ଆଦିତ୍ୟ L1: ବୈଜ୍ଞାନିକ ତଥ୍ୟ ସଂଗ୍ରହ ଆରମ୍ଭ କଲା ସୂର୍ଯ୍ୟ ମିଶନ

ଆଦିତ୍ୟ L1 ପ୍ରଥମ ଲାଗ୍ରେଞ୍ଜ ପଏଣ୍ଟକୁ ଯାତ୍ରା କରିବା ପୂର୍ବରୁ ମହାକାଶରେ ବୈଜ୍ଞାନିକ ତଥ୍ୟ ସଂଗ୍ରହ ଆରମ୍ଭ କରିଦେଇଛି। 

Representative Image

ପ୍ରତିକାତ୍ମକ ଚିତ୍ର

Debibandita Barick
  • Published: Monday, 18 September 2023
  • Updated: 18 September 2023, 03:01 PM IST

ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ଇସ୍ରୋ ସୂର୍ଯ୍ୟ ମିଶନର କାର୍ଯ୍ୟ ଆରମ୍ଭ। ଆଦିତ୍ୟ L1 ପ୍ରଥମ ଲାଗ୍ରେଞ୍ଜ ପଏଣ୍ଟକୁ ଯାତ୍ରା କରିବା ପୂର୍ବରୁ ମହାକାଶରେ ବୈଜ୍ଞାନିକ ତଥ୍ୟ ସଂଗ୍ରହ ଆରମ୍ଭ କରିଦେଇଛି। 

ଇସ୍ରୋ ସୁପ୍ରା ଥର୍ମାଲ୍ ଆଣ୍ଡ୍ ଏନର୍ଜେଟିକ୍ ପାର୍ଟିକାଲ୍ ସ୍ପେକ୍ଟ୍ରୋମିଟର (STEPS) ଯନ୍ତ୍ରକୁ ସକ୍ରିୟ କରି ଏହାର ତଥ୍ୟ ସଂଗ୍ରହ ପ୍ରକ୍ରିୟା ଆରମ୍ଭ କକିଛି। ଷ୍ଟେପ୍ସ ଯନ୍ତ୍ର ହେଉଛି ଆଦିତ୍ୟ ସୋଲାର ୱିଣ୍ଡ୍ ପାର୍ଟିକଲ୍ ଏକ୍ସପେରିମେଣ୍ଟ (ASPEX) ପେଲୋଡର ଏକ ଅଂଶ, ଯାହା ସୌର ଏବଂ ଇଣ୍ଟରପ୍ଲାନେଟାରୀ ପ୍ରକ୍ରିୟା ଅଧ୍ୟୟନ ପାଇଁ ପ୍ରସ୍ତୁତ କରାଯାଇଛି।

Also Read

ଷ୍ଟେପ୍ସ ଯନ୍ତ୍ରରେ ୬ଟି ସେନ୍ସର ରହିଛି। ଏହି ସେନ୍ସର ବିଭିନ୍ନ ଦିଗ ଉପରେ ଅଧ୍ୟୟନ କରନ୍ତି। ଏହା ପୃଥିବୀ ପରିବେଶରେ ଥିବା ଇଲେକ୍ଟ୍ରନ୍ ସହିତ ସୁପ୍ରା-ଥର୍ମାଲ୍ ଏବଂ ଆୟନ୍ ମାପ କରନ୍ତି। ଏହି ମାପଗୁଡିକ ନିମ୍ନ ଏବଂ ଉଚ୍ଚ-ଶକ୍ତି କଣିକା ସ୍ପେକ୍ଟ୍ରୋମିଟର ବ୍ୟବହାର କରି କରାଯାଏ। 

ପୃଥିବୀର କକ୍ଷପଥରେ ସଂଗୃହିତ ତଥ୍ୟ ବୈଜ୍ଞାନିକମାନଙ୍କୁ ପୃଥିବୀକୁ ଘେରି ରହିଥିବା କଣିକାର ଆଚରଣ ବିଶ୍ଳେଷଣ କରିବାକୁ ସକ୍ଷମ କରିବ, ବିଶେଷତଃ ପୃଥିବୀର ଚୁମ୍ବକୀୟ କ୍ଷେତ୍ରର ଉପସ୍ଥିତିରେ ଏହି ବିଶ୍ଳେଷଣ କରିବ। ପୃଥିବୀଠାରୁ ୫୦,୦୦୦ କିଲୋମିଟରରୁ ଅଧିକ ଦୂରରେ ଷ୍ଟେପ୍ସ ଯନ୍ତ୍ରକୁ ସେପ୍ଟେମ୍ବର ୧୦ରେ ସକ୍ରିୟ କରିଥିଲା ଇସ୍ରୋ। ଏହି ଦୂରତା ପୃଥିବୀ ରେଡିଅସର ଆଠଗୁଣରୁ ଅଧିକ ସମାନ, ଏହାକୁ ପୃଥିବୀ ରେଡିଅସନ୍ ବେଲ୍ଟ ଅଞ୍ଚଳରେ ସ୍ଥାନିତ କରାଯାଇଛି।

ଆବଶ୍ୟକ ଯନ୍ତ୍ରପାତି ସ୍ୱାସ୍ଥ୍ୟ ଯାଞ୍ଚ ଶେଷ ହେବା ପରେ, ମହାକାଶଯାନ ପୃଥିବୀଠାରୁ ୫୦,୦୦୦ କିଲୋମିଟରରୁ ଅଧିକ ଦୂରକୁ ଯିବା ପର୍ଯ୍ୟନ୍ତ ତଥ୍ୟ ସଂଗ୍ରହ ଜାରି ରହିବ ବୋଲି ଇସ୍ରୋ କହିଛି। ଇସ୍ରୋ ଆହୁରି କହିଛି ଯେ, ଷ୍ଚେପ୍ସର ପ୍ରତ୍ୟେକ ୟୁନିଟ ଏକ ନର୍ମାଲ୍ ପାରାମିଟରରେ କାର୍ଯ୍ୟ କରୁଛନ୍ତି। ଲାଗ୍ରାଞ୍ଜ ପଏଣ୍ଟର ସୌର ପବନ ଏବଂ ମହାକାଶ ପାଣିପାଗ ଘଟଣାବଳି, ଆକ୍ସିଲେରେସନ୍ ଏବଂ ଆନିସୋଟ୍ରପି ବିଷୟରେ ସୂଚନା ପ୍ରଦାନ କରିବ। 

ଷ୍ଟେପ୍ସ ଯନ୍ତ୍ରକୁ ଅହମ୍ମଦାବାଦର ସ୍ପେସ୍ ଆପ୍ଲିକେସନ୍ ସେଣ୍ଟର (SAC) ର ସହଯୋଗରେ ଫିଜିକାଲ୍ ରିସର୍ଚ୍ଚ ଲାବୋରେଟୋରୀ (PRL)ରେ ବିକଶିତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story