୋଇଛି । ରାସନକାର୍ଡଧାରୀ ପରିବାର ସଦସ୍ୟ(ଉଭୟ ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ ) କିମ୍ବା ପରିବାରର ଆୟ ଅଢ଼େଇ ଲକ୍ଷ ଟଙ୍କାରୁ କମ୍ ଥିବା ଜଣେ ୨୧ରୁ ୬୦ବର୍ଷ ବୟସର ମହିଳା ‘ସୁଭଦ୍ରା’ଯୋଜନା ପାଇଁ ଆବେଦନ କରିପାରିବେ । ପୂର୍ବରୁ ଜାରି ହୋଇଥିବା ଗାଇଡଲାଇନରେ ଏହି ‘ଆୟସୀମା’କୁ ସାମିଲ କରାଯାଇଛି ଓ ବାକି ଅପରିବର୍ତ୍ତିତ ରହିଥିବା ଜଣାପଡ଼ିଛି ।

Advertisment

ଆଜି ଜିଲ୍ଲାପାଳମାନଙ୍କୁ ଜାରି ହୋଇଥିବା ଏହି ଗାଇଡଲାଇନ୍ ଅନୁସାରେ, ମହିଳାମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ପାଇଁ ସୁଭଦ୍ରା ଯୋଜନା ଆରମ୍ଭ କରାଯାଇଛି । ହିତାଧିକାରୀମାନେ ଯେପରି ଠିକ୍ ସୂଚନା ପାଇପାରିବେ ସେଥିପାଇଁ ଗାଇଡଲାଇନ୍ ଜାରି ହୋଇଛି । ହିତାଧିକାରୀଙ୍କ ବୟସ ୨୧ରୁ ଅଧିକ ଓ ୬୦ବର୍ଷରୁ କମ୍ ହୋଇଥିବା ଆବଶ୍ୟକ । ଯୋଗ୍ୟ ମହିଳାଙ୍କ ପାଇଁ କେବଳ ନିଜ ନାମରେ ଆଧାର କାର୍ଡ, ଆଧାର ନମ୍ବର ରହିବା ସହ ସେମାନଙ୍କ ମୋବାଇଲ ନମ୍ବର ଆଧାର କାର୍ଡ ସହ ଲିଙ୍କ୍ ହୋଇଥିବା ଆବଶ୍ୟକ । କେବଳ ନିଜ ନାମରେ ବ୍ୟାଙ୍କ ଆକାଉଣ୍ଟକୁ ହିଁ ସିଧାସଳଖ ସହାୟତା ଟଙ୍କା ପ୍ରଦାନ କରାଯିବ । ସମସ୍ତ ହିତାଧିକାରୀଙ୍କୁ ‘ସୁଭ୍ରଦା’ କାର୍ଡ ଦିଆଯିବ ଓ ସମସ୍ତ ଯୋଗ୍ୟ  ହିତାଧିକାରୀ ୫ବର୍ଷ ପାଇଁ ଦୁଇଟି କିସ୍ତିରେ ବାର୍ଷିକ ୧୦ହଜାର ଟଙ୍କା ହାରରେ ମୋଟ ୫୦ହଜାର ଟଙ୍କା ପାଇବେ ବୋଲି ଗାଇଡଲାଇନରେ ଉଲ୍ଲେଖ ରହିଛି ।

ସୂଚନାଯୋଗ୍ୟ, ଗତ ଦୁଇଦିନ ତଳେ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା  ଏହି ଯୋଜନାରେ ପରିବାରର ସବୁ ଯୋଗ୍ୟ ମହିଳାଙ୍କୁ ‘ସୁଭଦ୍ରା’ ଟଙ୍କା ଯୋଗାଇ ଦିଆଯିବ ବୋଲି ସ୍ପଷ୍ଟ କରିଥିଲେ । ଏପରିକି ଗୋଟିଏ ପରିବାରରେ ଯଦି ୩/୪ଜଣ କିମ୍ବା ଯେତେଜଣ ମହିଳା ଥିବେ ସମସ୍ତଙ୍କୁ ସୁଭଦ୍ରା ଟଙ୍କା ଦିଆଯିବ ବୋଲି ସେ କହିଥିଲେ । ତେବେ ରାସନାକାର୍ଡଧାରୀ ପରିବାର ଓ ଅଢ଼େଇ ଲକ୍ଷ ଟଙ୍କାରୁ କମ୍ ଆୟ ପରିବାରକୁ ଏହି ସୁଭଦ୍ରା ଯୋଜନାର ଲାଭ ମିଳିବ ବୋଲି ଆଜି ସଂଶୋଧିତ ଗାଇଡଲାଇନ୍ ଜାରି ହେବାପରେ ବହୁ ନିମ୍ନ ମଧ୍ୟବିତ୍ତ ପରିବାର ଏଥିରୁ ବାଦ୍ ପଡ଼ିବାର ଆଶଙ୍କା ଦେଖାଦେଇଛି ।

Advertisment
Bjp Subhadra Yojana