Advertisment

କଂଗ୍ରେସର ୫୯ଜଣିଆ ପ୍ରଚାର କମିଟିରେ ଶ୍ରୀକାନ୍ତ ଓ ଗିରିଧର, ବିଜୟ ପଟ୍ଟନାୟକଙ୍କୁ ପୁଣି ଦୂରେଇଲେ

ଏହି ନେତାମାନଙ୍କ ସମେତ ପ୍ରଚାର କମିଟିରେ ଏକ୍ସ-ଅଫିସିଓ ସଦସ୍ୟ ଭାବେ ଦଳର ସମସ୍ତ ବିଧାୟକ, ଓଡ଼ିଶା ପିସିସିର ସବୁ ଛାମୁଆ ସଂଗଠନର ମୁଖ୍ୟ ଏବଂ ସମସ୍ତ ଜିଲ୍ଲା କଂଗ୍ରେସ ସଭାପତିଙ୍କୁ ମଧ୍ୟ କାର୍ଯ୍ୟ କରିବେ ବୋଲି କୁହାଯାଇଛି।

author-image
Ordigital Desk
undefined

Congress

ରାଜ୍ୟରେ ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନରେ ପଛରେ ପଡ଼ିଥିବା କଂଗ୍ରେସ ଆଜି ନିଜର ୫୯ଜଣିଆ ପ୍ରଚାର କମିଟି ଘୋଷଣା କରିଛି। କମିଟିରେ ଅଧ୍ୟକ୍ଷ ଦାୟିତ୍ୱରେ ଭକ୍ତଚରଣ ଦାସ ଓ ଉପାଧ୍ୟକ୍ଷ ନବଜ୍ୟୋତି ପଟ୍ଟନାୟକଙ୍କୁ ନିଯୁକ୍ତି ମିଳିଥିବାବେଳେ ଘରବାହୁଡ଼ା ନେତା ଶ୍ରୀକାନ୍ତ ଜେନା ଓ ଗିରିଧର ଗମାଙ୍ଗଙ୍କୁ ସଦସ୍ୟ ଭାବେ ସାମିଲ କରାଯାଇଛି। ତେବେ ଆଇଏଏସରୁ ରାଜନେତା ପାଲଟିଥିବା ବିଜୟ ପଟ୍ଟନାୟକଙ୍କୁ ପୁଣିଥରେ ଅଣଦେଖା ହେବାକୁ ପଡ଼ିଛି।

Advertisment

ଗତବର୍ଷ ଏପ୍ରିଲରେ ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ଦାୟିତ୍ୱ ବିଜୟଙ୍କୁ ମିଳିଥିଲା, ମାତ୍ର ଗତ ମାର୍ଚ୍ଚ ଶେଷ ସପ୍ତାହରେ ଅଚାନକ ତାଙ୍କୁ ଅଧ୍ୟକ୍ଷ ପଦରୁ ପ୍ରଚାର ସମନ୍ୱୟ କମିଟିର ଅଧ୍ୟକ୍ଷ କରାଯାଇଥିଲା। ମାତ୍ର ଆଜି ପ୍ରକାଶିତ ପ୍ରଚାର କମିଟିରେ ବିଜୟ କେବଳ ସଦସ୍ୟ ଭାବେ ସ୍ଥାନିତ ହୋଇଛନ୍ତି। ସେହିପରି ବରିଷ୍ଠ ନେତା ସୁରେଶ କୁମାର ରାଉତରାୟଙ୍କୁ ମଧ୍ୟ ପ୍ରଚାର କମିଟିରେ ସାମିଲ କରାଯାଇ ନାହିଁ।

ଏଆଇସିସି ସାଧାରଣ ସମ୍ପାଦକ କେସି ବେଣୁଗୋପାଳଙ୍କ ଦ୍ୱାରା ଆଜି ପ୍ରକାଶିତ ପ୍ରେସ୍ ରିଲିଜ୍ ଅନୁସାରେ, ପ୍ରଦେଶ କଂଗ୍ରେସର ଓଡ଼ିଶା ପାଇଁ ପ୍ରଚାର କମିଟିର ଅଧ୍ୟକ୍ଷ ଭାବେ ଭକ୍ତ ଦାସ, ଉପାଧ୍ୟକ୍ଷ-ନବଜ୍ୟୋତି ପଟ୍ଟନାୟକ ଓ ଆବାହକ ଭାବେ ସୁଧାଂଶୁ ଶେଖର ଦେଓଙ୍କୁ ନିଯୁକ୍ତି ମିଳିଛି । କମିଟିର ଅନ୍ୟ ସଦସ୍ୟ ଭାବେ ପିସିସି ସଭାପତି ଶରତ ପଟ୍ଟନାୟକ, ବରିଷ୍ଠ ନେତା ନରସିଂହ ମିଶ୍ର, ନିରଞ୍ଜନ ପଟ୍ଟନାୟକ, କାହ୍ନୁଚରଣ ଲେଙ୍କା, କେପି ସିଂହଦେଓ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ରାମଚନ୍ଦ୍ର ଖୁଂଟିଆ, ସୁଶୀଳା ତିରିଆ, ପଂଚାନନ କାନୁନଗୋ, ବିଜୟଲକ୍ଷ୍ମୀ ସାହୁ, ଦେବାଶୀଷ ପଟ୍ଟନାୟକ, ପଦ୍ମାକର ଗୁରୁ, କୃଷ୍ଣଚନଦ୍ର ଶଗରିଆ, ଶରତ ରାଉତ, ହମିଦ୍ ହୁସେନ, ଜଗନ୍ନାଥ ପଟ୍ଟନାୟକ, ସପ୍ତଗିରି ଉଲାକା, ହଳଧର କାର୍ଜି ପ୍ରମୁଖ ରହିଛନ୍ତି। କଂଗ୍ରେସ ଛାଡ଼ି ପୁଣିଥରେ ଦଳକୁ ଫେରିଥିବା ବରିଷ୍ଠ ନେତା ଗିରିଧର ଗମାଙ୍ଗ ଓ ଶ୍ରୀକାନ୍ତ ଜେନାଙ୍କୁ ମଧ୍ୟ ପ୍ରଚାର କମିଟି ସଦସ୍ୟ ଭାବେ ସାମିଲ କରାଯାଇଛି।

Advertisment

କଂଗ୍ରେସ ଟିକେଟରେ ପାରଳାଖେମୁଣ୍ଡିରୁ ପ୍ରାର୍ଥୀ ହୋଇଥିବା ଅବସରପ୍ରାପ୍ତ ଆଇଏଏସ୍ ବିଜୟ କୁମାର ପଟ୍ଟନାୟକଙ୍କୁ ମଧ୍ୟ ପ୍ରଚାର କମିଟିର ସଦସ୍ୟ ଭାବେ ତାଲିକାରେ ସ୍ଥାନ ମିଳିଛି। ଶ୍ରୀ ପଟ୍ଟନାୟକଙ୍କୁ ଗତ ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ହଟାଇ ପ୍ରଚାର ସମନ୍ୱୟ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିଲା। ମାତ୍ର ଆଜି ତାଙ୍କୁ କେବଳ ପ୍ରଚାର କମିଟିର ସଦସ୍ୟ ଭାବେ ସାମିଲ କରାଯାଇଛି। ଏମାନଙ୍କ ବ୍ୟତୀତ ସଦନ ନାଏକ, ମନୋରଞ୍ଜନ ତ୍ରିପାଠୀ, ପଦ୍ମାକର ଗୁରୁ, ଜାକବ ପ୍ରଧାନ, ଲିପିକା ମାଝୀ, ବନ୍ଦିତା ପରିଡ଼ା, ମନୋଜ ବିଶ୍ୱାଳ, ବିଦୁଭୂଷଣ ମହାପାତ୍ର, ପଂଚାନନ ଦାଶ,ପୃଥ୍ୱୀବଲ୍ଲଭ ପଟ୍ଟନାୟକ,ବିସ୍ମୟ ମହାପାତ୍ର, ରଞ୍ଜିତା ରାଉତ, ଅଜିତ୍ ଦାସ, ଗଣେଶ ସାହୁ, ସନ୍ତୋଷ ମାଣ୍ଡେଲା, ହେମନ୍ତ ପଣ୍ଡା, ତୁଷାର ରଞ୍ଜନ ପାଟ୍ଟଯୋଶୀ, ଅଙ୍କିତ ସିଘାଂରୀ, ମନସା ତ୍ରିପାଠୀ, ବିଷ୍ଣୁଚରଣ ବାରିକ, ଆକବର ଖାନ, ଅଶୋକ କୁମାର ମହାନ୍ତି, ସରୋଜ କୁମାର ପ୍ରଧାନ, ଦେବେନ୍ଦ୍ର କୁମାର ସାହୁ, ଆକାଶ ଭୂୟାଁ, ଗିରିବାଳା ବେହେରା, ସସ୍ମିତା ବେହେରା, ହରେକୃଷ୍ଣ ସାହୁ, ଗୀତାଞ୍ଜଳି ମହାନ୍ତ, ଶଶୀକାନ୍ତ ଲେଙ୍କା, ସୁଦାମ ବାରିକ, ସତ୍ୟ ନାଏକ, ଫକିରା ଜଗତ ସଦସ୍ୟ ଭାବେ ସାମିଲ ହୋଇଛନ୍ତି।

ଏହି ନେତାମାନଙ୍କ ସମେତ ପ୍ରଚାର କମିଟିରେ ଏକ୍ସ-ଅଫିସିଓ ସଦସ୍ୟ ଭାବେ ଦଳର ସମସ୍ତ ବିଧାୟକ, ଓଡ଼ିଶା ପିସିସିର ସବୁ ଛାମୁଆ ସଂଗଠନର ମୁଖ୍ୟ ଏବଂ ସମସ୍ତ ଜିଲ୍ଲା କଂଗ୍ରେସ ସଭାପତିଙ୍କୁ ମଧ୍ୟ କାର୍ଯ୍ୟ କରିବେ ବୋଲି କୁହାଯାଇଛି।

Congress