Advertisment

ଭୂପୃଷ୍ଠର ୭୦୦ କିଲୋମିଟର ତଳେ ଅଛି ବିଶାଳ ସମୁଦ୍ର

ଏହି ଭୂତଳ ସମୁଦ୍ରର ଆକାର ପୃଥିବୀ ଉପରେ ଥିବା ସମସ୍ତ ମହାସାଗରର ଆକାରଠାରୁ ତିନି ଗୁଣ ଅଧିକ।

author-image
Madhupriya Mistry
ଅଦ୍ୟତନ ହୋଇଛି
Earth Surface

Earth Surface

ପୃଥିବୀର ଆଭ୍ୟନ୍ତରରେ ରହିଛି ପ୍ରଶସ୍ତ ଓ ଗଭୀର ଜଳ ଭଣ୍ଡାର। ଭୂପୃଷ୍ଠରୁ ପାଖାପାଖି ୭୦୦ କିଲୋମିଟର ତଳେ ଏକ ବିଶାଳ ସମୁଦ୍ର ରହିଛି, ଯାହା ପୃଥିବୀର ସମସ୍ତ ମହାସାଗର ଠାରୁ ତିନି ଗୁଣ ଅଧିକ। ପୃଥିବୀ ତଳେ ଏଭଳି ବିଶାଳ ଜଳଭଣ୍ଡାର ଥିବା ନେଇ ପୂର୍ବରୁ କେହି କଳ୍ପନା ମଧ୍ୟ କରିନଥିଲେ। ବୈଜ୍ଞାନିକଙ୍କ ଅନୁସନ୍ଧାନରୁ ଏହା ସାମ୍ନାକୁ ଆସିଛି। ଯାହା ସମସ୍ତଙ୍କୁ ଚକିତ କରିଦେଇଛି।

Advertisment

ପ୍ରକୃତରେ ଇଲିନୋଇସର ନର୍ଥଓ୍ୱେଷ୍ଟର୍ନ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ପୃଥିବୀ ପୃଷ୍ଠରେ ଜଳର ଉତ୍ପତ୍ତି ଜାଣିବାକୁ ଚେଷ୍ଟା କରୁଥିଲେ। ଏହାକୁ ନେଇ ସେମାନେ ଦୀର୍ଘ ଦିନ ହେବ ଅନୁସନ୍ଧାନ ଜାରି ରଖିଥିଲେ। ତେବେ ଏହି ଅନୁସନ୍ଧାନରୁ ଏବେ ଗବେଷକଙ୍କୁ ଚକିତ କଲା ଭଳି ତଥ୍ୟ ମିଳିଛି। ଅଧ୍ୟୟନରୁ ପୃଥିବୀ ତଳେ ଏକ ବିଶାଳ ମହାସାଗର ଥିବା ଜଣାପଡିଛି। ଏହି ବିଶାଳ ଜଳଭଣ୍ଡାର ପୃଥିବୀର ଭୂପୃଷ୍ଠ ଠାରୁ ୭୦୦ କିଲୋମିଟର ତଳେ ଥିବା ଗବେଷକମାନେ ଜାଣିବାକୁ ପାଇଛନ୍ତି।

ଗବେଷକଙ୍କ କହିବା ମୁତାବକ, ରିଙ୍ଗବୁଡାଇଟ୍‌ ନାମକ ଏକ ନୀଳ ପଥର ମଧ୍ୟରେ ଏହି ମହାସାଗର ଲୁଚି ରହିଛି। ଏହି ଭୂତଳ ସମୁଦ୍ରର ଆକାର ପୃଥିବୀ ଉପରେ ଥିବା ସମସ୍ତ ମହାସାଗରର ଆକାର ଠାରୁ ତିନିଗୁଣ ଅଧିକ। ଧୂମକେତୁର ପ୍ରଭାବ ମାଧ୍ୟମରେ ପୃଥିବୀକୁ ପାଣି ଆସିନାହିଁ, ବରଂ ପୃଥିବୀର ଭୂତଳ ପୃଷ୍ଠରୁ ହିଁ ଏହା ସୃଷ୍ଟି ହୋଇଥିବା ଏହି ନୂଆ ଗବେଷଣାରୁ ଜଣାପଡିଛି।

Advertisment

ଜଣେ ବୈଜ୍ଞାନିକଙ୍କ କହିବା ମୁତାବକ, ଏହି ରିଙ୍ଗବୁଡାଇଟ୍‌ ପଥର ଏକ ସ୍ପଞ୍ଜ ଭଳି, ଯାହା ପାଣିକୁ ନିଜ ଭିତରକୁ ଶୋଷି ନିଏ। ଏହା ଉଦଯାନ ଓ ପାଣିକୁ ଆକର୍ଷିତ କରିଥିଏ।

ଏହି ଭୂତଳ ମହାସାଗରକୁ ଆବିଷ୍କାର କରିବା ପାଇଁ ଗବେଷକମାନେ ୫୦୦ ରୁ ଅଧିକ ଭୂକମ୍ପ ତରଙ୍ଗକୁ ବିଶ୍ଳେଷଣ କରି ସମଗ୍ର ଯୁକ୍ତରାଷ୍ଟ୍ରରେ ୨୦୦୦ ସେସମୋମିଟର ବ୍ୟବହାର କରିଥିଲେ। ପୃଥିବୀର ଆଭ୍ୟନ୍ତରୀଣ ସ୍ତର ଦେଇ ଗତି କରୁଥିବା ତରଙ୍ଗ, ଏହାର ମୂଳ ସମେତ ଓଦା ପଥର ଦେଇ ଗତି କଲାବେଳେ ମନ୍ଥର ହୋଇଯାଇଥିଲା, ଯାହା ବୈଜ୍ଞାନିକମାନଙ୍କୁ ଏହି ବିଶାଳ ଜଳ ଭଣ୍ଡାରର ଉପସ୍ଥିତି ବିଷୟରେ ଜାଣିବାରେ ସାହାଯ୍ୟ କରିଥିଲା।

Oceans Earth's Surface Water Body