Advertisment

୭ ହଜାର କିମି ଦୂରରେ ଥିବା ଟାର୍ଗେଟକୁ ହିଟ୍‌ କରିବ ଅଗ୍ନି-୫ ମିସାଇଲ!

ନୂଆଦିଲ୍ଲୀ: ପରମାଣୁ ଅସ୍ତ୍ରଶସ୍ତ୍ର ବହନ କରିପାରୁ ଥିବା ବାଲାଷ୍ଟିକ ମିସାଇଲ ଅଗ୍ନି-୫ର ସଫଳ ପରୀକ୍ଷଣ ପରେ ଏବେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି। ପୂର୍ବରୁ ଏହି ଅତ୍ୟାଧୁନିକ ମିସାଇଲର ଲକ୍ଷ୍ୟ ଭେଦ କ୍ଷମତା ୫,୪୦୦ କିମି ଥିଲା। କିନ୍ତୁ ଏବେ ୭ ହଜାର କିଲୋମିଟର ଯାଏ ଲକ୍ଷ୍ୟଭେଦ କରିପାରିବ। ଏପରି ଶକ୍ତିଶାଳୀ କ୍ଷେପଣାସ୍ତ୍ର ତିଆରି କରିବାରେ ସକ୍ଷମ ହୋଇଛି ଡିଆରଡିଓ। ଅଗ୍ନି-୫ର ଓଜନ ୨୦% ହ୍ରାସ କରି ଡିଆରଡିଓ ଏହାର ଲକ୍ଷ୍ୟଭେଦ କ୍ଷମତାକୁ ବୃଦ୍ଧି […]

author-image
Hemant Lenka
ଅଦ୍ୟତନ ହୋଇଛି
୭ ହଜାର କିମି ଦୂରରେ ଥିବା ଟାର୍ଗେଟକୁ ହିଟ୍‌ କରିବ ଅଗ୍ନି-୫ ମିସାଇଲ!

agni-v

ନୂଆଦିଲ୍ଲୀ: ପରମାଣୁ ଅସ୍ତ୍ରଶସ୍ତ୍ର ବହନ କରିପାରୁ ଥିବା ବାଲାଷ୍ଟିକ ମିସାଇଲ ଅଗ୍ନି-୫ର ସଫଳ ପରୀକ୍ଷଣ ପରେ ଏବେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି। ପୂର୍ବରୁ ଏହି ଅତ୍ୟାଧୁନିକ ମିସାଇଲର ଲକ୍ଷ୍ୟ ଭେଦ କ୍ଷମତା ୫,୪୦୦ କିମି ଥିଲା। କିନ୍ତୁ ଏବେ ୭ ହଜାର କିଲୋମିଟର ଯାଏ ଲକ୍ଷ୍ୟଭେଦ କରିପାରିବ।

Advertisment

ଏପରି ଶକ୍ତିଶାଳୀ କ୍ଷେପଣାସ୍ତ୍ର ତିଆରି କରିବାରେ ସକ୍ଷମ ହୋଇଛି ଡିଆରଡିଓ। ଅଗ୍ନି-୫ର ଓଜନ ୨୦% ହ୍ରାସ କରି ଡିଆରଡିଓ ଏହାର ଲକ୍ଷ୍ୟଭେଦ କ୍ଷମତାକୁ ବୃଦ୍ଧି କରିଥିବା ଜଣାପଡ଼ିଛି। ତେବେ କେନ୍ଦ୍ର ସରକାର ଗ୍ରୀନ୍ ସିଗନାଲ ଦେଲା ପରେ ହିଁ ଏହାର ପରୀକ୍ଷଣ କରାଯିବ।

ମିଳିଥିବା ସୂଚନା ଅନୁଯାୟୀ, ଅଗ୍ନି-୫ ମିସାଇଲରେ ଇସ୍ପାତର ବ୍ୟବହାର କରାଯାଇଛି। ଡିଆରଡିଓ ଇସ୍ପାତ ବଦଳରେ ଅନ୍ୟ ମିଶ୍ରିତ ସାମଗ୍ରୀର ବ୍ୟବହାର କରି ଏହାର ଓଜନକୁ ହ୍ରାସ କରିଛି। ଏହା ଦ୍ୱାରା ମିସାଇଲର ଲକ୍ଷ୍ୟଭେଦ କ୍ଷମତା ଆଉ ୨ ହଜାର କିଲୋମିଟର ବୃଦ୍ଧି ପାଇବ। ଯଦି ସରକାର ଚାହିଁବେ, ତା’ହେଲେ ଅଗ୍ନି ୫ ମିସାଇଲ ୭ ହଜାର କିମି ଦୂରରେ ଥିବା ଟାର୍ଗେଟକୁ ହିଟ୍ କରିପାରୁଛି କି ନାହିଁ, ତା’ର ପରୀକ୍ଷା କରାଯିବ।

Advertisment

ଏହି ସୂତ୍ରରେ ଅଗ୍ନି-୩ର ଉଦାହରଣ ଦିଆଯାଇଛି। ଅଗ୍ନି ୩ର ଓଜନ ପ୍ରାୟ ୪୦ ଟନ୍‌। ଏହାର ଲକ୍ଷ୍ୟ ଭେଦ କ୍ଷମତା ହେଉଛି ୩,୦୦୦ କିମି। କିନ୍ତୁ ଅଗ୍ନି ୪ର ଓଜନ ୨୦ ଟନ୍‌ରୁ ସାମନ୍ୟ ଅଧିକ। ଏହାର ଲକ୍ଷ୍ୟ ଭେଦ କ୍ଷମତା ୩ ହଜାର କିମି ଠାରୁ ଅଧିକ। ତେଣୁ ଅଗ୍ନି-୫ ମିସାଇଲର ଓଜନ ୨୦% ହ୍ରାସ କରି ପରୀକ୍ଷା କଲେ ଏହା ୭ ହଜାର କିମିରୁ ଅଧିକ ଦୂରରେ ଥିବା ଟାର୍ଗେଟକୁ ମଧ୍ୟ ହିଟ କରିପାରିବ ବୋଲି କୁହାଯାଇଛି।

ଗୁରୁବାର ୫,୪୦୦ କିମି ଦୂରରେ ଥିବା ଟାର୍ଗେଟକୁ ହିଟ୍‌ କରିପାରୁ ଥିବା ତଥା ଆଣବିକ ଅସ୍ତ୍ର ବହନକାରୀ ଅଗ୍ନି-୫ ମିସାଇଲର ରାତ୍ରୀକାଳୀନ ପରୀକ୍ଷଣ ସଫଳ ହୋଇଥିଲା। ୫ ହଜାର କିମି ଲକ୍ଷ୍ୟଭେଦର କ୍ଷମତା ଥିବାରୁ ଏହି ମିସାଇଲ ଚାଇନାର ରାଜଧାନୀ ବେଜିଂ ସହିତ ଅଧା ୟୁରୋପକୁ ହିଟ୍ କରିବାକୁ ସକ୍ଷମ। କିନ୍ତୁ ଯଦି ୭ ହଜାର କିଲୋମିଟର ରେଞ୍ଜର ଅଗ୍ନି-୫ କ୍ଷେପଣାସ୍ତ୍ର ନିର୍ମିତ ହୁଏ, ତା’ହେଲେ ପୂରା ଚାଇନା ସହିତ ୟୁରୋପକୁ ମଧ୍ୟ ହିଟ୍‌ କରାଯାଇ ପାରିବ ବୋଲି ପ୍ରତିରକ୍ଷା ବିଶେଷଜ୍ଞମାନେ ମତ ରଖିଛନ୍ତି।

ଇଣ୍ଟର କଣ୍ଟିନେଣ୍ଟାଲ ବାଲିଷ୍ଟିକ ମିସାଇଲ ଅଗ୍ନି-୫ର ରାତ୍ରୀକାଳୀନ ବ୍ୟବହାରିକ ପରୀକ୍ଷଣ ଗୁରୁବାର ଅବଦୁଲ କଲାମ ଦ୍ୱୀପରୁ ଅପରାହ୍ଣ ପ୍ରାୟ ୫ଟା ୪୦ରେ କରାଯାଇଥିଲା। ଏହି ମିସାଇଲ ଦେଢ଼ ଟନ୍ ଆଣବିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖେ। ଏହାର ଲମ୍ବ ସାଢ଼େ ୧୦ ମିଟର ଓ ଏହାର ଓସାର ଦେଢ଼ ମିଟର।

ଅଗ୍ନି-୫ ହେଉଛି ଇଣ୍ଟର କଣ୍ଟିନେଣ୍ଟାଲ ବାଲିଷ୍ଟିକ ମିସାଇଲ ଗ୍ରୁପର ଏକ ଅତ୍ୟାଧୁନିକ ମିସାଇଲ୍। ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇପାରୁଥିବା ଏହି ଦୂରଗାମୀ କ୍ଷେପଣାସ୍ତ୍ର ପରୀକ୍ଷା କରି ଭାରତ ବିଶ୍ୱର ଏଲିଟ୍ ଗ୍ରୁପରେ ସାମିଲ ହୋଇଛି।

ନିକଟରେ ଅରୁଣାଚଳ ପ୍ରଦେଶ ସୀମାରେ ଚାଇନା ସେନା ସହ ସଂଘର୍ଷ ପରେ ଅଗ୍ନି-୫ ମିସାଇଲର ପରୀକ୍ଷା କରି ଶକ୍ତି ଦେଖାଇଛି ଭାରତ।