Advertisment

ବ୍ରେଷ୍ଟ କ୍ୟାନସରର କାରଣ ଡାଏରୀ ମିଲ୍କ!

ନ୍ୟୁୟର୍କ: ଡାଏରୀ ମିଲ୍କ ବା ଗାଈ କ୍ଷୀର ବ୍ରେଷ୍ଟ କ୍ୟାନସର ପାଉଁ ଖୋରାକ୍ ଯୋଗାଉଛି। ଯଦି ଜଣେ ପ୍ରତିଦିନ ଗୋଟିଏ କପ୍ ଡାଏରୀ ମିଲକ ପିଉଛି ତାହେଲେ ବ୍ରେଷ୍ଟ କ୍ୟାନସର ହେବାର ସୁଯୋଗ ୫୦ ପ୍ରତିଶତ, ଦୁଇ କପ୍ ପିଉଥିଲେ ୭୦ ପ୍ରତିଶତ ଏବଂ ତିନି କପ୍ ପିଉଥିଲେ ୮୦ ପ୍ରତିଶତ ଏହି କ୍ୟାନସର ହେବାର ସମ୍ଭାବନା ରହିଛି। ଆମେରିକାର ଲୋମା ଲିଣ୍ଡା ବିଶ୍ୱବିଦ୍ୟାଳୟର ଗବେଷକମାନେ ଏହି ରିପୋର୍ଟ ଦେଇଛନ୍ତି। ଖାଲି ଡାଏରୀ ମିଲ୍କ ନୁହେଁ ଡାଏରୀରୁ […]

ଅଦ୍ୟତନ ହୋଇଛି
ବ୍ରେଷ୍ଟ କ୍ୟାନସରର କାରଣ ଡାଏରୀ ମିଲ୍କ!

dairy milk

Advertisment

ନ୍ୟୁୟର୍କ: ଡାଏରୀ ମିଲ୍କ ବା ଗାଈ କ୍ଷୀର ବ୍ରେଷ୍ଟ କ୍ୟାନସର ପାଉଁ ଖୋରାକ୍ ଯୋଗାଉଛି। ଯଦି ଜଣେ ପ୍ରତିଦିନ ଗୋଟିଏ କପ୍ ଡାଏରୀ ମିଲକ ପିଉଛି ତାହେଲେ ବ୍ରେଷ୍ଟ କ୍ୟାନସର ହେବାର ସୁଯୋଗ ୫୦ ପ୍ରତିଶତ, ଦୁଇ କପ୍ ପିଉଥିଲେ ୭୦ ପ୍ରତିଶତ ଏବଂ ତିନି କପ୍ ପିଉଥିଲେ ୮୦ ପ୍ରତିଶତ ଏହି କ୍ୟାନସର ହେବାର ସମ୍ଭାବନା ରହିଛି। ଆମେରିକାର ଲୋମା ଲିଣ୍ଡା ବିଶ୍ୱବିଦ୍ୟାଳୟର ଗବେଷକମାନେ ଏହି ରିପୋର୍ଟ ଦେଇଛନ୍ତି। ଖାଲି ଡାଏରୀ ମିଲ୍କ ନୁହେଁ ଡାଏରୀରୁ ପ୍ରସ୍ତୁତ ହେଉଥିବା ଅନ୍ୟାନ୍ୟ ଖାଦ୍ୟ ଖାଇଲେ ମଧ୍ୟ କ୍ୟାନସର ହୋଇପାରେ ବୋଲି ଗବେଷକ କହିଛନ୍ତି।

Advertisment

ଲୋମା ଲିଣ୍ଡା ବିଶ୍ୱବିଦ୍ୟାଳୟର ଗବେଷକ ଗରେ ଇ. ଫ୍ରାଜରଙ୍କ ଦ୍ୱାରା ଏହି ରିପୋର୍ଟ ଇଣ୍ଟରନେଶନାଲ ଜର୍ଣ୍ଣାଲ ଅଫ୍ ଏପିଡୋମିୟୋଲଜିରେ ପ୍ରକାଶ ପାଇଛି। ୫୩, ୦୦୦ ଉତ୍ତର ଆମେରିକା ମହିଳାଙ୍କୁ ନେଇ ଏହି ଗବେଷଣା ହୋଇଥିଲା। ଗବେଷଣା ବେଳେ ମହିଳାଙ୍କ ଖାଦ୍ୟ, ପାନୀୟକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି। ଗବେଷଣା ଆରମ୍ଭ ବେଳେ ଏହି ୫୩ ହଜାର ମହିଳା ସୁସ୍ଥ ଥିଲେ। ହେଲେ ଦୀର୍ଘ ୮ ବର୍ଷ ଧରି ଗବେଷଣା କରିବା ପରେ ଅନେକ ମହିଳା ବ୍ରେଷ୍ଟ କ୍ୟାନସରରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ଆକ୍ରାନ୍ତ ମହିଳା ଡାଏରୀ ମିଲ୍କ ଏବଂ ଏହି ମିଲ୍କରୁ ପ୍ରସ୍ତୁତ ହେଉଥିବା ପନୀର ଏବଂ ଘିଅ ଖାଦ୍ୟ ସାମଗ୍ରୀ ଖାଉଥିଲେ। ଗବେଷଣା ବେଳେ ୧,୦୫୭ ଜଣ କ୍ୟାନସରରେ ଆକ୍ରାନ୍ତ ଥିବା ଜଣାପଡ଼ିଛି।

ଗବେଷକ କହିଛନ୍ତି, ଡାଏରୀ ମିଲ୍କରେ ଥିବା ସେକ୍ସ ହରମନକୁ ନେଇ ଯେଉଁ ତତ୍ତ୍ୱ ଡାଏରୀ ମିଲ୍କରେ ରହିଛି ତାହା ବ୍ରେଷ୍ଟ କ୍ୟାନସରର ପ୍ରମୁଖ କାରଣ ହୋଇପାରେ। ଯେଉଁ ୧୦୫୭ ଜଣ ମହିଳା ବ୍ରେଷ୍ଟ କ୍ୟାନସରରେ ଆକ୍ରାନ୍ତ ହୋଇଛନ୍ତି ସେଥିମଧ୍ୟରୁ ୭୫ ପ୍ରତିଶତ ମହିଳା ଗର୍ଭବତୀ ରହିଛନ୍ତି। ସେହିପରି ଡାଏରୀ ମିଲ୍କରେ ଇନସୁଲିନ ଭଳି ଏକ ଗ୍ରୋଥ ତତ୍ତ୍ୱ -୧ (ଆଇଜିଏଫ୍-୧) ରହିଛି ଯାହାକି କ୍ୟାନସରକୁ ବଢ଼ାଉଛି ବୋଲି ଫ୍ରାଜର କହିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe