/odisha-reporter/media/post_attachments/uploads/2022/12/Agni.jpg)
Agni
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଇଣ୍ଟର କଣ୍ଟିନେଣ୍ଟାଲ ବାଲିଷ୍ଟିକ ମିସାଇଲ ଅଗ୍ନି-୫ର ରାତ୍ରୀ କାଳୀନ ବ୍ୟବହାରିକ ପରୀକ୍ଷଣ ଗୁରୁବାର କରାଯାଇଛି। ଅବଦୁଲ କଲାମ ଦ୍ୱୀପରୁ ଅପରାହ୍ଣ ପ୍ରାୟ ୫ଟା ୪୦ରେ ଏହି ପରୀକ୍ଷଣ କରାଯାଇଛି। ଏହା ସଫଳ ହୋଇଛି ବୋଲି ମଧ୍ୟ ଜଣାଯାଇଛି।
Advertisment
ଏହି ମିସାଇଲର ଲକ୍ଷ୍ୟଭେଦ କ୍ଷମତା ହେଉଛି ୫,୫୦୦ କିଲୋମିଟର। ଏହା ବେଶ୍ ସହଜରେ ଚୀନ୍କୁ ଟାର୍ଗେଟ କରିପାରିବ। ଏହି ମିସାଇଲ ଦେଢ଼ ଟନ୍ ଆଣବିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖେ। ଏହାର ଲମ୍ବ ସାଢ଼େ ୧୦ ମିଟର ଓ ଏହାର ଓସାର ଦେଢ଼ ମିଟର।
ଅଗ୍ନି-୫ ହେଉଛି ଇଣ୍ଟର କଣ୍ଟିନେଣ୍ଟାଲ ବାଲିଷ୍ଟିକ ମିସାଇଲ ଗ୍ରୁପ୍ରର ଏକ ଅତ୍ୟାଧୁନିକ ମିସାଇଲ୍। ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇପାରୁଥିବା ଏହି ଦୂରଗାମୀ କ୍ଷେପଣାସ୍ତ୍ର ପରୀକ୍ଷା କରି ଭାରତ ବିଶ୍ୱର ଏଲିଟ୍ ଗ୍ରୁପରେ ସାମିଲ ହୋଇସାରିଛି।
Advertisment
ନିକଟରେ ଅରୁଣାଚଳ ପ୍ରଦେଶ ସୀମାରେ ଚୀନ୍ ସେନା ସହ ସଂଘର୍ଷ ପରେ ଅଗ୍ନି-୫ ମିସାଇଲର ପରୀକ୍ଷା କରି ଶକ୍ତି ଦେଖାଇଛି ଭାରତ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
