Advertisment

କଡ଼ା ସୁରକ୍ଷାରେ ମୋହନ ମାଝୀଙ୍କ ବାସଭବନ, ଜଗିଛନ୍ତି ଫୋର୍ସ

ଗତକାଲି ବିଜେପି ବିଧାୟକ ଦଳ ବୈଠକ ବସି ୪ଥରର ବିଧାୟକ ୫୩ବର୍ଷୀୟ ମୋହନ ଚରଣ ମାଝୀଙ୍କ ନାଁରେ ମୁଖ୍ୟମନ୍ତ୍ରୀ ଭାବେ ମୋହର ମରାଯାଇଥିଲା। ଏହାପରେ ତୁରନ୍ତ ତାଙ୍କ ସରକାରୀ ବାସଭବନରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

author-image
Niharika Rout
Security at Mohan MAJHI Residense

Security at Mohan MAJHI Residense

ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ମୋହନ ମାଝୀ। ଏଥିନିମନ୍ତେ ଭୁବନେଶ୍ୱର ଏକ ପ୍ରକାର ପୁଲିସ୍‌ ଛାଉଣୀରେ ପରିଣତ ହୋଇଥିବା ବେଳେ ନୂଅ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Advertisment

ଗତକାଲି ବିଜେପି ବିଧାୟକ ଦଳ ବୈଠକ ବସି ୪ଥରର ବିଧାୟକ ୫୩ବର୍ଷୀୟ ମୋହନ ଚରଣ ମାଝୀଙ୍କ ନାଁରେ ମୁଖ୍ୟମନ୍ତ୍ରୀ ଭାବେ ମୋହର ମରାଯାଇଥିଲା। ଏହାପରେ ତୁରନ୍ତ ତାଙ୍କ ସରକାରୀ ବାସଭବନରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବାସଭବନ ପରିସରକୁ ପୁଲିସ ଓ ସୁରକ୍ଷାକର୍ମୀ ଜଗି ରହିଛନ୍ତି। ଯେଉଁ ଭଳି ଭାବୀ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ କୌଣସି ତ୍ରୁଟି ରହିନଯାଏ ସେଥିପ୍ରତି ବିଶେଷ ଭାବେ ଧ୍ୟାନ ଦିଆଯାଇଛି।

ଏଥିସହ ଶପଥ ଗ୍ରହଣ ସମାରୋହ ସ୍ଥଳ ବି କଡ଼ା ପହରାରେ ରହିଛି। ଆଜି ଅପରାହ୍ନ ୨ଟାରୁ ରାତି ୭ଟା କିମ୍ବା ଶପଥ ଗ୍ରହଣ ସମାରୋହ ସରିବା ଯାଏ ଜୟଦେବ ବିହାରରୁ ନାଲକୋ ଛକ ରାସ୍ତାରେ ଗାଡ଼ି ଚଳାଚଳ ମନା। କେବଳ ଗାଡ଼ି ପାସ୍‌ ଥିବା ବ୍ୟକ୍ତି ସଭା ସ୍ଥଳକୁ ଯାଇ ପାରିବେ। ଅନ୍ୟମାନେ ବିକଳ୍ପ ରାସ୍ତା ବ୍ୟବହାର କରି ପାରିବେ। ଜୟଦେବ ବିହାରରୁ ନାଲକୋ ଛକ ଓ ନାଲକୋ ଛକଠାରୁ ଜୟଦେବ ବିହାର ଛକ ଏବଂ ଏହାକୁ ସଂଯୋଗ କରୁଥିବା ଗଳି ରାସ୍ତା ଦେଇ କୌଣସି ପ୍ରକାରର ଯାନବାହାନ ଯାତାୟତ କରିପାରିବ ନାହିଁ।

Advertisment

  ଆଜିର ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ, ବହୁ କେନ୍ଦ୍ର ମନ୍ତ୍ରୀ ଓ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେବେ। ସେଥିନିମନ୍ତେ ରାଜଧାନୀରେ ମୁତୟନ ହୋଇଛନ୍ତି ୬୭ ପ୍ଲାଟୁନ୍ ଫୋର୍ସ । ତମାମ କାର୍ଯ୍ୟକ୍ରମ ପରିଚାଳନା ଦାୟିତ୍ୱରେ ଅଛନ୍ତି ଜଣେ ଆଇଜି ଓ ୨ ଡିଆଇଜି। କେବଳ ଜନତା ମଇଦାନ ସୁରକ୍ଷାର ତଦାରଖ କରିବେ ଆଇଜି ପ୍ରବୀଣ କୁମାର। ସେହିଭଳି ଡିଆଇଜି ସାର୍ଥକ ଷଡ଼ଙ୍ଗୀ ଏୟାରପୋର୍ଟ ଏବଂ ଉମାଶଙ୍କର ଦାସ ଟ୍ରାଫିକ ପରିଚାଳନା କଥା ବୁଝିବେ। ମୋଟ ୧୩ ଡିସିପି, ୧୮ ଏଡିସିପି ରାଙ୍କ ଅଧିକାରୀ ଅନ୍ୟାନ୍ୟ ସୁରକ୍ଷା ଓ ଶାନ୍ତିଶୃଙ୍ଖଳା ଦାୟିତ୍ୱରେ ରହିବେ। 

ସେହିପରି କଟକ, ଖୋର୍ଦ୍ଧା, ନନ୍ଦନକାନନ ପଟରୁ ଜୟଦେବ ବିହାର ଓ ନାଲକୋ ଛକ ଆସୁଥିବା ଗାଡ଼ି ପାଇଁ ପାର୍କିଂ ବ୍ୟବସ୍ଥା କରାଯାଇଛି। ଶପଥ ଗ୍ରହଣ ସମାରୋହ ପାଇଁ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ଭିଭିଆଇପି ଭୁବନେଶ୍ୱର ଆସୁଥିବାକୁ କଡ଼ା କଟକଣା ଲାଗୁ କରିଛି କମିଶନରେଟ ପୁଲିସ।

ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀଙ୍କ ନାଁ ଘୋଷଣା ପରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ରାଜ୍ୟରେ ବିଜେପି ସରକାର ହୋଇଥିବାରୁ ସେ ସବୁଠୁ ଖୁସି ଥିବା କହିଛନ୍ତି। ଜଣେ କାର୍ଯ୍ୟକର୍ତ୍ତା ଭାବେ ସେ ଦଳର କାମକୁ ସୁଚାରୁରୂପେ ତୁଲାଇ ଆସିଛନ୍ତି ଆଗକୁ ମଧ୍ୟ କରିଚାଲିବେ ବୋଲି କହିଛନ୍ତି।

୧୯୭୨ ମସିହା ଜାନୁୟାରୀ ୬ତାରିଖରେ କେନ୍ଦୁଝର ଜିଲ୍ଲାର ସଦର ଥାନା ଅନ୍ତର୍ଗତ ରାଇକଳା ଗାଁରେ ଜନ୍ମିତ ମୋହନ ଚରଣ ମାଝୀ ବିଏ୍ ପାସ୍ କରିଛନ୍ତି । ତାଙ୍କ ପତ୍ନୀ ପ୍ରିୟଙ୍କା ମାରାଣ୍ଡି ଜଣେ ଡାକ୍ତର । ତାଙ୍କର ଦୁଇ ପୁଅ ଅଛନ୍ତି । ସେ ସାମାଜିକ କାର୍ଯ୍ୟ କରିବାକୁ ପସନ୍ଦ କରିଥାନ୍ତି । ସେ ନିଜର ଅବସର ସମୟରେ ଗୀତ ଗାଇବା ଓ ପଢ଼ିବାକୁ ଭଲ ପାଇଥାନ୍ତି ।

ମୋହନ ମଧ୍ୟ କେନ୍ଦୁଝର ରାଇକଳା ରାଇଜି ଷ୍ଟାର କ୍ଲବର ଜଣେ ପେଷାଦାର ଫୁଟବଲ ଖେଳାଳୀ । ତେବେ ୧୯୯୭ ମସିହାରେ ନିଜ ପଂଚାୟତରୁ ସରପଂଚ ଜିଜିଥିବା ମୋହନ ୨୦୦୦ ମସିହାରେ ରାଜ୍ୟରେ ବିଜେଡି ଓ ବିଜେପି ମେଂଟ ପ୍ରାର୍ଥୀ ଭାବେ କେନ୍ଦୁଝର ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେ ୨୦୦୪ରେ ଦ୍ୱିତୀୟ ଥର ନିର୍ବାଚିତ ହେବାପରେ ସରକାରୀ ଦଳର ଉପମୁଖ୍ୟ ସଚେତକ ଭାବେ ୨୦୦୫ରୁ ୨୦୦୯ ମସିହା ପର୍ଯ୍ୟନ୍ତ ଦାୟିତ୍ୱ ତୁଲାଇଥିଲେ।

ପୁଣିଥରେ ୨୦୧୯ରେ ସେ ବିଧାନସଭାକୁ ଫେରିଥିଲେ । ଆଉ ବିଜେପି ତାଙ୍କୁ ବିରୋଧୀ ଦଳର ମୁଖ୍ୟ ସଚେତକ ଭାବେ ନିଯୁକ୍ତି ଦେଇଥିଲା । ମୋହନ ନିଜର ବଳିଷ୍ଠ ଯୁକ୍ତି ଓ ଆଦିବାସୀଙ୍କ ସ୍ୱାର୍ଥ ପ୍ରସଙ୍ଗରେ ବିଧାନସଭାରେ ବେଶ୍ ଶାଣିତ ଢଙ୍ଗରେ ନିଜର ସ୍ୱର ଉଠାଇଥାନ୍ତି।

Odisha Bjp Mohan Majhi