ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ବୈଠକରେ ହଙ୍ଗାମା। ବିଏମସି କର୍ପୋରେସନ ବୈଠକରେ ପ୍ରଶ୍ନ ପଚାରିବାକୁ ସୁଯୋଗ ନମିଳିବା ଓ ପ୍ରସଙ୍ଗ ଭିତ୍ତିକ ଆଲୋଚନା ହୋଇନପାରିବା ଅଭିଯୋଗ ନେଇ ବୈଠକ ତ୍ୟାଗ କରିଥିଲେ ବିଜେଡିର କିଛି କର୍ପୋରେଟର। ନିର୍ଦ୍ଦିଷ୍ଟ ଭାବେ କିଛି କର୍ପୋରେଟର ବୈଠକରେ ଅଶାନ୍ତି ତଥା ବିଶୃଙ୍ଖଳା ସୃଷ୍ଟି କରୁଥିବା ଅଭିଯୋଗ ଆଣି କକ୍ଷ ବାହାରକୁ ଚାଲିଯାଇଥିଲେ। ପରେ ସେମାନଙ୍କୁ ବୁଝାସୁଝା କରି ବୈଠକକୁ ଅଣାଯାଇଥିଲା। ଅନ୍ୟପଟେ ୱାର୍ଡର ସମସ୍ୟାକୁ ନେଇ ପ୍ରଶ୍ନ କରିବା ବେଳେ ବିଜେଡି କର୍ପୋରେଟର ବିଶୃଙ୍ଖଳିତ ଆଚରଣ କରି ବାହାରକୁ ଯାଇଥିବା ଅଭିଯୋଗ କରିଛନ୍ତି ବିଜେପି କର୍ପୋରେଟର।
Also Read
ଆଜି ତିନି ମାସ ପରେ ବସିଥିବା କର୍ପୋରେସନ ବୈଠକରେ ପ୍ରଥମରୁ ବିଭିନ୍ନ ୱର୍ଡ଼ର ସମସ୍ୟା ନେଇ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ରହିଥିଲା। ଯାହାକୁ ନେଇ ଉଭୟ ବିଜେଡି ଓ ବିଜେପି କର୍ପୋରେଟରଙ୍କ ମଧ୍ୟରେ ହୋ ହାଲ୍ଲା ଦେଖିବାକୁ ମିଳିଥିଲା। ବୈଠକରେ ଭୁବନେଶ୍ୱର ଏକାମ୍ର, ଉତ୍ତର ଓ ଜଟଣୀ ବିଧାୟକଙ୍କ ସମେତ ମେୟର ଓ କମିଶନର ଉପସ୍ଥିତ ରହିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ପାଣ୍ଡିଆନ-ବବିଙ୍କ ତୁଷ୍ଟୀକରଣରେ ମାତିଛନ୍ତି ଦେବୀ: ସମନ୍ୱୟ କମିଟି ବୈଠକ ଡାକୁନାହାନ୍ତି, ନେତାଙ୍କୁ ଉସକାଉଛନ୍ତି
ସାଧାରଣ ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ୫ମାସ ବିତିଯିବା ପରେ ମଧ୍ୟ ବିପର୍ଯ୍ୟୟର ସମୀକ୍ଷା ପାଇଁ କମିଟି ଗଢ଼ିବାରେ ବିଫଳ ହୋଇଥିବା ବିଜେଡି ଏବେ ତୀବ୍ର ଆଭ୍ୟନ୍ତରୀଣ ଗୋଷ୍ଠୀକନ୍ଦଳ ମଧ୍ୟ ଦେଇ ଗତି କରୁଛି ।
Politics
ଏକଜିଟ ପୋଲ: ଜମ୍ମୁ-କଶ୍ମୀରରେ କେହି ହାସଲ କରିପାରିବେନି ମ୍ୟାଜିକ ନମ୍ବର
ମେହବୁବା ମୁଫତିଙ୍କ ପିଡିପି ଓ ଅନ୍ୟ ଆଞ୍ଚଳିକ ଦଳଗୁଡ଼ିକ କିଙ୍ଗ ମେକର ସାଜିବାର ଯଥେଷ୍ଟ ସମ୍ଭାବନା ରହିଛି।
Politics
ଏକଜିଟ ପୋଲ: ହରିୟାଣାରେ ଶେଷ ହେବ ବିଜେପି ଶାସନ, କଂଗ୍ରେସ ଫେରିବ
୨୦୧୪ ଓ ୨୦୧୯ରେ ହରିୟାଣାରେ କ୍ଷମତା ଦଖଲ କରିଥିବା ବିଜେପିକୁ ଏକଜିଟ ପୋଲ ଫଳାଫଳ ଝଟକା ଦେଇଛି। ହ୍ୟାଟ୍ରିକ ବିଜୟ ପାଇଁ ଲକ୍ଷ୍ୟ ରଖିଥିବା ବିଜେପିକୁ ହରିୟାଣାରେ ପରାଜୟର ସାମ୍ନା କରିବାକୁ ପଡ଼ିପାରେ।
Politics
ପ୍ରସନ୍ନଙ୍କ କଟାକ୍ଷ; ରାଜ୍ୟରେ ଗୋଟିଏ ନୁହେଁ, ୪ଟି ସରକାର ଚାଲିଛି
ରେଢାଖୋଲ ବ୍ଲକ୍ ଲୁହାପଙ୍କ ପଞ୍ଚାୟତ ହେମାମୁରାରେ ଆୟୋଜିତ ପଦଯାତ୍ରାରେ ଯୋଗଦେଇ ଶ୍ରୀ ଆଚାର୍ଯ୍ୟ କହିଛନ୍ତି, ଏଠି ଗୋଟିଏ ସରକାର ନୁହେଁ, ୪ଟି ସରକାର ଚାଲିଛି। କିନ୍ତୁ ଆମର ଗୋଟିଏ ସରକାର ନବୀନ ପଟ୍ଟନାୟକ।
Politics
ଭୋଟ ଗଣତି ପୂର୍ବରୁ ଜମ୍ମୁ-କଶ୍ମୀରକୁ ମିଳିଗଲେ ୫ ବିଧାୟକ, କଂଗ୍ରେସର ଜୋରଦାର ବିରୋଧ
ନୂଆ ସରକାର ଗଠନ ହେବା ପରେ ମନୋନୀତି ସଦସ୍ୟଙ୍କୁ ବିଧାନସଭାକୁ ପଠାଯାଏ। କିନ୍ତୁ ଏହାପୂର୍ବରୁ ଏଦିଗରେ ପଦକ୍ଷେପ ନେବା ଜନାଦେଶ ସହ ଧୋକା ସହ ସମାନ ହେବ ବୋଲି କଂଗ୍ରେସ କହିଛି।