Advertisment

ସନାତନ ମହାକୁଡ଼ଙ୍କୁ ଜୋତାମାଳ

ମିରିଗିସିଂଘା ଗାଁରେ ହଠାତ୍ ଜଣେ ବ୍ୟକ୍ତି ସାମ୍ନାକୁ ଆସି ଜୋତାମାଳ ପିନ୍ଧାଇଥିଲେ

author-image
Biswajit Samal
Sanatan Mahakud

Sanatan Mahakud

କେନ୍ଦୁଝର ଜିଲ୍ଲାର ହେଭିୱେଟ୍ ନେତା ସନାତନ ମହାକୁଡ଼ଙ୍କୁ ଜୋତାମାଳ। ବିଜେଡିର ଚମ୍ପୁଆ ବିଧାୟକ ପ୍ରାର୍ଥୀ ସନାତନଙ୍କୁ ଜଣେ ବ୍ୟକ୍ତି ଜୋତାମାଳ ପିନ୍ଧାଉଥିବାର ଏକ ଦୃଶ୍ୟ ଭାଇରାଲ୍ ହେବାରେ ଲାଗିଛି।

Advertisment

ସୂଚନା ଅନୁଯାୟୀ ଗାଁକୁ ଗାଁ ବୁଲି ନିର୍ବାଚନ ପ୍ରଚାର କରୁଥିଲେ ସନାତନ। ତେବେ ଚମ୍ପୁଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମିରିଗିସିଂଘା ଗାଁରେ ହଠାତ୍ ଜଣେ ବ୍ୟକ୍ତି ସାମ୍ନାକୁ ଆସି ଜୋତାମାଳ ପିନ୍ଧାଇଥିଲେ। ତା’ସହ ପ୍ରଚାର ପାଇଁ ବି ବାରଣ କରୁଥିବା ଦେଖିବାକୁ ମିଳିଛି ଭାଇରାଲ୍ ଭିଡ଼ିଓରେ। ତେବେ କାହିଁକି ଓ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ? ଏ ସମ୍ପର୍କରେ ସନାତନ ମହାକୁଡ଼ କିମ୍ବା ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Sanatan Mahakud