Advertisment

ଆଜିଠୁ କୁଳଡିହାରେ ବାଘ ଗଣନା

କୁଲଡିହାରେ ବାଘ ଗଣନା କାର୍ଯ୍ୟକ୍ରମ ଆଜିଠୁ ୩୦ ତାରିଖ ଯାଏଁ ୫ଦିନ ଧରି ଚାଲିବ।

author-image
Tapaswini Nayak
ଅଦ୍ୟତନ ହୋଇଛି
Tiger count

Tiger count

ଆଜିଠୁ କୁଳଡିହା ଅଭୟାରଣ୍ୟରେ ଆରମ୍ଭ ହେଉଛି ବାଘ ଗଣନା। ଏହାସହ ବାଲେଶ୍ୱର ଫରେଷ୍ଟ ଡିଭିଜନରେ ୫ଟି ରେଞ୍ଜରେ ମାସାଂଶୀ ବନ୍ୟଜନ୍ତୁଙ୍କ ଗତିବିଧି ଅନୁଧ୍ୟାନ କରୁଛି ବନ ବିଭାଗ।

Advertisment

କୁଲଡିହା ଅଭୟାରଣ୍ୟ ଭିତରେ ୧୪ଟି ବିଟରେ ୪୨ ଜଣ ବନ କର୍ମଚାରୀଙ୍କ ଦ୍ୱାରା ବାଘ ଗଣନା କରାଯାଉଛି। ଏହାସହ ବାଘଙ୍କ ଗତିବିଧି ଉପରେ ନଜର ରଖିବାକୁ ଟିମ୍ ନିୟୋଜିତ ହୋଇଛନ୍ତି। କୁଲଡିହାରେ ବାଘ ଗଣନା କାର୍ଯ୍ୟକ୍ରମ ଆଜିଠୁ ୩୦ ତାରିଖ ଯାଏଁ ୫ଦିନ ଧରି ଚାଲିବ।

ସେହିପରି ନୀଳଗିରି ରେଞ୍ଜ, ସୋର, ଜଳେଶ୍ୱର ଓ ଚାନ୍ଦିପୁର ରେଞ୍ଜରେ ମଧ୍ୟ ମାଂସାଶୀ ଜୀବଙ୍କ ଗତିବିଧି ଓ ଉପସ୍ଥିତି ଉପରେ ନଜର ରଖିବା ପାଇଁ ବାଲେଶ୍ଵର ଡିଭିଜନର ମୋଟ ୫୨ଟି ବିଟ୍‌ରେ ୨୫୦ରୁ ଅଧିକ ବନ କର୍ମଚାରୀ ନିୟୋଜିତ ହୋଇଛନ୍ତି।

Advertisment

ଏହି କାର୍ଯ୍ୟକ୍ରମ ୨୫ ତାରିଖରୁ ୩୦ ତାରିଖ ଯାଏ ୫ ଦିନ ଧରି ଚାଲିବା ନେଇ ଏସିଏଫ୍‌ଓ ସୂଚନା ଦେଇଛନ୍ତି।

Balasore