Advertisment

ଓଡ଼ିଶାରେ ଦୁଇ ବିଜେପି ସାଂସଦଙ୍କୁ ମିଳି ନପାରେ ଟିକେଟ

ଓଡ଼ିଶାର ସମସ୍ତ ୨୧ ଲୋକସଭା ଆସନ ଉପରେ ଚର୍ଚ୍ଚା ହୋଇଥିବା ଖବର ସରବରାହ ସଂସ୍ଥା ANI ପକ୍ଷରୁ କୁହାଯାଇଛି।

author-image
Jitendra Garnayak
ଅଦ୍ୟତନ ହୋଇଛି
BJP

BJP

ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ଗତକାଲି ବିଳମ୍ବିତ ରାତି ଯାଏ ଚାଲିଥିଲା ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ। ଏହି ବୈଠକରେ ଓଡ଼ିଶା ବାବଦରେ ଆଲୋଚନା ହୋଇଥିବା ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ଓଡ଼ିଶାର ରାଜନୀତିକ ସ୍ଥିତି ଓ ରଣକୌଶଳ ବାବଦରେ ଆଲୋଚନା ହୋଇଥିବା ବୈଠକ ପରେ ଗଣମାଧ୍ୟମକୁ କହିଛନ୍ତି ମନମୋହନ ସାମଲ।

Advertisment

ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିବା ବିଜେପି ସିଇସି ବୈଠକରେ ଓଡ଼ିଶା ସମେତ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ରାଜସ୍ଥାନ ଓ ଆନ୍ଧ୍ରପ୍ରଦେଶର ପ୍ରାର୍ଥୀ ତାଲିକା ବାବଦରେ ଆଲୋଚନା ହୋଇଥିବା ସୂଚନା ମିଳିଛି। ଆଜି ଏହି ସବୁ ରାଜ୍ୟ ପାଇଁ ବିଜେପି ପ୍ରାର୍ଥୀ ତାଲିକା ଜାରି କରିପାରେ।

ସିଇସି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।

Advertisment

ଓଡ଼ିଶାର ସମସ୍ତ ୨୧ ଲୋକସଭା ଆସନ ଉପରେ ଚର୍ଚ୍ଚା ହୋଇଥିବା ଖବର ସରବରାହ ସଂସ୍ଥା ANI ପକ୍ଷରୁ କୁହାଯାଇଛି। ବିଶେଷ ସୂତ୍ର ଆଧାରରେ ଏଏନ୍‌ଆଇର ଖବର ଅନୁଯାୟୀ ସମ୍ବଲପୁର ଲୋକସଭାରୁ ଧର୍ମେନ୍ଦ୍ର ପ୍ରଧାନ, ପୁରୀ ଲୋକସଭା ଆସନରୁ ସମ୍ବିତ ପାତ୍ର ଓ ଭୁବନେଶ୍ୱର ଲୋକସଭା ଆସନରୁ ଅପରାଜିତା ଷଡ଼ଙ୍ଗୀଙ୍କୁ ପ୍ରାର୍ଥୀ କରାଯାଇପାରେ। ତେବେ ରାଜ୍ୟର ଦୁଇ ଜଣ ସାଂସଦଙ୍କ ନାଁ ଏଥର ପ୍ରାର୍ଥୀ ତାଲିକାରୁ ବାଦ୍ ପଡ଼ିପାରେ ବୋଲି ANI ଖବର ପ୍ରକାଶ କରିଛି।

ନୀତେଶ ଗଙ୍ଗ ଦେବ ଏବେ ସମ୍ବଲପୁର ସାଂସଦ ଅଛନ୍ତି। ଯଦି ଏହି ଲୋକସଭା ନିର୍ବାଚନ ମଣ୍ଡଳୀରୁ ଧର୍ମେନ୍ଦ୍ର ପ୍ରଧାନ ପ୍ରାର୍ଥୀ ହୁଅନ୍ତି, ତା’ହେଲେ ନୀତେଶଙ୍କୁ ଟିକେଟ ମିଳି ନପାରେ ବୋଲି କୁହାଯାଉଛି। ତେବେ ଆଉ କେଉଁ ସାଂସଦଙ୍କୁ ଟିକେଟ ନମିଳିପାରେ, ସେ ନେଇ କିଛି ସ୍ପଷ୍ଟ ଚିତ୍ର ଆସିନି। 

ଉତ୍ତର ପ୍ରଦେଶର ଆଉ ୧୦ଟି, ପଶ୍ଚିମବଙ୍ଗର ୧୮ଟି ଓ ରାଜସ୍ଥାନର ୮ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ସ୍ଥିର କରାଯାଇଥିବା ଜଣାପଡ଼ିଛି। 

Bjp