Advertisment

ଗୋଟିଏ ପାଣି ବୋତଲରେ ଥାଏ ଲକ୍ଷାଧିକ ପ୍ଲାଷ୍ଟିକ କଣିକା!

ଏହି ପ୍ଲାଷ୍ଟିକ ଖଣ୍ଡ ବିଭିନ୍ନ ଶାରୀରିକ ସମସ୍ୟା ସୃଷ୍ଟି କରିବା ସହ ଗର୍ଭସ୍ଥ ଶିଶୁର ସ୍ୱାସ୍ଥ୍ୟକୁ ମଧ୍ୟ ପ୍ରଭାବିତ କରିପାରେ।

author-image
Debibandita Barick
ଅଦ୍ୟତନ ହୋଇଛି
Plastic Water Bottle

Plastic Water Bottle

ଦୈନନ୍ଦିନ ବ୍ୟବହାରରେ ପ୍ଲାଷ୍ଟିକ ଏକ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ପାଲଟିଯାଇଛି। ପାଣି ବୋଟଲଠୁ ନେଇ ଟିଫିନ ବ୍ୟାଗ୍ ପର୍ଯ୍ୟନ୍ତ ସବୁକିଛି ପ୍ଲାଷ୍ଟିକରୁ ତିଆରି ହେଉଛି। ଏହି ପ୍ଲାଷ୍ଟିକ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଆମେ ଜାଣିଛେ, ହେଲେ ବଜାରରେ ବିକ୍ରି ହେଉଥିବା ପ୍ଲାଷ୍ଟିକ ପାଣି ବୋତଲ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ। କାରଣ ଗୋଟିଏ ପାଣି ବୋଟଲରେ ଲକ୍ଷାଧିକ ନାନୋପ୍ଲାଷ୍ଟିକ ରହୁଛି। 

Advertisment

ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି ଯେ, ଏକ ଲିଟର (୩୩-ଆଉନ୍ସ) ପାଣି ବୋତଲରେ ହାରାହାରି ୨ ଲକ୍ଷ ୪୦ ହଜାର ପ୍ଲାଷ୍ଟିକ୍ କଣିକା ଥାଏ। ଏହି ପ୍ଲାଷ୍ଟିକ ଖଣ୍ଡ ବିଭିନ୍ନ ଶାରୀରିକ ସମସ୍ୟା ସୃଷ୍ଟି କରିବା ସହ ଗର୍ଭସ୍ଥ ଶିଶୁର ସ୍ୱାସ୍ଥ୍ୟକୁ ମଧ୍ୟ ପ୍ରଭାବିତ କରିପାରେ।

ବୈଜ୍ଞାନିକମାନେ କରିଥିବା ଗବେଷଣା ଫଳାଫଳ ପ୍ରୋସିଡିଙ୍ଗସ୍ ଅଫ୍ ନ୍ୟାସନାଲ୍ ଏକାଡେମୀ ଅଫ୍ ସାଇନ୍ସ ପତ୍ରିକାରେ ପ୍ରକାଶ ପାଇଛି। ବୈଜ୍ଞାନିକମାନେ ଆମେରିକାର ତିନୋଟି ଜଣାଶୁଣା କମ୍ପାନୀର ପାଣି ବୋତଲ ଉପରେ ଏହି ଗବେଷଣା କରିଥିଲେ। ସେମାନେ ପାଣି ବୋତଲ କମ୍ପାନୀ ନାମ ପ୍ରକାଶ ନକରି କହିଛନ୍ତି ଯେ, ଗୋଟିଏ ଲିଟର ପାଣି ବୋତଲରେ ପ୍ରାୟ ୨,୪୦,୦୦୦ ପ୍ଲାଷ୍ଟିକ୍ କଣିକା ବା ରେଣୁ ଥାଏ। ଏହି ଖଣ୍ଡଗୁଡ଼ିକ ପୂର୍ବ ଆକଳନଠାରୁ ୧୦୦ ଗୁଣ ଅଧିକ।

Advertisment

ପୂର୍ବ ଅନୁସନ୍ଧାନରୁ ଜଣାଯାଇଥିଲା ଯେ, ଏକ ବୋତଲ ପାଣିରେ କେବଳ ମାଇକ୍ରୋପ୍ଲାଷ୍ଟିକ୍, କିମ୍ବା ୧ରୁ ୫,୦୦୦ ମାଇକ୍ରୋମିଟର ରେଣୁ ଥାଏ। କିନ୍ତୁ ବାସ୍ତବରେ ଏହା ୧୦୦ ଗୁଣ ଅଧିକା। ବୋତଲ ପାଣିରେ ମାଇକ୍ରୋପ୍ଲାଷ୍ଟିକ୍ ଏବଂ ନାନୋପ୍ଲାଷ୍ଟିକ୍ ଅଛି ବୋଲି ବୈଜ୍ଞାନିକମାନେ ସନ୍ଦେହ କରିଥିଲେ, କିନ୍ତୁ ସେମାନେ ପ୍ରମାଣ କରିବା ପାଇଁ ଅସମର୍ଥ ହେଉଥିଲେ। ବର୍ତ୍ତମାନ ବୈଜ୍ଞାନିକମାନେ ନୂତନ ଟେକ୍ନୋଲୋଜି ଷ୍ଟିମ୍ୟୁଟେଡ୍ ରମଣ ସ୍କାଟରିଂ (Stimulated Raman Scattering, SRS) ମାଇକ୍ରୋସ୍କୋପି ବ୍ୟବହାର କରି ଏହି ଖୁଲାସା କରିଛନ୍ତି।

ଆମେରିକାର ତିନୋଟି ବ୍ରାଣ୍ଡର ପାଣି ବୋତଲ ଉପରେ ଗବେଷଣା କରି ବୈଜ୍ଞାନିକମାନେ ଜାଣିବାକୁ ପାଇଲେ ଯେ, ପ୍ରତି ଏକ ଲିଟର ପାଣି ବୋଟଲରେ ୧,୧୦,୦୦୦ରୁ ୩,୭୦,୦୦୦ ଟିନି (ଛୋଟ) ପ୍ଲାଷ୍ଟିକ କଣିକା ରହୁଛି, ଯେଉଁଥିରେ ୯୦ ପ୍ରତିଶତ ନାନୋପ୍ଲାଷ୍ଟିକ। 

ପ୍ରକାଶ ଥାଉ କି, ମାଇକ୍ରୋପ୍ଲାଷ୍ଟିକ ଅପେକ୍ଷା ନାନୋପ୍ଲାଷ୍ଟିକ ଅଧିକ ବିପଜ୍ଜନକ କାରଣ ଏହା ମାନବର ପାଚନ ତନ୍ତ୍ର ଏବଂ ଫୁସଫୁସରେ ପ୍ରବେଶ କରି ଶରୀରରେ କ୍ଷତି ଘଟାଇ ପାରନ୍ତି। ଏଥିସହ ପ୍ଲାସେଣ୍ଟା ମାଧ୍ୟମରେ ୟୁଟେରସକୁ ପ୍ରବେଶ କରି ଗର୍ଭସ୍ଥ ଶିଶୁ ଶରୀରକୁ ମଧ୍ୟ କ୍ଷତି ପହଞ୍ଚାଇପାରନ୍ତି। ବୈଜ୍ଞାନିକଙ୍କ ଏହି ଗବେଷଣା ମାନବ ସମାଜ ପାଇଁ ଏକ ଆହ୍ୱାନ। ନିଶ୍ଚିତ ରୂପେ ନାନୋପ୍ଲାଷ୍ଟିକ ବ୍ୟବହାର ରୋକିବା କ୍ଷେତ୍ରରେ ସଚେତନତା ସୃଷ୍ଟି କରିବ। 

Research On Water Bottle Plastic Water Bottle Bottled Water Plastic Fragments Nanoplastics