Advertisment

ଆଜି ଆଉ ଏକ ଇତିହାସ ରଚିବ ଇସ୍ରୋ; ଗନ୍ତବ୍ୟସ୍ଥଳରେ ପହଞ୍ଚିବ ଆଦିତ୍ୟ-L1

ପୃଥିବୀଠାରୁ ୧୫ ଲକ୍ଷ କିଲୋମିଟର ଦୂରରେ ଥିବା ପ୍ରଥମ ଲାଗ୍ରାଞ୍ଜିଆନ୍ ପଏଣ୍ଟ ବା L1 ପଏଣ୍ଟରେ ପହଞ୍ଚିବ ସୂର୍ଯ୍ୟ ମିଶନ।

author-image
Debibandita Barick
ଅଦ୍ୟତନ ହୋଇଛି
Representative Image

Representative Image

ଆଜି ଭାରତ ପାଇଁ ଆଉ ଏକ ଐତିହାସିକ ଦିନ। ଇସ୍ରୋର ଚନ୍ଦ୍ର ଅଭିଯାନ ସଫଳ ପରେ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ସୂର୍ଯ୍ୟ ମିଶନ। ଆଜି ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିବ ଇସ୍ରୋର ପ୍ରଥମ ସୂର୍ଯ୍ୟ ମିଶନ ଆଦିତ୍ୟ-L1। ପୃଥିବୀଠାରୁ ୧୫ ଲକ୍ଷ କିଲୋମିଟର ଦୂରରେ ଥିବା ପ୍ରଥମ ଲାଗ୍ରାଞ୍ଜିଆନ୍ ପଏଣ୍ଟ ବା L1 ପଏଣ୍ଟରେ ପହଞ୍ଚିବ ସୂର୍ଯ୍ୟ ମିଶନ।

Advertisment

ସେଠାରେ L1 ପଏଣ୍ଟ ଚାରିପଟେ ଏକ ହାଲୋ ଅର୍ବିଟ ବା କକ୍ଷପଥରେ ଆଦିତ୍ୟକୁ ଅବସ୍ଥାପିତ କରିବା ପାଇଁ ଇସ୍ରୋ, ଆଦିତ୍ୟ L1ର  ନିର୍ଣ୍ଣାୟକ ଗତିପଥ ପରିବର୍ତ୍ତନ କରିବ। ଅପରାହ୍ଣ ପ୍ରାୟ ୪ଟା ବେଳେ ଏହି ମାନ୍ୟୁଭର ବା ଗତିପଥ ପରିବର୍ତ୍ତନ କରାଯିବ। ଏହା ଇସ୍ରୋ ପାଇଁ ଏକ ସମ୍ପୂର୍ଣ୍ଣ ନୂଆ ଅଭିଜ୍ଞତା ଆଣିବ। କାରଣ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପୂର୍ବରୁ ପୃଥିବୀ, ମଙ୍ଗଳ ଓ ଚନ୍ଦ୍ର କକ୍ଷପଥରେ ସାଟେଲାଇଟ ଓ ଅର୍ବିଟରକୁ ଅବସ୍ଥାପିତ କରିସାରିଛି। 

କିନ୍ତୁ କୌଣସି ମହାଜାଗତିକ ପିଣ୍ଡ ନଥିବା ଫାଙ୍କା ସ୍ଥାନ ଚାରିପଟେ ଅର୍ଥାତ୍ L1 ପଏଣ୍ଟ ଚାରିପଟେ ବୁଲିବା ପାଇଁ ସାଟେଲାଇଟକୁ ନିର୍ଦ୍ଧାରିତ କକ୍ଷପଥରେ ଅବସ୍ଥାପିତ କରିବା ଇସ୍ରୋ ପାଇଁ ସମ୍ପୂର୍ଣ୍ଣ ରୂପେ ନୂଆ ଅଭିଜ୍ଞତା। ଏଥିରେ ସଫଳ ହେଲେ ଇସ୍ରୋ ମହାକାଶ ଅନୁସନ୍ଧାନ କ୍ଷେତ୍ରରେ ଆଉ ପାଦେ ଆଗେଇବ। 

Advertisment

L1 ପଏଣ୍ଟରେ ପୃଥିବୀ ଓ ସୂର୍ଯ୍ୟର ଚୁମ୍ବକୀୟ ଶକ୍ତି ସମାନ, ତେଣୁ ଆଦିତ୍ୟ L1 ଏହା ଚାରିପଟେ ଆଦିତ୍ୟ ପରିକ୍ରମା କରିପାରିବ। ଏହାକୁ କେବଳ ନିର୍ଦ୍ଦିଷ୍ଟ ପଏଣ୍ଟରେ L1ରେ ଅବସ୍ଥାପିତ କରିବାର ଅଛି, ଯାହା ଇସ୍ରୋ ପାଇଁ ବଡ ଚ୍ୟାଲେଞ୍ଜ। ଆଦିତ୍ୟ L1 ସଫଳତାର ସହ ଲାଗ୍ରାଏଞ୍ଜ ପଏଣ୍ଟରେ ଅବସ୍ଥାପିତ ହେଲେ, ଏହା ସୂର୍ଯ୍ୟ ଉପରେ ୨୪ ଘଣ୍ଟା ନଜର ରଖିବ ଏବଂ ଇସ୍ରୋକୁ ନୂଆ ନୂଆ ତଥ୍ୟ ପଠାଇବ। 

ଭାରତର ପ୍ରଥମ ସୂର୍ଯ୍ୟ ମିଶନ ଆଦିତ୍ୟ L1 ଗତବର୍ଷ ସେପ୍ଟେମ୍ବର ୨ରେ ଲଞ୍ଚ ହୋଇଥିଲା। ଉତକ୍ଷେପଣ ପରଠାରୁ ଏହି ୪ ମାସ ମଧ୍ୟରେ ଏହା ସୂର୍ଯ୍ୟର ସମ୍ପୂର୍ଣ୍ଣ ଫଟୋ ଉଠାଇବା ସହିତ ବିଭିନ୍ନ ତଥ୍ୟ ସଂଗ୍ରହ କରି ପଠାଇଛି।