Advertisment

କଂଗ୍ରେସକୁ କେଉଁମାନେ ଫେରିବେ?

ବିଭିନ୍ନ ସମୟରେ କୌଣସି ନା କୌଣସି କାରଣରୁ ଯେଉଁମାନେ କଂଗ୍ରେସ ଛାଡ଼ି ପଳାଇଛନ୍ତି, ସେମାନଙ୍କୁ ପୁଣି ଥର ଦଳକୁ ଫେରିବାକୁ ନିବେଦନ କରିଛନ୍ତି ନବନିଯୁକ୍ତ ପିସିସି ସଭାପତି ଭକ୍ତ ଚରଣ ଦାସ। ତେଣୁ ଏବେ ସମସ୍ତଙ୍କ ନଜର ରହିଛି କଂଗ୍ରେସ ଛାଡ଼ିଥିବା ନେତାଙ୍କ ଉପରେ।

author-image
Jitendra Garnayak

ପ୍ରାୟ ସାଢ଼େ ୬ ମାସ ଧରି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ନେତୃତ୍ୱବିହୀନ ରହିଥିବା ବେଳେ ଚାରି ଦିନ ତଳେ ନିଯୁକ୍ତ ହୋଇଛନ୍ତି ନୂଆ ମୁଖିଆ। ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତ ଚରଣ ଦାସ ହୋଇଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ନୂଆ ସଭାପତି। ସେ ସଭାପତି ହେବା ପରେ ଗତକାଲି ନେଇଛନ୍ତି ଏକ ବଡ଼ ପଦକ୍ଷେପ। ରାଜ୍ୟର ଯେଉଁ କଂଗ୍ରେସ ନେତାଙ୍କୁ କୌଣସି କାରଣରୁ ନିଲମ୍ବନ ବା ବହିଷ୍କାର କରାଯାଇଥିଲା, ତାକୁ ସେ ପ୍ରତ୍ୟାହାର କରି ନେଇଛନ୍ତି। ସେହିପରି ବିଭିନ୍ନ ସମୟରେ କୌଣସି ନା କୌଣସି କାରଣରୁ ଯେଉଁମାନେ କଂଗ୍ରେସ ଛାଡ଼ି ପଳାଇଛନ୍ତି, ସେମାନଙ୍କୁ ପୁଣି ଥର ଦଳକୁ ଫେରିବାକୁ ନିବେଦନ କରିଛନ୍ତି ନବନିଯୁକ୍ତ ପିସିସି ସଭାପତି ଭକ୍ତ ଚରଣ ଦାସ।

Advertisment
Congress