Advertisment

ଇସ୍ରୋ ରଚିଲା ଇତିହାସ, ମହାକାଶରେ ଥାଇ ଆତଙ୍କବାଦୀଙ୍କ ଉପରେ ନଜର ରଖିବ କର୍ଟୋସାଟ୍-୩

ନୂଆଦିଲ୍ଲୀ: ମିଶନ ଚନ୍ଦ୍ରଯାନ-୨ ପରେ ଆଜି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ମହାକାଶକୁ କର୍ଟୋସାଟ୍-୩ ଉପଗ୍ରହ ଛାଡ଼ିଛି। ଏହି ଉପଗ୍ରହ ଦ୍ୱାରା ଭାରତ ମହାକାଶରୁ ରହି ପୃଥିବୀ ଉପରେ ତୀକ୍ଷଣ ନଜର ରଖିପାରିବ। ଏମିତିକି ସୀମାରେ ଆତଙ୍କବାଦୀଙ୍କ ଗତିବିଧି ଉପରେ ମଧ୍ୟ ନଜର ରଖିପାରିବ। ଆବଶ୍ୟକ ପଡ଼ିଲେ ସର୍ଜିକାଲ ଷ୍ଟ୍ରାଇକ୍ ଏବଂ ଏୟାର ଷ୍ଟ୍ରାଇକ୍ ଭଳି ବଡ଼ ବଡ଼ ଅପରେସନରେ ମଧ୍ୟ ଏହି ଉପଗ୍ରହ ସହଯୋଗ କରିପାରିବ। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ସକାଳ ୯ଟା ୨୮ ମିନିଟରେ […]

author-image
Subhransu Sekhar
ଅଦ୍ୟତନ ହୋଇଛି
ଇସ୍ରୋ ରଚିଲା ଇତିହାସ, ମହାକାଶରେ ଥାଇ ଆତଙ୍କବାଦୀଙ୍କ ଉପରେ ନଜର ରଖିବ କର୍ଟୋସାଟ୍-୩

satellite-isro (1)

ନୂଆଦିଲ୍ଲୀ: ମିଶନ ଚନ୍ଦ୍ରଯାନ-୨ ପରେ ଆଜି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ମହାକାଶକୁ କର୍ଟୋସାଟ୍-୩ ଉପଗ୍ରହ ଛାଡ଼ିଛି। ଏହି ଉପଗ୍ରହ ଦ୍ୱାରା ଭାରତ ମହାକାଶରୁ ରହି ପୃଥିବୀ ଉପରେ ତୀକ୍ଷଣ ନଜର ରଖିପାରିବ। ଏମିତିକି ସୀମାରେ ଆତଙ୍କବାଦୀଙ୍କ ଗତିବିଧି ଉପରେ ମଧ୍ୟ ନଜର ରଖିପାରିବ। ଆବଶ୍ୟକ ପଡ଼ିଲେ ସର୍ଜିକାଲ ଷ୍ଟ୍ରାଇକ୍ ଏବଂ ଏୟାର ଷ୍ଟ୍ରାଇକ୍ ଭଳି ବଡ଼ ବଡ଼ ଅପରେସନରେ ମଧ୍ୟ ଏହି ଉପଗ୍ରହ ସହଯୋଗ କରିପାରିବ।

Advertisment

ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ସକାଳ ୯ଟା ୨୮ ମିନିଟରେ ଇସ୍ରୋ ଏହି ଉପଗ୍ରହକୁ ମହାକାଶକୁ ଛାଡ଼ିଛି। ପିଏସଏଲବି-ସି ୪୭ ରକେଟ ଜରିଆରେ କର୍ଟୋସାଟ୍-୩ ମହାକାଶକୁ ପଠାଯାଇଛି। ଏହା ସହିତ ଆମେରିକାର ୧୩ଟି ବ୍ୟବସାୟିକ ଉପଗ୍ରହ ମଧ୍ୟ ମହାକାଶକୁ ଛଡ଼ାଯାଇଛି। ଏହା ପୃଥିବୀରୁ ୫୦୯ କିଲୋମିଟର ଉପରେ ରହି ଦେଶର ସୁରକ୍ଷା ଉପରେ ନଜର ରଖିବ।

https://twitter.com/ISRO_News/status/1199543412149481474

ଇସ୍ରୋ ମୁଖ୍ୟ କେ. ଶିବନ କହିଛନ୍ତି, ପିଏସଏଲବି-ସି ୪୭ କର୍ଟୋସାଟ୍-୩ ଏବଂ ଆମେରିକାର ୧୩ ଉପଗ୍ରହକୁ ଏକା ସାଙ୍ଗରେ ଉତକ୍ଷେପଣ କରିଛି। ଏହା କାର୍ଟୋସାଟ୍ ସିରିଜର ନବମ ଉପଗ୍ରହ। ଏହାର ଓଜନ ୧,୬୨୫ କିଲୋଗ୍ରାମ ରହିଛି। ଏହା ବିଶ୍ୱର ସବୁଠାରୁ କ୍ଷମତାଶାଳୀ ଉପଗ୍ରହ। ଯିଏ କି ମହାକାଶରେ ଥାଇ ନିଜର ଶକ୍ତିଶାଳୀ କ୍ୟାମେରା ଜରିଆରେ ଦେଶର ପ୍ରତ୍ୟେକ ସ୍ଥାନର ନୀରିକ୍ଷଣ କରିପାରିବ। ପୂର୍ବରୁ ଅନ୍ୟ ଦେଶ ମାନେ ମଧ୍ୟ ଏହି ଭଳି ଉପଗ୍ରହ ମହାକାଶକୁ ଛାଡ଼ିଛନ୍ତି। ହେଲେ ସେହି ଉପଗ୍ରଗରେ ଲାଗିଥିବା କ୍ୟାମେରାର ମାନ ତୁଳନାରେ କାର୍ଟୋସାଟ୍-୩ର କ୍ୟାମେରା ଅଧିକ ଶକ୍ତିଶାଳୀ। ଆସନ୍ତା ମାର୍ଚ୍ଚ ସୁଦ୍ଧା ୧୩ଟି ଉପଗ୍ରହ ମହାକାଶକୁ ଛଡ଼ାଯିବ ବୋଲି ସେ କହିଛନ୍ତି। ଏହି ଅବସରରେ କାର୍ଟୋସାଟ୍-୩ ନିର୍ମାଣରେ ନିୟୋଜିତ ସମସ୍ତ କର୍ମଚାରୀ ଓ ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେ.ଶିବନ୍।

Advertisment