Advertisment

ଆକାଶରେ ହେବ ଏକ ତାରାର ବିଷ୍ଫୋରଣ, ଦେଖାଯିବ ଉଜ୍ଜ୍ୱଳମୟ ଦୃଶ୍ୟ

ଏହି ମହାଜାଗତିକ ଦୃଶ୍ୟକୁ ଖାଲି ଆଖିରେ ଦେଖି ହେବ, ଏପରିକି ଆଲୋକ ପ୍ରଦୂଷିତ ସହରବାସୀ ବି ଦେଖିପାରିବେ।

author-image
Debibandita Barick
ଅଦ୍ୟତନ ହୋଇଛି
Representative Image

Representative Image

ଗ୍ରହ-ନକ୍ଷତ୍ରଙ୍କୁ ନେଇ ଗଠିତ ସୌରମଣ୍ଡଳରେ ଅନେକ ମହାଜାଗତିକ ଘଟଣା ଘଟେ। କେତେବେଳେ ଉଲକା ଖସେ, ତ ଆଉ କେତେବେଳେ ଗ୍ରହମାନେ ଏକାଠି ହେବା ଭଳି ପୃଥିବୀ ପୃଷ୍ଠରୁ ଦୃଶ୍ୟମାନ ହୁଏ। ଏହାରି ମଧ୍ୟରେ ମହାକାଶରେ ଆଉ ଏକ ମହାଜାଗତିକ ଘଟଣା ଘଟିବାକୁ ଯାଉଛି। 

Advertisment

ଜ୍ୟୋତିର୍ବିଜ୍ଞାନୀଙ୍କ କହିବା ଅନୁସାରେ, ଖୁବ୍ ଶୀଘ୍ର ଏକ ତାରାର ବିଷ୍ଫୋରଣ ହେବ, ଯାହାର ଉଜ୍ଜ୍ୱଳ ଦୃଶ୍ୟ ପୃଥିବୀ ପୃଷ୍ଠରୁ ଦେଖାଯିବ। ସବୁଠୁ ବଡ଼ କଥା ହେଉଛି କି, ଏହି ଚମତ୍କାର ଦୃଶ୍ୟକୁ ଖାଲି ଆଖିରେ ଦେଖି ହେବ। 

ଏହି ନକ୍ଷତ୍ରକୁ କୋରୋନାଇ ବୋରିଆଲିସ (T Coronae Borealis, T CrB) କୁହାଯାଏ। ଏହା ପୃଥିବୀ ପୃଷ୍ଠରୁ ପ୍ରାୟ ୩,୦୦୦ ଆଲୋକ ବର୍ଷ ଦୂରରେ ଅବସ୍ଥିତ। ଏହି ନକ୍ଷତ୍ର ଚଳିତ ବର୍ଷ ବିଷ୍ଫୋରିତ ହେବାକୁ ଯାଉଛି। ଆମେରିକାର ସ୍ପେସ୍ ଏଜେନ୍ସି ନାସା କହିଛି ଯେ, ଏହା ଏପରି ଏକ ଘଟଣା, ଯାହା ଦଶନ୍ଧି ମଧ୍ୟରେ ଥରେ ଘଟେ। 

Advertisment

ସବୁଠାରୁ ବଡ କଥା ହେଉଛି କି, ଏହି ମହାଜାଗତିକ ଦୃଶ୍ୟକୁ ଦେଖିବା ପାଇଁ କୌଣସି ଦାମୀ ଟେଲିସ୍କୋପର ଆବଶ୍ୟକତା ନାହିଁ। ଖାଲି ଆଖିରେ ଦେଖିହେବ, ଏପରିକି ଆଲୋକ ପ୍ରଦୂଷଣ ସହରର ଲୋକେ ମଧ୍ୟ T CrB ବିଷ୍ଫୋରଣକୁ ଦେଖିପାରିବେ।

ନାସା ବୈଜ୍ଞାନିକମାନେ କହିଛନ୍ତି ଯେ, T CrB ବିଷ୍ଫୋରଣ ସବୁବେଳେ ଘଟେ ନାହିଁ। ପୂର୍ବରୁ ୧୯୬୪ ମସିହାରେ ଏପରି ବିଷ୍ଫୋରଣ ଦେଖିବାକୁ ମିଳିଥିଲା। ଏହାର ଅର୍ଥ ହେଉଛି ଏହି ପ୍ରକାର ବିଷ୍ଫୋରଣ ପ୍ରାୟ ୮୦ ବର୍ଷରେ ଥରେ ହୁଏ। ଏହି ଘଟଣା ହାଲିର ଧୂମକେତୁ ସହ କିଛି ମାତ୍ରାରେ ସମାନ। କିନ୍ତୁ ଏହା ଏକ ନୋଭା ନକ୍ଷତ୍ର ହୋଇଥିବାରୁ ଏହାକୁ ଧୂମକେତୁ ତୁଳନାରେ ଉନ୍ନତ ବୋଲି ବିବେଚନା କରାଯାଏ। 

ଆମେରିକୀୟ ସ୍ପେସ ଏଜେନ୍ସି ନାସାର ଉଲକାପିଣ୍ଡ ପର୍ଯ୍ୟାବରଣ କାର୍ଯ୍ୟକ୍ରମ ମ୍ୟାନେଜର ୱିଲିୟମ୍ କୁକ୍ କହିଛନ୍ତି ଯେ, ଅଧିକାଂଶ ସମୟରେ କେଉଁ ନୋଭା ବିଷ୍ଫୋରଣ ହେବାକୁ ଯାଉଛି, ତାହା ଆମେ ଜାଣି ପାରିନଥାଉ। କିନ୍ତୁ ଏପରି ୧୦ଟି ନୋଭା ଅଛି, ଯାହା ବାରମ୍ବାର ଏକ ନିର୍ଦ୍ଦିଷ୍ଟ ସମୟରେ ବିଷ୍ଫୋରିତ ହୋଇଥାଏ। କରୋନାଇ ବୋରାଲିସ୍ ଏହାର ଏକ ଉଦାହରଣ। ଏହି ତାରା ଉପରେ ବର୍ତ୍ତମାନ ଜ୍ୟୋତିର୍ବିଜ୍ଞାନୀମାନଙ୍କ ନଜର ରହିଛି। ଚଳିତ ମାସରୁ ସେପ୍ଟେମ୍ବର ୨୦୨୪ ମଧ୍ୟରେ ବିଷ୍ଫୋରିତ ହୋଇପାରେ। 

Star Explode T Coronae Borealis T CrB NASA