Advertisment

କମିଛି ସୂର୍ଯ୍ୟଙ୍କ ତେଜ ଓ କାର୍ଯ୍ୟ- ବରଫ ପାଲଟିବ ବିଶ୍ୱ!

ନୂଆଦିଲ୍ଲୀ: ସୂର୍ଯ୍ୟ ସକଳ ଶକ୍ତିର ଆଧାର। ସୂର୍ଯ୍ୟ ପାଇଁ ଗ୍ରହଗୁଡ଼ିକ ଆଲୋକିତ ହେଉଛି। ସୂର୍ଯ୍ୟଙ୍କ ଆଲୋକ ଆଧାରରେ ପୃଥିବୀବାସୀ କାର୍ଯ୍ୟ କରୁଛନ୍ତି। ଜୈବ ରାସାୟନିକ ଶକ୍ତି, ଜୀବାଶ୍ମ ଶକ୍ତି ମଧ୍ୟ ସୂର୍ଯ୍ୟ କିରଣ ପାଇଁ ସମ୍ଭବ ପର ହେଉଛି। ତେବେ ଏବେ ସୂର୍ଯ୍ୟଙ୍କ ତେଜ ଓ କାର୍ଯ୍ୟ ଅନେକଟା କମିଯାଇଛି ବୋଲି ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି। ସୂର୍ଯ୍ୟ ପୃଷ୍ଠରେ ଏବେ ପୂର୍ବର ସକ୍ରିୟତା ନାହିଁ। ସୂର୍ଯ୍ୟଙ୍କର ଏହା ଏକ ନିୟମିତ ପ୍ରକ୍ରିୟା। ପୂର୍ବେ ଯେତେବେଳେ ସୂର୍ଯ୍ୟଙ୍କ ସକ୍ରିୟତା […]

କମିଛି ସୂର୍ଯ୍ୟଙ୍କ ତେଜ ଓ କାର୍ଯ୍ୟ- ବରଫ ପାଲଟିବ ବିଶ୍ୱ!

Sun_CNNPH

Advertisment

ନୂଆଦିଲ୍ଲୀ: ସୂର୍ଯ୍ୟ ସକଳ ଶକ୍ତିର ଆଧାର। ସୂର୍ଯ୍ୟ ପାଇଁ ଗ୍ରହଗୁଡ଼ିକ ଆଲୋକିତ ହେଉଛି। ସୂର୍ଯ୍ୟଙ୍କ ଆଲୋକ ଆଧାରରେ ପୃଥିବୀବାସୀ କାର୍ଯ୍ୟ କରୁଛନ୍ତି। ଜୈବ ରାସାୟନିକ ଶକ୍ତି, ଜୀବାଶ୍ମ ଶକ୍ତି ମଧ୍ୟ ସୂର୍ଯ୍ୟ କିରଣ ପାଇଁ ସମ୍ଭବ ପର ହେଉଛି। ତେବେ ଏବେ ସୂର୍ଯ୍ୟଙ୍କ ତେଜ ଓ କାର୍ଯ୍ୟ ଅନେକଟା କମିଯାଇଛି ବୋଲି ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି। ସୂର୍ଯ୍ୟ ପୃଷ୍ଠରେ ଏବେ ପୂର୍ବର ସକ୍ରିୟତା ନାହିଁ। ସୂର୍ଯ୍ୟଙ୍କର ଏହା ଏକ ନିୟମିତ ପ୍ରକ୍ରିୟା। ପୂର୍ବେ ଯେତେବେଳେ ସୂର୍ଯ୍ୟଙ୍କ ସକ୍ରିୟତା ହ୍ରାସ ପାଇଥିଲା ସେତେବେଳେ ପୃଥିବୀରେ ଏକ ଛୋଟ ବରଫ ଯୁଗ ଅନୁଭୂତ ହୋଇଥିଲା।

Advertisment

ଏବେ ସୂର୍ଯ୍ୟ ପୂର୍ବପରି ଆଉ ଆଉ ସକ୍ରିୟ ନାହାନ୍ତି ବୋଲି ଜଣାପଡ଼ିଛି। ସେ ଏବେ କମ୍ ସକ୍ରିୟ ରହିଛନ୍ତି, ଯାହାକୁ ସୋଲାର ମିନିମମ୍‌ ବା ସର୍ବନିମ୍ନ ସୂର୍ଯ୍ୟ କୁହାଯାଉଛି। ୧୧ ବର୍ଷ ପୂର୍ବରୁ ସୂର୍ଯ୍ୟ ଯେଉଁମାତ୍ରାରେ ସକ୍ରିୟ ଥିଲେ ଏବେ କ୍ରମଶଃ କମିଯାଇଛି ବୋଲି ଜଣାପଡ଼ିଛି। ପୂର୍ବରୁ ସୂର୍ଯ୍ୟ ଯେଉଁ ପରିମାଣରେ ଉଜ୍ଜ୍ୱଳ ଦେଖାଯାଉଥିଲା ଏବେ ଉଜ୍ଜଳତା ହ୍ରାସ ପାଇଛି ବୋଲି ଜଣାପଡ଼ିଛି। ଅର୍ଥାତ୍ ଏହି ସମୟରେ ସୂର୍ଯ୍ୟ ବହୁତ ଶାନ୍ତ ଏବଂ କମ୍ ଶକ୍ତି ପ୍ରଦାନ କରନ୍ତି।

ଆଗାମୀ ଦଶନ୍ଧି ମଧ୍ୟରେ ଆମେ ଏକ "ଗ୍ରାଣ୍ଡ୍ ସୋଲାର୍ ମିନିମମ୍"କୁ ଯାଇପାରିବା ବୋଲି କିଛି ବୈଜ୍ଞାନିକ ଆକଳନ କରିଛନ୍ତି। ଶେଷ ଥର ପାଇଁ ଏହା ୧୬୫୦ ରୁ ୧୭୨୫ ମସିହା ମଧ୍ୟରେ ହୋଇଥିଲା। ଏହି ସମୟରେ ପୃଥିବୀର ଉତ୍ତର ଗୋଲାର୍ଦ୍ଧ ଛୋଟ ବରଫ ଯୁଗ ଭାବରେ ଜଣାଶୁଣା ଥିଲା। ସେତେବେଳେ ଆଗ୍ନେୟଗିରି ଏରୋସୋଲରୁ ଥଣ୍ଡା ଏବଂ କମ୍ ସୌର କାର୍ଯ୍ୟକଳାପର ମିଶ୍ରଣ ପାଇଁ କମ୍ ତାପମାତ୍ରା ସୃଷ୍ଟି ହୋଇଥିଲା।

Advertisment

ହେଲେ ଏବେ ସୂର୍ଯ୍ୟ ପୂର୍ବଅପେକ୍ଷା କମ୍ ସକ୍ରିୟ ରହିଥିଲେ ମଧ୍ୟ ବରଫ ଯୁଗ ସୃଷ୍ଟି କରିବ ନାହିଁ ବୋଲି ବୈଜ୍ଞାନିକମାନେ ମତ ରଖିଛନ୍ତି। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏଭଳି ହେବ ବୋଲି ଜଣାପଡ଼ିଛି।

ପୃଥିବୀରେ ବସବାସ କରୁଥିବା ମଣିଷ ଆବଶ୍ୟକତାରୁ ୬ ଗୁଣ ଅଧିକ ଜୀବାଶ୍ମ ଇନ୍ଧନ ବ୍ୟବହାର କରୁଥିବାରୁ ଅଧିକ ଗ୍ରୀନ୍ ହାଉସ ଗ୍ୟାସ ନିର୍ଗତ ହେଉଛି। ଏହାଦ୍ୱାରା ବିଶ୍ୱର ତାପମାତ୍ରା ଉଷ୍ମ ହେବାରେ ଲାଗିଛି। କାରଣ ସୂର୍ଯ୍ୟଙ୍କ ଉତ୍ତାପ ଅପେକ୍ଷା ପୃଥିବୀରୁ ଉତ୍ପନ୍ନ ଉତ୍ତାପ ଅଧିକ ହେଉଛି ବୋଲି ବୈଜ୍ଞାନିକ କହିଛନ୍ତି।

ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି ଯେ, ନାସାର ରିପୋର୍ଟ ଅନୁଯାୟୀ ୨୦୧୪ରେ ସନସ୍ପଟ୍ ଆଂଶିକ ଦେଖା ଦେଇଥିବାବେଳେ ୨୦୧୯ରେ ସର୍ବାଧିକ ସନସ୍ପଟ ଦେଖାଦେଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe