Advertisment

ଘସିପୁରାରୁ BJP ପ୍ରାର୍ଥୀ ହୋଇପାରନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ

ଗଣମାଧ୍ୟମକୁ ଶ୍ରୀ ପଟ୍ଟନାୟକ କହିଛନ୍ତି, ଏଠାରୁ ଲଢ଼ିବାକୁ ବିଜେପି ତରଫରୁ ପ୍ରସ୍ତାବ ଆସିଛି। ଏଠାକାର ସ୍ଥାନୀୟ ଲୋକ ମଧ୍ୟ ମୋ ଉପରେ ଚାପ ପକାଉଛନ୍ତି।

author-image
Manoranjan Sial
ଅଦ୍ୟତନ ହୋଇଛି
undefined

Soumya Ranjan Patnaik

ରାଜନୈତିକ ମହଲରେ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟୁଛି। ସେହି ଚର୍ଚ୍ଚାକୁ ଆଜି ବଳ ଦେଇଛନ୍ତି ଖୋଦ୍‌ ସୌମ୍ୟରଞ୍ଜନ ପଟ୍ଟନାୟକ। କେନ୍ଦୁଝର ଜିଲ୍ଲା ଘସିପୁରା ବିଧାନସଭା ଆସନରୁ ଲଢ଼ିପାରନ୍ତି ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ଆଜି ସେ ଏନେଇ ଇଙ୍ଗିତ କରିଛନ୍ତି। ଘଟଗାଁ ମା’ ତାରିଣୀଙ୍କ ଦର୍ଶନ ଅବସରରେ ଗଣମାଧ୍ୟମକୁ ସେ ଏନେଇ ସୂଚନା ଦେଇଛନ୍ତି।

Advertisment

ଗଣମାଧ୍ୟମକୁ ଶ୍ରୀ ପଟ୍ଟନାୟକ କହିଛନ୍ତି, ଏଠାରୁ ଲଢ଼ିବାକୁ ବିଜେପି ତରଫରୁ ପ୍ରସ୍ତାବ ଆସିଛି। ଏଠାକାର ସ୍ଥାନୀୟ ଲୋକ ମଧ୍ୟ ମୋ ଉପରେ ଲଢ଼ିବା ଚାପ ପକାଉଛନ୍ତି। ଏନେଇ ମୋତେ ସଦ୍‌ବୁଦ୍ଧି ଦେବାକୁ ମା’ଙ୍କ ଦର୍ଶନ କରିବାକୁ ଆସିଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ଖଣ୍ଡପଡ଼ା ସଂପର୍କରେ ମଧ୍ୟ ରୋଚକ ମନ୍ତବ୍ୟ ଦେଇଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ। ସେ କହିଛନ୍ତି, ବିଜେଡି ଏଯାଏ ଖଣ୍ଡପଡ଼ା ପାଇଁ ପ୍ରାର୍ଥୀ ଘୋଷଣା କରିନି। କାହିଁକି ପ୍ରାର୍ଥୀ ଘୋଷଣା କରିନି? କ’ଣ ରହସ୍ୟ ରହିଛି? ସେ ବିଷୟରେ ଜାଣିନି ବୋଲି ସୌମ୍ୟ କହିଛନ୍ତି।

Advertisment

ସୂଚନା ଅନୁଯାୟୀ, ସୂଚନାରୁ ପ୍ରକାଶ, ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଆଜି ସକାଳେ ଶ୍ରୀକ୍ଷେତ୍ର ଯାଇଥିଲେ। ମହାପ୍ରଭୁଙ୍କ ଆଶୀର୍ବାଦ ନେବା ପରେ କେନ୍ଦୁଝର ଜିଲ୍ଲାର ଆରାଧ୍ୟା ଦେବୀ ଘଟଗାଁ ମାତାରିଣୀଙ୍କୁ ଦର୍ଶନ କରିବାକୁ ଯାଇଥିଲେ। ଘଟଗାଁ ଯିବା ରାସ୍ତାର ରାମଚନ୍ଦ୍ରପୁର, ସାଇଁକୁଳ, ହସନପୁର, ଘସିପୁରା ଗୋହୀରା ଆଦି ବିଭିନ୍ନ ସ୍ଥାନରେ ଲୋକମାନେ ତାଙ୍କୁ ସ୍ଵାଗତ କରିଥିଲେ। ବିଜେପିରେ ସାମିଲ୍ ହୋଇ ଘସିପୁରା ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢ଼ିବା ପାଇଁ ତାଙ୍କୁ ଲୋକମାନେ ଅପିଲ୍‌ କରିଥିଲେ।

ରିପୋର୍ଟ- ଆନନ୍ଦପୁରରୁ ମୁନ୍ନା ସିଂ

BjD Bjp