Advertisment

କର୍ଣ୍ଣାଟକାରେ କଂଗ୍ରେସର କ୍ଲିନସୁଇପ୍‌ , ହାରିଲେ ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ

୩ ଆସନ ମଧ୍ୟରୁ ଦୁଇଟିରେ ରାଜ୍ୟର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ ଓ ବସବରାଜ ବୋମାଇଙ୍କ ପୁଅ ଲଢ଼ୁଥିଲେ। କିନ୍ତୁ ଉଭୟଙ୍କୁ ପରାସ୍ତ ହେବାକୁ ପଡ଼ିଛି।

author-image
Hemant Lenka
Karnataka

Karnataka

କର୍ଣ୍ଣାଟକାରେ କ୍ଷମତାସୀନ କଂଗ୍ରେସ ୩ଟି ଯାକ ବିଧାନସଭାରେ ଅନୁଷ୍ଠିତ ଉପ ନିର୍ବାଚନରେ କ୍ଲିନ ସୁଇପ କରିଛି। ଅର୍ଥାତ ଦଳ ୩ଟି ଯାକ ଆସନରେ ବିଜୟୀ ହୋଇଛି। ଶିଗଗାଓଁ, ଚନ୍ନାପାଟନା ଓ ସାନ୍ଦୁର ଆସନରେ ଅନୁଷ୍ଠିତ ଉପ ନିର୍ବାଚନରେ ବିଜୟ ବାନ ଉଡ଼ାଇଛି କଂଗ୍ରେସ। ଆଜି ଭୋଟ ଗଣତି ଆରମ୍ଭରୁ ବିଜେପି ନେତୃତ୍ୱାଧୀନ ଏନଡିଏ ୩ଟି ଯାକ ଆସନରେ ଲିଡ୍‌ କରିଥିଲା।

Advertisment

ହେଲେ ଗଣତି ଆଗକୁ ବଢ଼ିବା ସହ ମେଣ୍ଟକୁ ପରାସ୍ତ ହେବାକୁ ପଡ଼ିଛି। ୩ ଆସନ ମଧ୍ୟରୁ ଦୁଇଟିରେ ରାଜ୍ୟର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ ଓ ବସବରାଜ ବୋମାଇଙ୍କ ପୁଅ ଲଢ଼ୁଥିଲେ। କିନ୍ତୁ ଉଭୟଙ୍କୁ ପରାସ୍ତ ହେବାକୁ ପଡ଼ିଛି।

ଶିଗଗାଓଁ ନିର୍ବାଚନ ମଣ୍ତଳୀ : ଏଠାରେ କଂଗ୍ରେସ ପ୍ରାର୍ଥୀ ୟାସିର ଅହମଦ ପଠାନ ପ୍ରଥମରୁ ପଛରେ ପଡ଼ିଥିଲେ। ହେଲେ ଶେଷରେ ସେ ୧ ଲକ୍ଷରୁ ଅଧିକ ଭୋଟ ପାଇଛନ୍ତି। ସେ ବିଜେପିର ଭାରତ ବୋମାଇଙ୍କୁ ପ୍ରାୟ ୧୩ ହଜାରରୁ ଅଧିକ ଭୋଟରେ ହରାଇଛନ୍ତି। ଭାରତ ହେଉଛନ୍ତି କର୍ଣ୍ଣାଟକାର ପୂର୍ବତନ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କ ପୁଅ।

Advertisment

ଚନ୍ନାପାଟନା ନିର୍ବାଚନ ମଣ୍ଡଳୀ: ଏଠାରେ ସବୁଠାରୁ ହାଇପ୍ରୋଫାଇଲ ଲଢ଼େଇ ହୋଇଥିଲା। ଶେଷରେ କଂଗ୍ରେସର ସିପି ଯୋଗେଶ୍ୱର ବିଜୟୀ ହୋଇଛନ୍ତି। ସେ କେନ୍ଦ୍ରମନ୍ତ୍ରୀ ଏଚଡି କୁମାରସ୍ୱାମୀଙ୍କ ପୁଅ ନିଖିଲଙ୍କୁ ୨୫, ୪୧୩ ଖଣ୍ତ ଭୋଟରେ ହରାଇ ଦେଇଛନ୍ତି। ପୂର୍ବରୁ ଏଠାରେ କୁମାରସ୍ୱାମୀ ଜିତି ଆସୁଥିଲେ। କିନ୍ତୁ ସେ ଲୋକସଭାକୁ ଯିବା ପରେ ଏହି ଆସନ ଖାଲିପଡ଼ିଥିଲା। ଏଠାରେ ଅନୁଷ୍ଠିତ ଉପ ନିର୍ବାଚନରେ ତାଙ୍କ ପୁଅ ପ୍ରାର୍ଥୀ ହୋଇଥିଲେ ହେଁ ତାଙ୍କୁ ପରାସ୍ତ ହେବାକୁ ପଡ଼ିଛି।

ସାନ୍ଦୁର ନିର୍ବାଚନ ମଣ୍ଡଳୀ: କଂଗ୍ରେସ ପ୍ରାର୍ଥୀ ଅନ୍ନପୂର୍ଣ୍ଣା ତୁକାରାମ ସାନ୍ଦୁର ଆସନରେ ବିଜୟୀ ହୋଇଛନ୍ତି। ଏହା କଂଗ୍ରେସର ଗଡ଼ ଭାବେ ପରିଚିତ। ସେ ବିଜେପିର ବାଙ୍ଗାରୁ ହନୁମାନ୍ଥୁଙ୍କୁ ପ୍ରାୟ ୧୦ ହଜାର ଭୋଟ ବ୍ୟବଧାନରେ ହରାଇ ଦେଇଛନ୍ତି।

Congress Karnataka