Advertisment

ଜବାବ ଦେଲେ ସୌମ୍ୟ: କହିଲେ- ମୁଖ୍ୟମନ୍ତ୍ରୀ କ’ଣ ଏତେ ଅସହାୟ ହୋଇଗଲେଣି, ଭିଡିଓ ବାର୍ତ୍ତାରେ କହିବେ?

ଦଳୀୟ ଫୋରମରେ କାହିଁକି କହୁନାହାନ୍ତି ପ୍ରଶ୍ନରେ ସୌମ୍ୟ କହିଛନ୍ତି, ଦଳୀୟ ଫୋରମ କେଉଁଠି? ଦଳୀୟ ଫୋରମ୍‌ କ’ଣ ତୃତୀୟ ମହଲାରେ ଅଛି କି? ଦରମାଭୋଗୀ ସଚିବମାନେ ଦଳୀୟ କାମରେ ମୁଣ୍ଡ ପୂରାଇବା ଅନୁଚିତ।

author-image
Manoranjan Sial
ଅଦ୍ୟତନ ହୋଇଛି
Soumya Ranjan Patnaik

Soumya Ranjan Patnaik

ପ୍ରତାପ ଦେବଙ୍କ ମନ୍ତବ୍ୟ ଉପରେ କଡ଼ା ଜବାବ ଦେଇଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ। ଖାଲି ଜବାବ ଦେଇନାହାନ୍ତି, ବିଜେଡି ଓ 5T ସଚିବଙ୍କ ବିରୋଧରେ ମନଇଚ୍ଛା ବର୍ଷିଛନ୍ତି। ଆଜି ପ୍ରତାପ ଦେବ ଓ ଗତକାଲି ଅତନୁ ସବ୍ୟସାଚୀ ନାୟକ ପଚାରିଥିବା ସବୁ ପ୍ରଶ୍ନର ଗୋଟି ଗୋଟି କରି ଉତ୍ତର ଦେଲେ।

Advertisment

ଗଣମାଧ୍ୟମକୁ ସୂଚନା ଦେଇ ସୌମ୍ୟ କହିଛନ୍ତି, ପ୍ରତାପଙ୍କୁ ଧନ୍ୟବାଦ ଦେବି। କାରଣ ମୋ’ କଥା କିଛି ପରିମାଣରେ ତାଙ୍କୁ ଆଘାତ ଦେଉଛି। ପ୍ରତାପ ଦେବ ଯେଉଁ ପରାମର୍ଶ ଦେଇଛନ୍ତି, ତାହା କ’ଣ ବେଦର ଗାର। ମୁଁ ତିନିଟି ଭୂମିକାରେ ଅଛି। ତେଣୁ ଦ୍ୱନ୍ଦ୍ୱ ରହିବା ସ୍ୱାଭାବିକ। ଯାହା ସଂପାଦକୀୟରେ ଲେଖୁଛି, ତାହା କିଭଳି ଅନୁଶାସନ ବାହାରେ ବୁଝିପାରୁନି। ମୁଁ ଦଳ କାହିଁକି ଛାଡ଼ିବି? ନିଲମ୍ବନ ଅଧିକାର ସେମାନଙ୍କର ଅଛି। ଦଳ ଶକ୍ତିଶାଳୀ ଅଛି ବୋଲି ଆମେ ନାହିରେ ତେଲ ଦେଇ ବସିବା ନାହିଁ ବୋଲି ସୌମ୍ୟରଞ୍ଜନ କହିଛନ୍ତି।

ଦଳୀୟ ଫୋରମରେ କାହିଁକି କହୁନାହାନ୍ତି ପ୍ରଶ୍ନରେ ସୌମ୍ୟ କହିଛନ୍ତି, ଦଳୀୟ ଫୋରମ କେଉଁଠି? ଦଳୀୟ ଫୋରମ୍‌ କ’ଣ ତୃତୀୟ ମହଲାରେ ଅଛି କି? ଦରମାଭୋଗୀ ସଚିବମାନେ ଦଳୀୟ କାମରେ ମୁଣ୍ଡ ପୂରାଇବା ଅନୁଚିତ। ଆମ ଦଳରେ କ’ଣ କେହି ନେତା ନାହାନ୍ତି? ଜଣେ ଦୁଇ ଜଣ ଆଇଏଏସ୍‌ ଅଫିସର କ’ଣ ଦଳ ସମ୍ଭାଳିବେ? ତାଙ୍କର ଯଦି ଦଳୀୟ କାର୍ଯ୍ୟକ୍ରମ କରିବାକୁ ଇଚ୍ଛା, ତାହାହେଲେ ଇସ୍ତଫା ଦେଇ ରାଜନୀତିକୁ ଆସନ୍ତୁ। କାହାର କିଛି ଆପତ୍ତି ନାହିଁ ବୋଲି ସେ କହିଛନ୍ତି।

Advertisment

ସିଏମ୍‌ଓ ରାଜ୍ୟସାରା ବୁଲୁଥିବା ପ୍ରଶ୍ନରେ କଡ଼ା ଜବାବ ଦେଇଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ କ’ଣ ଏତେ ଅସହାୟ ହୋଇଗଲେଣି? ସିଏମ୍‌ଓରୁ ଆଉ କିଏ ଯାଇଛି? ସେହି ଗୋଟିଏ ଲୋକ କ’ଣ ସବୁ ବୁଝୁଛି? ସେହି ଗୋଟିଏ ଲୋକ ସରକାର ଓ ଲୋକଙ୍କ କଥା ବୁଝୁଛି। ଏହା ସାଧାରଣ ଜନତାଙ୍କ ପାଇଁ ଏକ ଅପମାନଜନକ କଥା ନୁହେଁ କି? ନେତାମାନେ କହୁନାହାନ୍ତି, ସେମାନେ ଅସହାୟ। ତାଙ୍କ ଦ୍ୱାରା ଶାଗ ସିଝିବନି। ତେଣୁ ମୁଖ୍ୟମନ୍ତ୍ରୀ ତାଙ୍କ ମନ୍ତ୍ରୀମାନଙ୍କୁ ବିଶ୍ୱସ କରୁନାହାନ୍ତି। କେବଳ ଜଣିଏ ଲୋକ ଅଛି, ତା ଉପରେ ସବୁ ଅଠା ଛିଡ଼ିଛି ବୋଲି ସୌମ୍ୟ କହିଛନ୍ତି।

ସେ ଆହୁରି କହିଛନ୍ତି, ମୁଖ୍ୟମନ୍ତ୍ରୀ କ’ଣ ଏତେ ଅସହାୟ ହୋଇଗଲେଣି, ଭିଡିଓ ବାର୍ତ୍ତାରେ କହିବେ? ଭିଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିବେ ମୁଁ ୟାଙ୍କୁ ପଠାଉଛି ବୋଲି। ଏହି ଶାସନରେ କ’ଣ ଆମେ ବିଶ୍ୱାସ କରିବେ କି? ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅତ୍ୟନ୍ତ ଭାଗ୍ୟବାନ ବ୍ୟକ୍ତି। ଭାରତୀୟ ଇତିହାସରେ ଏଭଳି ସଦ୍‌ଇଚ୍ଛା ଓ ସମର୍ଥନ ପାଇଥିବା ବ୍ୟକ୍ତି ନାହିଁ। ଓଡ଼ିଶାବାସୀ ତାଙ୍କୁ ଯେତେ ଶ୍ରଦ୍ଧା ଓ ସମ୍ମାନ ଦେଇଛନ୍ତି, ଓଡ଼ିଶାରେ ଆଉ କେହି ପାଇନଥିଲେ। ଭବିଷ୍ୟତରେ ମଧ୍ୟ ପାଇବେ କି ନାହିଁ ମୋର ସନ୍ଦେହ ଅଛି। ଏଭଳି ସ୍ନେହ ଓ ଶ୍ରଦ୍ଧାର କ’ଣ ଭିଡିଓ ବାର୍ତ୍ତା? ମୁଖ୍ୟମନ୍ତ୍ରୀ ପଠାଇଥିବା ବ୍ୟକ୍ତି ଯାଇ ଗହଳି କଲେ। ଫୁଲନ୍ଦନରେ ପୂଜା ପାଇଲେ, ପାଦ ସ୍ପର୍ଶ ପାଇଲେ, ଆଶୀର୍ବାଦ କଲେ ଓ କାଗଜ ମେଞ୍ଚେ ଧରି କହିଲେ ୭ ଦିନ ଭିତରେ ସମସ୍ୟା ସମାଧାନ ହୋଇଯିବ। ଏକଥା ବୁଝିବା ପାଇଁ ଆମ ସରକାରରେ କ’ଣ ବ୍ୟବସ୍ଥା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ସୌମ୍ୟ।

ସେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଗ୍ରହଣୀୟତା କମି କମି ଯାଉଥିବା ସର୍ଭେ କହୁଛି। ବିପଦ ଆସୁଛି ବୋଲି ସୂଚାଇବା କ’ଣ ଦଳ ବିରୋଧୀ କାର୍ଯ୍ୟ? ଖାଲି ହଁ ମାରିବାଟା ଯଦି ଶୃଙ୍ଖଳିତ କାର୍ଯ୍ୟ, ତାହାହେଲେ ମୁଁ ସେମିତି କର୍ମୀ ନୁହେଁ। ମୁଁ ହଁରେ ହଁ ମାରିବା ଲୋକ ନୁହେଁ। ମୁଁ ଦଳ ବିରୋଧରେ କେବେ କେଉଁଠି ଯାଇନାହିଁ। ଯେତେଦିନ ଯେଉଁ ଦଳରେ ଥାଏ, ଦଳର ହିତ ପାଇଁ କାମ କରେ ବୋଲି ସୌମ୍ୟ କହିଛନ୍ତି।

5T ସଚିବଙ୍କ ସମ୍ପର୍କରେ ସେ କହିଛନ୍ତି, 5T ସଚିବ ରାଜନୀତି କରିପାରିବେନି। ସଚିବ ଥାଇ ସେ ରାଜନୀତି କରିପାରିବେ ନାହିଁ। ଏକଥା ମୁଁ ସିଧା କହୁଛି। ଅନ୍ୟମାନେ ସାମ୍ନାକୁ ଆସୁନାହାନ୍ତି। ତଳସ୍ତରର ବିଜେଡି କର୍ମୀମାନେ ମୋ’ କଥାକୁ ସମର୍ଥନ ଦେଉଛନ୍ତି। କିଛି ଲୋକ ଯଦି ଜାଗିରଦାରୀ ଭାବି ଦଳକୁ ଚଳାଇବେ, ତାହାହେଲେ ତାହା ଗ୍ରହଣୀୟ ନୁହେଁ। ମୁଖ୍ୟମନ୍ତ୍ରୀଙ୍କ ନାଁରେ ଦଳକୁ ଚଳାଇଲେ, ଏହା ଗ୍ରହଣୀୟ ହେବନି ବୋଲି ସୌମ୍ୟ କହିଛନ୍ତି।

BjD