'ଆମ କର ଖଜଣାରେ ଦରମା ନେଇ ଆମକୁ ନାଲିଆଖି'

  • Published: Friday, 26 April 2024
  • , Updated: 26 April 2024, 03:14 PM IST

ବିଜେଡି ନେତା ଭିକେ ପାଣ୍ଡିଆନଙ୍କୁ କେଉଁ ଆଧାରରେ ଜେଡ୍ କାଟେଗୋରୀର ସୁରକ୍ଷା ଦିଆଯାଉଛି ବୋଲି ବିଜେପି ପ୍ରଶ୍ନ ଉଠାଇବା ସହ ନିର୍ବାଚନ କମିଶନଙ୍କୁ ଫେରାଦ ହୋଇଛି । ଏପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ କଟାକ୍ଷ କରି କହିଛନ୍ତି ଯେ, ଇଏ ତ ଇଂରେଜ ଶାସନଠୁ ବଳିଗଲାଣି । ଆମ ରାଜ୍ୟରେ ଚାକିରି କରି, ଆମ ଖଜଣାରେ ଦରମା ନେଇ ଏବେ ଆମକୁ ନାଲିଆଖି ଦେଖାଇଲେଣି । କାହାକୁ ଡର, କ୍ଷମତାରେ ନଥାଇ ଏଭଳି ସୁରକ୍ଷା କ’ଣ ପାଇଁ ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି । 

Related story