ବଦଳିବ କି ନବୀନଙ୍କ ଠିକଣା: ଚେତାଇଲେ ନେତା, ପାଣ୍ଡିଆନଙ୍କୁ ନେଇ ପୁଣି ପ୍ରାୟୋଜିତ ଗୁଜବ

ତାଙ୍କର ପୈତୃକ ଘର ନୂଆଦିଲ୍ଲୀର ଡଃ ଅବଦୁଲ କଲାମ ମାର୍ଗସ୍ଥିତ ‘କୋଠି ନମ୍ବର-୩’ର ଆଭ୍ୟନ୍ତରୀଣ ସାଜସଜ୍ଜା କାର୍ଯ୍ୟ ଶେଷ ସରିଛି । ପାଣ୍ଡିଆନଙ୍କ ତଦାରଖରେ ଏହି ଘରର ନବୀକରଣ କାର୍ଯ୍ୟ ହୋଇଥିବା ଜଣାପଡ଼ିଛି ।

Naveen

ନବୀନ ପଟ୍ଟନାୟକ (ଫାଇଲ ଫଟୋ)

Ordigital Desk
  • Published: Monday, 28 April 2025
  • Updated: 28 April 2025, 08:17 PM IST

Sports

Latest News

ଖୁବଶୀଘ୍ର ବଦଳିପାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଠିକଣା । ଏଣିକି ଭୁବନେଶ୍ୱରର ନବୀନ ନିବାସ ଛାଡ଼ି ସ୍ଥାୟୀ ଭାବେ ସେ ଅଧିକ ସମୟ ନିଜ ଦିଲ୍ଲୀସ୍ଥିତ ବାସଭବନରେ ରହିବେ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି । ଏପଟେ ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କୁ ପୁଣିଥରେ ଚର୍ଚ୍ଚାରେ ରଖିବା ପାଇଁ ପ୍ରାୟୋଜିତ ଗୁଜବ ଆରମ୍ଭ ହୋଇଛି । ପାଣ୍ଡିଆନଙ୍କୁ ‘ଖବର’ରେ ରଖିବା ପାଇଁ ସେ ଲଣ୍ଡନ ଯାଇଥିବା ନେଇ ଗୁଜବ ପ୍ରଚାରିତ ହେବାରେ ଲାଗିଛି, ଯଦିଓ ସେ ନିଜର ୩ଦିନିଆ ଦିଲ୍ଲୀ ଗସ୍ତରୁ ଫେରି ଏବେ ଭୁବନେଶ୍ୱରରେ ଥିବାର ସୂଚନା ମିଳିଛି । ଏପଟେ ପାଣ୍ଡିଆନ ଏବେବି ନିଜର ହାକିମାତି ଜାହିର କରୁଥିବାରୁ ନବୀନଙ୍କୁ ଦଳର ଆଗଧାଡ଼ିର ନେତାମାନେ ଭେଟି ବିଜେଡି ବିଭାଜନ ଆଡ଼କୁ ଯାଉଥିବାର ଚେତାବନୀ ଦେଇଥିବା ଜଣାପଡ଼ିଛି ।

ନବୀନଙ୍କ ଘର ନବୀକରଣ କାର୍ଯ୍ୟ ଶେଷ

ବିଜେଡି ସୂତ୍ର ଅନୁସାରେ, ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଏଣିକି ଭୁବନେଶ୍ୱରର ନବୀନ ନିବାସ ତୁଳନାରେ ଅଧିକ ସମୟ ନିଜ ଦିଲ୍ଲୀସ୍ଥିତ ବାସଭବନରେ ଅଧିକ ସମୟ ବିତାଇବେ । ତାଙ୍କର ପୈତୃକ ଘର ନୂଆଦିଲ୍ଲୀର ଡଃ ଅବଦୁଲ କଲାମ ମାର୍ଗସ୍ଥିତ ‘କୋଠି ନମ୍ବର-୩’ର ଆଭ୍ୟନ୍ତରୀଣ ସାଜସଜ୍ଜା କାର୍ଯ୍ୟ ଶେଷ ସରିଛି । ପାଣ୍ଡିଆନଙ୍କ ତଦାରଖରେ ଏହି ଘରର ନବୀକରଣ କାର୍ଯ୍ୟ ହୋଇଥିବା ଜଣାପଡ଼ିଛି । ପ୍ରାୟ ୧୨ହଜାର ବର୍ଗଫୁଟ ଅଂଚଳରେ ଥିବା ଏହି କୋଠିରେ ୩୬୦୦ବର୍ଗଫୁଟର କୋଠା ଓ ଗାର୍ଡେନ ଆଦି ରହିଛି । ଗତ ୨-୩ମାସ ଧରି ଏହି କୋଠି(ଘର) ମରାମତି ଓ ନବୀକରଣ କାର୍ଯ୍ୟ ଚାଲିଥିଲା ।

Also Read

ସାଧାରଣ ନିର୍ବାଚନରେ ବିଜେଡିର ପରାଜୟ ପରଠୁ ଦଳରେ ଆଭ୍ୟନ୍ତରୀଣ ଗୋଷ୍ଠୀକନ୍ଦଳ ବଢ଼ିବାରେ ଲାଗିଛି । ଯଦିଓ ନବୀନ ଦଳରେ ବଢ଼ୁଥିବା ଅରାଜକତା ଓ ବିଶୃଙ୍ଖଳା ପ୍ରତି ଅବଗତ ରହିଛନ୍ତି ତଥାପି ପାଣ୍ଡିଆନଙ୍କୁ ନେଇ କୌଣସି ପ୍ରକାରର କମ୍ପ୍ରମାଇଜ୍ କରିବା ମୁଡରେ ନଥିବା ପରୋକ୍ଷରେ ଦଳୀୟ ନେତାମାନଙ୍କୁ ସନ୍ଦେଶ ଦେଇଥିବା ସୂଚନା ମିଳିଛି । ଏପରିକି ଗତ ସପ୍ତାହରେ ନବୀନଙ୍କୁ ଭେଟିଥିବା ଦଳର ୬-୭ଜଣ ଆଗଧାଡ଼ିର ନେତା ଖୋଲାଖୋଲି ଭାବେ ପାଣ୍ଡିଆନଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ ମଧ୍ୟ ସେ ଏଥିପ୍ରତି ବିଶେଷ ଗୁରୁତ୍ୱ ଦେଇନଥିଲେ । ଓଲଟା ବିଜେଡିରେ ପାଣ୍ଡିଆନଙ୍କ ଭବିଷ୍ୟତ ଓ ସ୍ଥାୟିତ୍ୱକୁ ନେଇ ନବୀନ ଚିନ୍ତିତ ଥିବାର ସନ୍ଦେଶ ଦେଇଥିଲେ ।

ନବୀନ ଓ ତାଙ୍କ ଟିମ୍‌

ନବୀନ ନିବାସ ସୂତ୍ର ଅନୁସାରେ, ନବୀନ ଉଭୟ ଭୁବନେଶ୍ୱର ଓ ଦିଲ୍ଲୀ ବାସଭବନରେ ରହିବେ । ମାତ୍ର ଅଧିକ ସମୟ ଦିଲ୍ଲୀରେ ବିତାଇବେ । ନବୀନ ନିବାସରୁ ତାଙ୍କର ଅଫିସ୍ ମଧ୍ୟ ନିୟମିତ ଭାବେ ପରିଚାଳିତ ହେବ । ନବୀନ ଯେଉଁଠି ରହିଲେ ମଧ୍ୟ ସାଂଗଠନିକ କାର୍ଯ୍ୟକୁ ସେ ନିଜର ଟିମ୍ ମାଧ୍ୟମରେ ବ୍ୟକ୍ତିଗତ ଭାବେ ତଦାରଖ କରିବେ । ଏବେ ଦେବୀ ମିଶ୍ର ଓ ଆଗଧାଡ଼ିର ୬-୭ଜଣ ନେତାଙ୍କୁ ନେଇ ଯେଭଳି ସାଂଗଠନିକ କାର୍ଯ୍ୟକ୍ରମ ଚାଲିଛି ସେହି ଟିମ୍ ମାଧ୍ୟମରେ ସଂଗଠନର ପରିଚାଳନା(ବାହ୍ୟ ଦୃଶ୍ୟମାନ)କୁ ଜାରି ରଖିବାକୁ ଯୋଜନା ଚାଲିଥିବା ନବୀନ ନିବାସ ସୂତ୍ରରୁ ଜଣାପଡ଼ିଛି । ଯଦିଓ ପରଦା ପଛରେ ରହି ଅନ୍ୟ କେହି ନବୀନଙ୍କ ମାଧ୍ୟମରେ ସଂଗଠନକୁ ନିୟନ୍ତ୍ରଣ କରିବେ ।

ଅଲୋଡ଼ା ପାଣ୍ଡିଆନ

ଏସବୁ ଭିତରେ ନବୀନଙ୍କ ଖାସ୍ ପାଣ୍ଡିଆନଙ୍କୁ ନେଇ ପୁଣିଥରେ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଛି । ପାଣ୍ଡିଆନ ଲଣ୍ଡନ ଯାଇଛନ୍ତି ବୋଲି ଗୁଜବ ଚାଲିଛି । ମାତ୍ର ଖୋଳତାଡ଼ରୁ ଜଣାପଡ଼ିଛି ଯେ, ଇତିମଧ୍ୟରେ ପାଣ୍ଡିଆନ ଦିଲ୍ଲୀରେ ୩ଦିନ ରହଣୀ କରି ଭୁବନେଶ୍ୱର ଫେରିଛନ୍ତି । ଯେହେତୁ ପାଣ୍ଡିଆନ ନିଜେ ଦଳର ଆଗଧାଡ଼ିର କିଛି ନେତାମାନଙ୍କୁ ଡାକି ‘ବିଜେଡି ସହ ତାଙ୍କର କୌଣସି ଦେଣନେଣ ନାହିଁ’ ବୋଲି କହିସାରିଛନ୍ତି ଏବଂ ନବୀନ ନିଜେ ପାଣ୍ଡିଆନ ‘ବିଜେଡି ବ୍ୟାପାରରେ ନାହାନ୍ତି’ କହିଛନ୍ତି,ତେଣୁ ତାଙ୍କୁ ଦଳୀୟ ବ୍ୟାପାରରେ କୌଣସି ନେତା ଭେଟୁନାହାନ୍ତି । ଯାହାକି ରାଜନୀତିକ ମହତ୍ୱାକାଂକ୍ଷୀ ପାଣ୍ଡିଆନଙ୍କୁ ଏବେ ଅଲୋଡ଼ା କରାଇଦେଇଛି ।

ନବୀନଙ୍କୁ କରାୟତ କରିଥିବା ପାଣ୍ଡିଆନ ନିଜର ଦୁଇଜଣ ଖାସ୍ ଅନୁଗତ ପ୍ରଣବପ୍ରକାଶ ଦାସ ଓରଫ ବବି ଓ ମାନସ ମଙ୍ଗରାଜଙ୍କ ମାଧ୍ୟମରେ ଦଳୀୟ ପାଣ୍ଠି ଓ ସଂଗଠନ ଉପରେ ନିୟନ୍ତ୍ରଣ ରଖିବାକୁ ପ୍ରୟାସ ଜାରି ରଖିଛନ୍ତି । ଯେଉଁଥିପାଇଁ ଦଳର ରାଜ୍ୟ ପରିଷଦ ଓ ୮୧ଜଣିଆ କାର୍ଯ୍ୟକାରିଣୀ ସଦସ୍ୟ ତାଲିକା ଚୂଡ଼ାନ୍ତ ହୋଇପାରୁନାହିଁ । ଯଦିଓ ସଭାପତି ନିର୍ବାଚନ ଶେଷ ହେବାର ୧୦ଦିନ ବିତିଲାଣି ତଥାପି ଦଳ ପକ୍ଷରୁ ଏହାକୁ ସାର୍ବଜନୀନ  କରିବାକୁ ରିଟର୍ଣ୍ଣିଂ ଅଫିସର ପ୍ରତାପ ଦେବ ସକ୍ଷମ ହୋଇପାରିନାହାନ୍ତି । ପାଣ୍ଡିଆନଙ୍କ ଚାପରେ ବବିଙ୍କ ଖାସ୍ ଅନୁଗତ ପ୍ରତାପ ଦେବ ଏହି ଅଧାପନ୍ତରିଆ ତାଲିକା ଧରି ବସିଥିବା ସୂଚନା ମିଳିଛି ।

ନବୀନଙ୍କୁ ଚେତାଇଲା ଦେବୀଙ୍କ ଟିମ୍‌

ପାଣ୍ଡିଆନ ପରଦା ପଛରେ ରହି ଯେଭଳି ଢଙ୍ଗରେ ଦଳକୁ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି ତାକୁ ଦଳର ଆଗଧାଡ଼ିର ନେତାମାନେ କଡ଼ା ବିରୋଧ କରିଛନ୍ତି । ନବୀନଙ୍କୁ ଭେଟି ଦେବୀଙ୍କ ନେତୃତ୍ୱାଧୀନ ଟିମ୍ ସିଧାସଳଖ ବବି ଓ ମାନସଙ୍କ ସଂଗଠନରେ ‘ହାକିମାତି’ ଉପରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ଦାବି କରିଛନ୍ତି । ନବୀନଙ୍କୁ ଦଳର ଅନ୍ୟ ନେତାମାନେ ମଧ୍ୟ ଅନୁରୂପ ପରାମର୍ଶ ଦେଇଛନ୍ତି । ଯଦି ପାଣ୍ଡିଆନ ତାଙ୍କର ଏହି ଦୁଇ ଅନୁଗତଙ୍କୁ ଧରି ସଂଗଠନକୁ ଚଳାଇବେ ତା’ହେଲେ ବିଜେଡିରେ ବିଭାଜନ ସୁନିଶ୍ଚିତ ବୋଲି ନବୀନଙ୍କୁ ଚେତାଇଥିବା ବିଜେଡି ସୂତ୍ରରୁ ସୂଚନା ମିଳିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story