ସାଧାରଣ ଲୋକଙ୍କୁ ୫ ଟଙ୍କାରେ ମିଳୁଥିବା ଭୋଜନ ‘ଆହାର’ ଯୋଜନା ବନ୍ଦ ହେବନାହିଁ। ଆହାର ପ୍ରତି ଲୋକଙ୍କ ଆଗ୍ରହ ଅଛି ଓ ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର।
ସେପଟେ ଆହାର ଯୋଜନାର ନାଁ ପରିବର୍ତ୍ତନ ନେଇ ପରବର୍ତ୍ତୀ ସମୟରେ ସମୀକ୍ଷା ମଧ୍ୟ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ। ଆଜି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲର ଆହାର କେନ୍ଦ୍ର ପରିଦର୍ଶନ ଅବସରରେ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି।
Also Read
ଏହି ଯୋଜନାରେ ସୁସ୍ଥ ଓ ପରିସ୍କାର ପରିବେଶରେ ପୁଷ୍ଟିକର ଖାଦ୍ୟ ଦେବା ଉପରେ ମନ୍ତ୍ରୀ ଗୁରୁତ୍ୱରୋପ କରିଛନ୍ତି। ସେହିଭଳି ଆହାର ଯୋଜନାରେ ମିଳୁଥିବା ଖାଦ୍ୟ ନିମ୍ନ ମାନର ଥିଲେ ବିଏମସି ଅଧିକାରୀ କିମ୍ବା ଜିଲ୍ଲାପାଳଙ୍କୁ ଜଣାଇବାକୁ ମନ୍ତ୍ରୀ ସାଧାରଣ ଲୋକଙ୍କୁ ପରାମର୍ଶ ଦେଇଛନ୍ତି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Politics
ରଥଯାତ୍ରାରେ ଦଳାଚକଟା: ସାକ୍ଷ୍ୟ ଓ ତଥ୍ୟ ଗ୍ରହଣ କରିବେ ଉନ୍ନୟନ କମିଶନର, କାହାରିକୁ ହୋଇନି ନୋଟିସ୍
ପୁରୀ ଶରଧାବାଲିଠାରେ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ୩ରଥ ପହଂଚିବା ପରେ ହୋଇଥିବା ଦଳାଚକଟା ଘଟଣା ସିଧାସଳଖ ପ୍ରଶାସନର ଦାୟିତ୍ୱହୀନତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ବିଶେଷକରି ପୁରୀ ରଥଯାତ୍ରା ପାଇଁ ଟ୍ରାଫିକ ଓ କମାଣ୍ଡ-କଂଟ୍ରୋଲରୁମ୍ ଦାୟିତ୍ୱରେ ଥିବା ଏଡିଜି ଦୟାଲ ଗଙ୍ଗୱାର, ଆଇନଶୃଙ୍ଖଳା ଦାୟିତ୍ୱରେ ଥିବା ଏଡିଜି ସଞ୍ଜୟ କୁମାର ଓ କର୍ଡନ ଦାୟିତ୍ୱରେ ଥିବା ଏଡିଜି ଅମିତାଭ ଠାକୁରଙ୍କ ଖାମଖିଆଲି ମନୋଭାବ ଓ ଅପାରଗତା ଯୋଗୁ ଏଭଳି ଦୁର୍ଘଟଣା ହୋଇଥିବା ପ୍ରାରମ୍ଭିକ ତଦନ୍ତରୁ ଜଳଜଳ ଦିଶୁଛି । ଏପରିକି ପୁଲିସ ଡିଜି ମଧ୍ୟ ନିଜେ ଉପସ୍ଥିତ ରହି ଏସବୁର ତଦାରଖ କରୁଥିଲେ । ସେହିପରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠିଛି ।

National
ରାଷ୍ଟ୍ରପତି ଓ ପୂର୍ବତନ ରାଷ୍ଟ୍ରପତିଙ୍କ ନାଁର ଭୁଲ ଉଚ୍ଚାରଣ କଲେ ଖଡଗେ, ବର୍ଷିଲା ବିଜେପି
୨୦୨୨ରେ ବରିଷ୍ଠ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉଦ୍ଦେଶ୍ୟରେ ‘ରାଷ୍ଟ୍ରପତ୍ନୀ’ ଭଳି ଶବ୍ଦର ବ୍ୟବହାର କରିଥିଲେ। ଏହାକୁ ରାଜନୀତିକ ଝଡ଼ ସୃଷ୍ଟି ହୋଇଥିଲା।

Politics
ଅଡ଼ୁଆରେ କିଟ୍ : ସରକାରୀ ଜମି ଜବରଦଖଲର ପୁଣି ମିଳିତ ଯାଂଚ ନିର୍ଦ୍ଦେଶ, ସନ୍ଦେହଘେରରେ କ୍ୟାମ୍ପସ ଜମିର ବୈଧତା
ଭୁବନେଶ୍ୱର ତହସିଲଦାର ଓ ଜଙ୍ଗଲ ବିଭାଗର ଅଧିକାରୀମାନେ ମେ’ ୨୯ତାରିଖରେ ମିଳିତ ଯାଂଚ କରିଥିବା ସତ୍ତ୍ୱେ ଭୁବନେଶ୍ୱର ତହସିଲଦାର ତାଙ୍କ ରିପୋର୍ଟରେ ଜଣାଇଛନ୍ତି ଯେ , ଜିଏ ବିଭାଗ ଏବଂ ଇଡକୋର କ୍ଷେତ୍ର ଅଧିକାରୀମାନଙ୍କ ସହ ମିଳିତ ଯାଂଚ ଓ ମାପଚୁପ ବିନା କିଟ୍ ଓ କିସ୍ ଦ୍ୱାରା କେତେ ଜମି ଜବରଦଖଲ କରାଯାଇଛି, ତା’ର ସଠିକ ପରିମାଣ ଆକଳନ କରାଯିବା ସମ୍ଭବପର ନୁହେଁ ।

Politics
ମନମୋହନ ପୁଣି ଥରେ ବିଜେପି ରାଜ୍ୟ ସଭାପତି, ବିଧିବଦ୍ଧ ଭାବେ ହେଲା ଘୋଷଣା
ମନମୋହନ ପୁଣି ଥରେ ବିଜେପି ରାଜ୍ୟ ସଭାପତି ହେବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି।

Politics
ନିର୍ବାଚନ ପୂର୍ବରୁ ମହିଳା କାର୍ଡ ଖେଳିଲେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର
ଯୁବଗୋଷ୍ଠୀଙ୍କୁ ଅଧିକ ସଶକ୍ତ କରିବାକୁ ମଧ୍ୟ ନୀତୀଶ କୁମାର ବିହାର ୟୁଥ କମିଶନ ଗଠନ ହେବ ବୋଲି କହିଛନ୍ତି।