Advertisment

ଶିଶିର ଗମାଙ୍ଗଙ୍କ ସାଂଘାତିକ ଅଭିଯୋଗ- କଂଗ୍ରେସକୁ ହରାଇବାକୁ ଚାଲିଛି ଡିଲ୍

ପରିବାରର କାହାକୁ ବି ଦଳ ଟିକେଟ ଦେଇ ନ ଥିବାରୁ ଏହୁ ସହଜେ ଗ୍ରହଣ କରି ପାରୁ ନାହାନ୍ତି ଶିଶିର ଗମାଙ୍ଗ। ଏପରିକି କଂଗ୍ରେସକୁ ହରାଇବା ନିମନ୍ତେ ଜାଣିଶୁଣି ଭିତିରିଆ ଡିଲ୍‌ ଚାଲିଥିବା ନେଇ ସେ ସାଂଘାତିକ ଅଭିଯୋଗ କରିଛନ୍ତି।

author-image
Niharika Rout
ଅଦ୍ୟତନ ହୋଇଛି
Sisir Gamanga

Sisir Gamanga

ବିଜେଡି, ବିଜେପି ପରେ ମଙ୍ଗଳବାର କଂଗ୍ରେସ ଉଭୟ ଲୋକସଭା ଓ ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି। କଂଗ୍ରେସ ୪୭ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ତାଲିକାରୁ ବାଦ ପଡ଼ିଛନ୍ତି ବହୁ ଆଶାୟୀ। ଏହି ପ୍ରାର୍ଥୀ ତାଲିକାରୁ ପୁରୁଖା ରାଜନେତା ଗମାଙ୍ଗ ପରିବାର ସମ୍ପୂର୍ଣ୍ଣ ବାଦ ପଡ଼ି ଯାଇଛନ୍ତି।

Advertisment

ପରିବାରର କାହାକୁ ବି ଦଳ ଟିକେଟ ଦେଇ ନ ଥିବାରୁ ଏହୁ ସହଜେ ଗ୍ରହଣ କରି ପାରୁ ନାହାନ୍ତି ଶିଶିର ଗମାଙ୍ଗ। ଏପରିକି କଂଗ୍ରେସକୁ ହରାଇବା ନିମନ୍ତେ ଜାଣିଶୁଣି ଭିତିରିଆ ଡିଲ୍‌ ଚାଲିଥିବା ନେଇ ସେ ସାଂଘାତିକ ଅଭିଯୋଗ କରିଛନ୍ତି। ଶିଶିର ଗମାଙ୍ଗ କଂଗ୍ରେସର ନବରଙ୍ଗପୁର ଲୋକସଭା ଆସନ ପାଇଁ ଆଶାୟୀ ଥିଲେ ।

ଗତକାଲି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ପରେ ଆଶ୍ଚର୍ଯ୍ୟଚକିତ ହୋଇ ଯାଇଛନ୍ତି ଗମାଙ୍ଗ ପରିବାର । ପରିବାରରୁ କାହାକୁ ଟିକେଟ ନ ମିଳିବା ତାଙ୍କୁ ଶକ୍ତ ଆଘାତ ଦେଇଛି ବୋଲି କହିଛନ୍ତି ଶିଶିର ଗମାଙ୍ଗ ।

Advertisment

ଏନେଇ ଗଣମାଧ୍ୟମ ପ୍ରତିନିଧୀଙ୍କ ସହ ଆଲୋଚନା କରି ସେ କହିଛନ୍ତି, କଂଗ୍ରେସ ଦଳରେ ଭିତିରିଆ ଡିଲ୍ ଚାଲିଛି। ପରିବାରରୁ ଜଣଙ୍କୁ ଟିକେଟ ମିଳିବ ବୋଲି ପିସିସି ସଭାପତି ଯେଉଁ ମନ୍ତବ୍ୟ ଦେଉଥିଲେ ତାହାର ଖୋଲାଖୋଲି ଉଲ୍ଲଘଂନ କରାଯାଉଥିବା ସ୍ପଷ୍ଟ ହୋଇଛି ବୋଲି ସେ କହିଛନ୍ତି।

ଏଥିସହ ସେ କହିଛନ୍ତି, ଗତକାଲି ଦଳର ଯେଉଁ ଲିଷ୍ଟ ବାହାରିଲା, ତାହା ଦେଖି ଆମେ ଚକିତ ଓ ହତବାକ ହୋଇ ଯାଇଛୁ। ଆମ ପରିବାରର କାହାକୁ ବି ଟିକେଟ ମିଳିନି। 

ମାତ୍ର ଭୁଜବଳ ମାଝିଙ୍କ ପରିବାର ୪ ଜଣଙ୍କୁ ଟିକେଟ ମିଳିଛି। ତାଙ୍କୁ ନବରଙ୍ଗପୁର ଲୋକସଭା ଆସନ ଟିକେଟ ଦିଆଯାଇଥିବା ବେଳେ ତାଙ୍କ ଝିଅ, ଶଳା, ପୁତୁରାଙ୍କୁ ମଧ୍ୟ ଟିକେଟ ଦେଇଛି ଦଳ। ଏହାଦେଖି ଆମେ ଖୁବ୍‌ ଗଭୀର ଧକ୍କା ପାଇଛୁ। ଏନେଇ ହାଇକମାଣ୍ଡ ଓ ଦଳର ପୁରୁଖା ନେତାଙ୍କ ସହ ଆଲୋଚନା କରିବୁ।

୨୦୧୫ ମସିହାରେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଓ ତାଙ୍କ ପୁଅ ଶିଶିର ଗମାଙ୍ଗ। ୨୦୨୩ ମସିହାରେ ବାପ-ପୁଅ ବିଜେପି ଛାଡ଼ି ଭାରତ ରାଷ୍ଟ୍ର ସମିତି(ବିଆରଏସ)ରେ ସାମିଲ ହୋଇଥିଲେ। ଆଗାମୀ ନିର୍ବାଚନରେ ଓଡ଼ିଶାରୁ ବିଆର୍‌ଏସ୍‌ରୁ ଲଢ଼ିବେ ବୋଲି ସପନ ବି ଦେଖିଥିଲେ। ହେଲେ ସେମିତି କିଛି ସମ୍ଭବ ହୋଇ ପାରିଲାନି।

ଏହାପରେ ଗମାଙ୍ଗ ପରିବାର ପୁଣି ଥିରେ କଂଗ୍ରେସକୁ ଘରବାହୁଡ଼ା କରିଛନ୍ତି। ଗତ ଜାନୁୟାରୀ ୧୭ରେ ଗିରିଧର ଗମାଙ୍ଗ, ତାଙ୍କ ପତ୍ନୀ ହେମା ଗମାଙ୍ଗ ଓ ପୁଅ ଶିଶିର ଗମାଙ୍ଗ କଂଗ୍ରେସରେ ସାମିଲ ହୋଇଛନ୍ତି। ଏହାପରେ ସେମାନେ ଟିକେଟ ଆଶାୟୀ ଥିବା ବେଳେ ଦଳ କିନ୍ତୁ ସେମାନଙ୍କ ଆଶାରେ ପାଣି ଢାଳି ଦେଇଛି।

Congress