ଦୀପାବଳି ବାଣ ଫୁଟା ଯୋଗୁ ରବିବାର ରାତି ଗୋଟାଏରେ ତାଳଚେର, ଭୁବନେଶ୍ୱର, କଟକ ଓ ବାଲେଶ୍ୱରରେ ଏୟାର କ୍ୱାଲିଟି ଇଣ୍ଡେକ୍ସ (AQI) ୫୦୦ ଛୁଇଁଥିଲା। ଏହି ସମୟରେ ତାଳଚେରର ହାରାହାରି ପ୍ରଦୂଷଣ ମାତ୍ରା ୩୩୫ ଥିଲା ବେଳେ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଅଞ୍ଚଳରେ ୩୩୨, ବାଲେଶ୍ୱରରେ ୩୨୪ ବା ଅତି ଖରାପ ସ୍ଥିତିକୁ ପହଞ୍ଚି ଯାଇଥିଲା। କଟକରେ AQI ୨୯୪ ଓ ଭୁବନେଶ୍ୱରର ପଟିଆ ଅଞ୍ଚଳରେ ୨୯୦ ରହିଥିଲା। ଆଶ୍ଚର୍ଯ୍ୟର କଥା ଗତକାଲି ରାତି ଗୋଟାଏରେ ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର ଅଞ୍ଚଳରେ PM10 ମାତ୍ରା ୯୯୯ ଛୁଇଁଥିବା ବେଳେ ପଟିଆରେ ୬୭୬ ଓ କଟକରେ ୮୮୨ ରହିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Science & Environment
ପ୍ରଥମ ଭାରତୀୟ ଭାବେ ଅନ୍ତର୍ଜାତୀୟ ସ୍ପେଶ ସେଣ୍ଟରରେ ପହଞ୍ଚିଲେ ଶୁଭାଂଶୁ
ଡକିଂ ପୂର୍ବରୁ ଶୁଭାଂଶୁ ଓ ଅନ୍ୟ ୩ ବୈଜ୍ଞାନିକଙ୍କୁ ଧରି ମହାକାଶକୁ ଯାଇଥିବା ସ୍ପେଶଏକ୍ସର ଡ୍ରାଗନ ସ୍ପେଶକ୍ରାଫ୍ଟ ପ୍ରଥମେ କିଛି ସମୟ ଅନ୍ତର୍ଜାତୀୟ ସ୍ପେଶ ସେଣ୍ଟର ଉପରେ ଉଡ଼ାଣ ଭରିଥିଲା।

Guest Column
ଅସୁସ୍ଥ ପୃଥିବୀ, ଆମ ଦାୟିତ୍ୱ
ପ୍ଲାଷ୍ଟିକ ପ୍ରଦୂଷଣ ଅବସାନ କରିବା କେବଳ ସରକାର ବା ବୃହତ ସଂସ୍ଥାମାନଙ୍କ ଦାୟିତ୍ୱ ନୁହେଁ। ଏହା ମୋ, ଆପଣ, ଆମ ସମସ୍ତଙ୍କ ଦାୟିତ୍ୱ।

Science & Environment
ଡ୍ରୋନ୍କୁ ମାତ୍ ଦେବ ଭାର୍ଗବାସ୍ତ୍ର
ଗଞ୍ଜାମ ଜିଲ୍ଲା ଗୋପାଳପୁରର ସିୱାର୍ଡ ଫାୟାରିଂ ରେଞ୍ଜରେ ଏହି ପରୀକ୍ଷଣ ହୋଇଥିଲା। ଏଥିରେ ‘ଭାର୍ଗବାସ୍ତ୍ର କାଉଣ୍ଟର-ସ୍ୱାର୍ମ ଡ୍ରୋନ୍ ସିଷ୍ଟମ’ ଏକ ସମୟରେ ଏକାଧିକ ଡ୍ରୋନ୍କୁ ଚିହ୍ନଟ କରିବା ସହିତ ସେଗୁଡ଼ିକୁ ଲକ୍ କରି ନଷ୍ଟ କରିବାରେ ସଫଳ ହୋଇଥିଲା।

Guest Column
ଜଳ ସଂରକ୍ଷଣ ଜୀବନ ସଂରକ୍ଷଣ!
ଭୌଗୋଳିକ ଦୃଷ୍ଟିକୋଣରୁ ଭାରତ ଦକ୍ଷିଣ ଏସିଆର ସପ୍ତମ ବୃହତ୍ତମ ଦେଶ ଓ ଦ୍ୱିତୀୟ ସର୍ବାଧିକ ବୃଷ୍ଟିପାତ ହେଉଥିବା ରାଷ୍ଟ୍ର। ଏହା ସତ୍ତ୍ୱେ ଏହା ଅଷ୍ଟମ ଦେଶ ଯାହାକି ମାରାତ୍ମକ ଜଳ ସଙ୍କଟର ସମ୍ମୁଖୀନ ହୋଇଛି। ବିଶେଷଜ୍ଞମାନଙ୍କ ଚେତାବନୀ ଅନୁଯାୟୀ ଯଦି ଏବେଠାରୁ ଭାରତର ଜଳ ସଙ୍କଟ ଦୂରୀକରଣ ପାଇଁ ଅଭିଯାନ ଆରମ୍ଭ ନ କରାଯାଏ ତା’ହେଲେ ଆଗାମୀ ବର୍ଷରେ ଭାରତକୁ ଜଳ ଆମଦାନୀ କରିବାକୁ ପଡ଼ିପାରେ।

Science & Environment
ମଧ୍ୟରାତ୍ରୀ ହେବାକୁ ଆଉ କେତେ ବାକି?
ମଧ୍ୟରାତ୍ରୀ ହେବାକୁ ଆଉ ମାତ୍ର ୮୯ ସେକେଣ୍ଡ ବାକି। ଏହି ବାକ୍ୟ ଲେଖିବା ଓ ଏହାର ଅର୍ଥ ବୁଝେଇବା ଭିତରେ ୮୯ ସେକେଣ୍ଡ ସରିଯିବ। ତା’ ମାନେ କ’ଣ ଏବେ ମଧ୍ୟରାତ୍ରୀ ହେବ? ଏବେ ଏଇ ଲେଖକର ଘଣ୍ଟାରେ ସନ୍ଧ୍ୟା ୫.୦୦ଟା। ନା, ସେପରି ହେବ ନାହିଁ।