Advertisment

ପୁରୀ ବେଳାଭୂମିରେ ଶହ ଶହ ଜେଲିଫିସ୍ , ନାକ ଟେକୁଛନ୍ତି ପର୍ଯ୍ୟଟକ

ପୁରୀ ବେଳାଭୂମିରେ ପଡ଼ିଛନ୍ତି ଶହ ଶହ ଜେଲିଫିସ୍ । ତା’ ସାଙ୍ଗକୁ ବହୁ ଅଲିଭ ରିଡଲେଙ୍କ ମୃତଦେହ ବି ବେଳାଭୂମିରେ ପଡ଼ିଛି।

Jelly Fish

Jelly Fish

Advertisment

ପୁରୀ ବେଳାଭୂମିରେ ପଡ଼ିଛନ୍ତି ଶହ ଶହ ଜେଲିଫିସ୍ । ତା’ ସାଙ୍ଗକୁ ବହୁ ଅଲିଭ ରିଡଲେଙ୍କ ମୃତଦେହ ବି ବେଳାଭୂମିରେ ପଡ଼ିଛି। ପୁରୀକୁ ଦେଶ ବିଦେଶରୁ ହଜାର ହଜାର ପର୍ଯ୍ୟଟକ ଆସୁଥିବା ବେଳେ ଏହାର ବେଳାଭୂମିରେ କିନ୍ତୁ ଦେଖିବାକୁ ମିଳୁଛି ପୁତ୍ତିଗନ୍ଧମୟ ପରିବେଶ। ଫଳରେ ପର୍ଯ୍ୟଟକମାନେ ନାକ ଟେକୁଥିବା ବେଳେ ତୁରନ୍ତ ବେଳାଭୂମିକୁ ପରିଷ୍କାର କରିବାକୁ ଦାବି କରିଛନ୍ତି।

Advertisment

ପୁରୀର ଦିଗବାରେଣୀ ଛକ ବେଳାଭୂମିରେ ଗତ ୩ ଦିନ ହେଲାଣି ଶହ ଶହ ଜେଲିଫିସ୍ ପଡ଼ି ରହିଛନ୍ତି। ଏଥିସହ ବହୁ କଇଁଛଙ୍କ ମୃତଦେହ ପଡ଼ିଥିବା ବେଳେ ଆଖପାଖ ଅଞ୍ଚଳ ଦୁର୍ଗନ୍ଧରେ ଫାଟି ପଡ଼ୁଛି ।

୨୦୨୨ ଜୁନରେ ପୁରୀ ବେଳାଭୂମିରେ ଏମିତି ଜେଲିଫିସ୍ ଦେଖିବାକୁ ମିଳିଥିଲା। ସେମାନଙ୍କ ସଂସ୍ପର୍ଶରେ ଆସିବାରୁ ବହୁ ପର୍ଯ୍ୟଟକଙ୍କୁ ହସପିଟାଲରେ ଭର୍ତ୍ତି ହେବାକୁ ପଡ଼ିଥିଲା। ଜେଲିଫିସ୍‌ ଲାଳ ଲୋକଙ୍କ ଦେହରେ ଲାଗିଲେ ଜୋରରେ କୁଣ୍ଡାଇ ହୋଇଥାଏ। ନାଲି ପଡିଯାଇଥାଏ।

Advertisment

ଜେଲିଫିସ୍ ଆତଙ୍କରୁ ପର୍ଯ୍ୟଟକମାନେ କିଭଳି ବର୍ତ୍ତିବେ ଓ କିଭଳି ସେମାନେ ସୁରକ୍ଷିତ ଭାବେ ସ୍ନାନ କରିବେ, ସେହି ବ୍ୟବସ୍ଥା କରାଯିବା ଉଚିତ ବୋଲି ପର୍ଯ୍ୟଟକମାନେ ଦାବି କରିଛନ୍ତି। ମାତ୍ର ୩ ଦିନ ହେଲାଣି ଜେଲିଫିସ ପଡ଼ିଥିବା ସତ୍ତ୍ୱେ ବେଳାଭୂମିରୁ ଏହାକୁ ସଫା କରିବାକୁ ପୁରୀ ମ୍ୟୁନିସିପାଲିଟି ପକ୍ଷରୁ ତତ୍ପରତା ପ୍ରକାଶ ପାଉ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।

ଏତେ ସଂଖ୍ୟକ ଜେଲିଫିସ୍ ବେଳାଭୂମିରେ ପଡ଼ିଥିବା ଖବର ସମ୍ପର୍କରେ ସାମୁଦ୍ରିକ ମତ୍ସ୍ୟ ବିଭାଗ ବିଶେଷଜ୍ଞ କହିଛନ୍ତି, ଗତ କିଛି ଦିନ ହେବ ଖରାର ପ୍ରକୋପ ବ‍ଢ଼ିଥିବାରୁ ସମୁଦ୍ର ଭିତରେ ତାତି ପ୍ରବଳ ରହିଥିଲା। ଫଳରେ ଜେଲି ଫିସ ଏକତ୍ରିତ ହୋଇ ପବନ ହୋଇଥିବା ଦିଗ ଅଭିମୁଖେ ଭାସି ଆସି ବେଳାଭୂମିରେ ଲାଗିଛନ୍ତି। ସେମାନଙ୍କୁ ତୁରନ୍ତ ବେଳାଭୂମିରୁ ନ ହଟାଇଲେ ପ୍ରଦୂଷଣର ମାତ୍ର ବଢ଼ିଯିବ ବୋଲି କହିଛନ୍ତି ବିଶେଷଜ୍ଞ

Puri Puri Sea Beach
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe