Advertisment

ଲକଡାଉନ୍ ବେଳେ ପିଇବା ଯୋଗ୍ୟ ହେଲା ଗଙ୍ଗା ନଦୀର ପାଣି

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶ ୨୧ ଦିନିଆ ଲକଡାଉନ୍ ପାଳନ କରୁଛି। ଏପ୍ରିଲ ୧୪ରେ ଏହାର ଅବଧି ଶେଷ ହେଉଛି। ଏହାରି ଭିତରେ ଗଙ୍ଗନଦୀର ପାଣି ପିଇବାଯୋଗ୍ୟ ହୋଇଛି। କଳ କାରଖାନା ପାଇଁ ପ୍ରଦୂଷିତ ହୋଇଥିବା ଦିଲ୍ଲୀର ଯମୁନା ନଦୀ ମଧ୍ୟ ଲକଡାଉନ୍ ବେଳେ ବିଶୁଦ୍ଧ ହୋଇଛି। ଉତ୍ତରାଖଣ୍ଡର ଋଷିକେଶ ଏବଂ ହରିଦ୍ୱାର ଦେଇ ଯାଇଥିବା ଗଙ୍ଗାନଦୀର ପାଣି ବିଶୁଦ୍ଧ ହୋଇଛି। ଯାହାକି ପିଇବା ଯୋଗ୍ୟ ହୋଇଛି। ପରିବେଶବିତ୍ ତଥା ଗୁରୁକୁଳ କଙ୍ଗରି ବିଶ୍ୱବିଦ୍ୟାଳୟର […]

ଅଦ୍ୟତନ ହୋଇଛି
ଲକଡାଉନ୍ ବେଳେ ପିଇବା ଯୋଗ୍ୟ ହେଲା ଗଙ୍ଗା ନଦୀର ପାଣି

GANGA RIVER

Advertisment

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶ ୨୧ ଦିନିଆ ଲକଡାଉନ୍ ପାଳନ କରୁଛି। ଏପ୍ରିଲ ୧୪ରେ ଏହାର ଅବଧି ଶେଷ ହେଉଛି। ଏହାରି ଭିତରେ ଗଙ୍ଗନଦୀର ପାଣି ପିଇବାଯୋଗ୍ୟ ହୋଇଛି। କଳ କାରଖାନା ପାଇଁ ପ୍ରଦୂଷିତ ହୋଇଥିବା ଦିଲ୍ଲୀର ଯମୁନା ନଦୀ ମଧ୍ୟ ଲକଡାଉନ୍ ବେଳେ ବିଶୁଦ୍ଧ ହୋଇଛି।

Advertisment

ଉତ୍ତରାଖଣ୍ଡର ଋଷିକେଶ ଏବଂ ହରିଦ୍ୱାର ଦେଇ ଯାଇଥିବା ଗଙ୍ଗାନଦୀର ପାଣି ବିଶୁଦ୍ଧ ହୋଇଛି। ଯାହାକି ପିଇବା ଯୋଗ୍ୟ ହୋଇଛି। ପରିବେଶବିତ୍ ତଥା ଗୁରୁକୁଳ କଙ୍ଗରି ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ବିଡି ଯୋଶୀ ଏହା କହିଛନ୍ତି। ଦୀର୍ଘ ଦିନ ପରେ ହରିଦ୍ୱାର ଦେଇଯାଇଥିବା ଗଙ୍ଗା ନଦୀର ପାଣି ଏତେ ମାତ୍ରାରେ ବିଶୁଦ୍ଧ ହୋଇଛି ବୋଲି ସେ କହିଛନ୍ତି। ଏମିତିକି ୫୦୦ ପ୍ରତିଶତ ପ୍ରଦୂଷଣ କମିଛି ବୋଲି ସେ କହିଛନ୍ତି। ହୋଟେଲ, ଲଜ୍ ଏବଂ ଶିଳ୍ପ ସଂସ୍ଥା ଲକଡାଉନ୍ ବେଳେ ବନ୍ଦ ରହିଥିବାରୁ ଗଙ୍ଗା ନଦୀର ପାଣି ଏତେ ବ୍ୟବହାର ଯୋଗ୍ୟ ହୋଇଛି ବୋଲି ସେ କହିଛନ୍ତି।

ସେହିପରି ଗଙ୍ଗା ସଭାର ସାଧାରଣ ସଚିବ ତନମୟ ବୈଶିଷ୍ଠ ଜାତୀୟ ଗଣମାଧ୍ୟମ ଟାଇମ୍ସ ଅଫ୍ ଇଣ୍ଡିଆକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ପୂର୍ବରୁ ଗଙ୍ଗା ଏଭଳି ବିଶୁଦ୍ଧ ନଥିଲା। ଉତ୍ତରାଖଣ୍ଡ ପ୍ରଦୂଷଣ ନିୟନ୍ତ୍ରକ ବୋର୍ଡର ଅଧିକାରୀ ଆରକେ କଥଇତ୍ କହିଛନ୍ତି, ଲକଡାଉନ ପୂର୍ବରୁ ଏବଂ ପରେ ଗଙ୍ଗା ନଦୀର ପାଣିରେ ଅନେକ ପରିବର୍ତ୍ତନ ହୋଇଛି। ତୀର୍ଥଯାତ୍ରୀ ଆସୁନାହାନ୍ତି ଅନେକ ଶିଳ୍ପ କଳକାରଖାନା ବନ୍ଦ ରହିଥିବାରୁ ହରିଦ୍ୱାର ଏବଂ ଋଷିକେଶର ପାଣି ପରିଷ୍କାର ହୋଇଛି।

Advertisment

ଉତ୍ତରାଖଣ୍ଡ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଗବେଷକ ଏସଏସ ପାଲ କହିଛନ୍ତି, ହରିଦ୍ୱାର ଏବଂ ଋଷିକେଶର ପାଣି ଅତିଆବଶ୍ୟକ ଥିଲେ ଜଣେ ଗାଧୋଇବା ସହିତ ପିଇ ପାରିବ। ଏହାବାଦ ଉତ୍ତରାଖଣ୍ଡର ପରିମଳ ବ୍ୟବସ୍ଥା ପାଇଁ ଗଙ୍ଗା ନଦୀର ପାଣିରେ ପରିବର୍ତ୍ତନ ଆସିଛି ବୋଲି ସେ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe