ସମୁଦ୍ରଯାନ: ଗଭୀର ସାଗରକୁ ଯିବ ବୁଡ଼ାଜାହାଜ ‘ମତ୍ସ୍ୟ’

ଦୀର୍ଘ ୨ ବର୍ଷ ଧରି ଏହାର ନିର୍ମାଣ ଚାଲିଥିଲା। ଏବେ ଏହାର ପ୍ରଥମ ସମୁଦ୍ର ଟ୍ରାଏଲ ଆସନ୍ତାବର୍ଷ ପ୍ରଥମ ଭାଗରେ ବଙ୍ଗୋପସାଗରରେ କରାଯିବ। ଚେନ୍ନାଇ ଉପକୂଳରେ ଏହାର ଟ୍ରାଏଲ କରିବାକୁ ବୈଜ୍ଞାନିକମାନେ ନିଷ୍ପତ୍ତି ନେଇଛନ୍ତି।

Matsya

ବୁଡ଼ାଜାହାଜ ମତ୍ସ୍ୟର ପ୍ରତିକାତ୍ମକ ଫଟୋ

Hemant Lenka
  • Published: Monday, 11 September 2023
  • Updated: 11 September 2023, 03:12 PM IST

Sports

Latest News

ମିଶନ ଚନ୍ଦ୍ରର ସଫଳତା ପରେ ଏବେ ଭାରତର ବୈଜ୍ଞାନିକମାନେ ସମୁଦ୍ରଯାନ ପ୍ରକଳ୍ପ ଉପରେ କାମ ଆରମ୍ଭ କରି ଦେଇଛନ୍ତି। ବଙ୍ଗୋପସାଗରର ଗଭୀର ଜଳରାଶି ଭିତରକୁ ଭାରତୀୟ ବୈଜ୍ଞାନିକମାନେ ୩ ଜଣଙ୍କୁ ପଠାଇବେ। ସମୁଦ୍ରର ଗଭୀର ଜଳ ରାଶି ଓ ଏହାର ସମ୍ପଦ ସମ୍ପର୍କରେ ତଥ୍ୟ ଯୋଗାଡ଼ ଏହି ମିଶନର ଲକ୍ଷ୍ୟ।

ସମୁଦ୍ର ପତ୍ତନରୁ ୬୦୦୦ ମିଟର ବା ୬ କିମି ଗଭୀର ଜଳରାଶିକୁ ଭାରତର ବୈଜ୍ଞାନିକମାନେ ୩ ଜଣଙ୍କୁ ପଠାଇବେ। ଏଥିପାଇଁ ସ୍ୱତନ୍ତ୍ର ଗୋଲାକୃତି ବୁଡ଼ାଜାହାଜ ମଧ୍ୟ ତିଆରି କରାଯାଇଛି। ଏହାର ନାଁ ମତ୍ସ୍ୟ ୬୦୦୦ ରଖାଯାଇଛି। ଦୀର୍ଘ ୨ ବର୍ଷ ଧରି ଏହାର ନିର୍ମାଣ ଚାଲିଥିଲା। ଏବେ ଏହାର ପ୍ରଥମ ସମୁଦ୍ର ଟ୍ରାଏଲ ଆସନ୍ତାବର୍ଷ ପ୍ରଥମ ଭାଗରେ ବଙ୍ଗୋପସାଗରରେ କରାଯିବ। ଚେନ୍ନାଇ ଉପକୂଳରେ ଏହାର ଟ୍ରାଏଲ କରିବାକୁ ବୈଜ୍ଞାନିକମାନେ ନିଷ୍ପତ୍ତି ନେଇଛନ୍ତି।

Also Read

ଆଟଲାଣ୍ଟିକ ମହାସାଗରର ଅଥଳ ଜଳରାଶିରେ ଚଳିତ ବର୍ଷ ଜୁନ ମାସରେ ସ୍ୱତନ୍ତ୍ର ଟାଇଟନ୍ ବୁଡାଜାହାଜ ବୁଡ଼ି ଯାଇଥିଲା। ଏଥିରେ ଥିବା ସମସ୍ତ ୫ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା। ଟାଇଟାନିକ୍ ଜାହାଜର ଧ୍ୱଂସାବଶେଷ ଦେଖିବାକୁ ଏମାନେ ଯାଇଥିଲେ। ହେଲେ ସେମାନେ ସମସ୍ତେ ଅଥଳ ଜଳରାଶିରେ ଆଖି ବୁଜିଥିଲେ। ତେଣୁ ଭାରତୀୟ ବୈଜ୍ଞାନିକମାନେ ମତ୍ସ୍ୟ ୬୦୦୦ ତିଆରି କରିବା ବେଳେ ଅଧିକ ସତର୍କତା ଅବଲମ୍ବନ କରିଛନ୍ତି। ଏହାର ଡିଜାଇନ ସ୍ୱତନ୍ତ୍ର ଭାବେ କରାଯାଇଛି।

ଚେନ୍ନାଇରେ ଥିବା ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ ଓସେନ ଟେକ୍ନୋଲୋଜି (ଏନଆଇଓଟି) ଏହାକୁ ବିକଶିତ ଓ ଡିଜାଇନ କରିଛି। ବୈଜ୍ଞାନିକମାନେ ବୁଡ଼ା ଜାହାଜ ମତ୍ସ୍ୟ ୬୦୦୦ର ଡିଜାଇନ, ସରଞ୍ଜାମ, ଟେଷ୍ଟିଂ, ପ୍ରମାଣପତ୍ର ଓ ଏସଓପିର ସମୀକ୍ଷା କରିଛନ୍ତି।

ଆର୍ଥ ସାଇନ୍ସ ମନ୍ତ୍ରଣାଳୟର ସଚିବ ଏମ ରବିଚନ୍ଦ୍ରନ କହିଛନ୍ତି, “ସମୁଦ୍ରଯାନ ମିଶନ ଗଭୀର ସାଗର ମିଶନ ଅଧୀନରେ ଆରମ୍ଭ କରାଯାଇଛି। ଆମେ ୨୦୨୪ ପ୍ରଥମ କ୍ୱାର୍ଟର୍‌ରେ ଏହାର ପ୍ରଥମ ଟ୍ରାଏଲ ୫୦୦ ମିଟର ଗଭୀର ଜଳରାଶିରେ କରିବୁ। ଏହି ମିଶନ ୨୦୨୬ ସୁଦ୍ଧା ବାସ୍ତବ ରୂପ ନେବ।”

ମତ୍ସ୍ୟ ୬୦୦୦ର ସ୍ୱାଭାବିକ ଅପରେସନରେ ୧୨ରୁ ୧୬ ଘଣ୍ଟା। କିନ୍ତୁ ମାନବ ସୁରକ୍ଷା ପାଇଁ ଏଥିରେ ୯୬ ଘଣ୍ଟା ଯାଏ ଅମ୍ଳଜାନ ସଂରକ୍ଷିତ ହୋଇ ରହିପାରିବ। ଏହାର ଓଜନ ୨୫ ଟନ। 

ସମୁଦ୍ରଯାନ ପ୍ରୋଜେକ୍ଟ ହେଉଛି ଭାରତର ପ୍ରଥମ ମାନବଯୁକ୍ତ ସାଗର ମିଶନ। ଏହି ପ୍ରୋଜେକ୍ଟ ମାଧ୍ୟମରେ ଗଭୀର ସମୁଦ୍ରରେ ଥିବା ସମ୍ପଦ ବିଷୟରେ ତଥ୍ୟ ସଂଗ୍ରହ କରାଯିବ ଓ ଜୈବ ବିବିଧତାର ଆକଳନ କରାଯିବ। ଉକ୍ତ ମିଶନ ଆଦୌ ଇକୋସିଷ୍ଟମକୁ ପ୍ରଭାବିତ କରିବ ନାହିଁ। କାରଣ ଏଥିପାଇଁ ସ୍ୱତନ୍ତ୍ର ଭାବେ ବୁଡ଼ା ଜାହାଜ ପ୍ରସ୍ତୁତ କରାଯାଇଛି। ଏହି ବୁଡ଼ା ଜାହାଜଟି ସଂପୂର୍ଣ୍ଣ ଭାବେ ପରିବେଶ ଉପଯୋଗୀ।

ବିଶାଳ ଗଭୀର ସାଗର ମିଶନ ଅଧୀନରେ ଏହି ପ୍ରକଳ୍ପ ବା ପ୍ରୋଜେକ୍ଟ ରହିଛି। ଯାହା କେନ୍ଦ୍ରର ନୀଳ ଅର୍ଥନୀତିକ ନୀତିକୁ ସହାୟତା କରିବ। ସାଗର ସମ୍ପଦକୁ ବ୍ୟବହାର କରି ଦେଶର ଅର୍ଥନୀତିକୁ ବୃଦ୍ଧି କରିବା, ଜୀବନଶୈଳର ଉନ୍ନତିକରଣ, ନିଯୁକ୍ତି ସୃଷ୍ଟି ଓ ସମୁଦ୍ରର ଇକୋସିଷ୍ଟମକୁ ସୁଧାରିବା ଏହି ନୀତିର ଲକ୍ଷ୍ୟ।

ସମୁଦ୍ରଯାଦ ପ୍ରକଳ୍ପ ସହ ଭଗୀର ସାଗର ମିଶନ ପାଇଁ ଭାରତ ସରକାର ୪,୦୭୭ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ୫ ବର୍ଷ ମଧ୍ୟରେ ଏହି ଟଙ୍କାକୁ ପର୍ଯ୍ୟାୟକ୍ରମେ ଖର୍ଚ୍ଚ କରାଯିବ। ଏହି ମିଶନ ଜରିଆରେ ଆମେରିକା ରୁଷ, ଫ୍ରାନ୍ସ, ଜାପାନ ଓ ଚାଇନା କ୍ଲବରେ ଭାରତ ସାମିଲ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story