Advertisment

ବିଗାଡ଼ିପାରେ 'ସୁପର୍‌ ଏଲ୍‌ ନିନୋ': ଭାରତ ଉପରେ ପଡ଼ିପାରେ ପ୍ରଭାବ

ସଂସ୍ଥା ପକ୍ଷରୁ ଆକଳନ କରାଯାଇଛି ଯେ, ସେଠାରେ ସମୁଦ୍ର ଜଳ ତାପମାତ୍ରା ସ୍ୱାଭାବିକଠାରୁ ୧.୫ ଡିଗ୍ରୀ ସେଲ୍‌ସିୟସ୍‌ ବଢ଼ିବାର ସମ୍ଭାବନା ୭୫ରୁ ୮୦ ପ୍ରତିଶତ ରହିଛି।

author-image
Manoranjan Sial
Drout

Drout

ଆଗକୁ ଭୟଙ୍କର ବିଗିଡ଼ିବ କି ବିଶ୍ୱର ପାଣିପାଗ? ଆସନ୍ତା ବର୍ଷ ସାରା ବିଶ୍ୱର ପାଣିପାଗ ବିଗାଡ଼ିପାରେ 'ସୁପର୍‌ ଏଲ୍‌ ନିନୋ'। ଭାରତର ମୌସୁମୀ ବର୍ଷା ଉପରେ ମଧ୍ୟ ପଡ଼ିପାରେ ଗଭୀର ପ୍ରଭାବ। ଏନେଇ ଆମେରିକୀୟ ପାଣିପାଗ ପୂର୍ବାନୁମାନ ସଂସ୍ଥା ନୋଆ।

Advertisment

ଆକଳନ କରାଯାଇଛି ଯେ, ୨୦୨୪ ମାର୍ଚ୍ଚରୁ ମେ’ ଭିତରେ ଉତ୍ତର ଗୋଲାର୍ଦ୍ଧରେ ଶକ୍ତିଶାଳୀ ଏଲ୍‌ ନିନୋ ସୃଷ୍ଟି ହୋଇପାରେ। ଏଲ୍ ନିନୋର ଅର୍ଥ, ଦକ୍ଷିଣ ଆମେରିକା ନିକଟରେ ପ୍ରଶାନ୍ତ ମହାସାଗରରେ ଜଳର ତାପମାତ୍ରା ଅତ୍ୟଧିକ ବୃଦ୍ଧି ପାଇବ।

ସଂସ୍ଥା ପକ୍ଷରୁ ଆକଳନ କରାଯାଇଛି ଯେ, ସେଠାରେ ସମୁଦ୍ର ଜଳ ତାପମାତ୍ରା ସ୍ୱାଭାବିକଠାରୁ ୧.୫ ଡିଗ୍ରୀ ସେଲ୍‌ସିୟସ୍‌ ବଢ଼ିବାର ସମ୍ଭାବନା ୭୫ରୁ ୮୦ ପ୍ରତିଶତ ରହିଛି। ତେବେ ୩୦ ପ୍ରତିଶତ ସମ୍ଭାବନା ଅଛି ଯେ, ଏହା ହୁଏତ ୨ ଡିଗ୍ରୀ ମଧ୍ୟ ବଢ଼ିଯାଇପାରେ। ଯାହାକି ଇତିହାସରେ ବିରଳ । ୧୯୯୭-୯୮ ଓ ୨୦୧୫-୧୬ ମସିହାରେ ଏଭଳି ସ୍ଥିତି ଉପୁଜିଥିଲା। ବିଶ୍ୱସ୍ତରରେ ବନ୍ୟା ଓ ମରୁଡ଼ି ବିପତ୍ତି ଆସିଥିଲା।

Advertisment

ତେବେ ଚିନ୍ତାର ବିଷୟ ହେଉଛି ଯେ, ଭାରତରେ ମଧ୍ୟ ଏହା ଗୁରୁତର ସଂକଟ ସୃଷ୍ଟି କରିପାରେ। ସୁପର୍‌ ଏଲ୍‌ ନିନୋ ଯୋଗୁ ଆସନ୍ତାବର୍ଷ ମୌସୁମୀ ବାୟୁ ଦୁର୍ବଳ ହେବାର ଆଶଙ୍କା ରହିଛି। ଏହାଦ୍ୱାରା ମୌସୁମୀ ବର୍ଷା ପରିମାଣ ହ୍ରାସ ପାଇପାରେ ଓ କୃଷିକାର୍ଯ୍ୟ ପ୍ରଭାବିତ ହୋଇପାରେ। ସୁପର ଏଲ୍‌ ନିନୋ ପ୍ରଭାବରେ ଭାରତର ସ୍ୱଭାବିକ ପାଣିପାଗ ବିଗିଡ଼ିଯାଇ ଅତ୍ୟଧିକ ବର୍ଷା, ଭୀଷଣ ବନ୍ୟା ଓ କିଛି ସ୍ଥାନରେ ମରୁଡ଼ି ସ୍ଥିତି ମଧ୍ୟ ଦେଖାଦେବାର ଆଶଙ୍କା କରାଯାଉଛି। ଦକ୍ଷିଣ ଭାରତ ତୁଳନାରେ ଉତ୍ତରରେ ଏହାର ଅଧିକ ପ୍ରଭାବ ପଡ଼ିପାରେ।

ପୂର୍ବରୁ ଯେତେଥର ଏଲ୍ ନିନୋ ସୃଷ୍ଟି ହୋଇଛି, ଅଧା ଥର ଭାରତରେ ୯୦ ପ୍ରତିଶତରୁ କମ୍ ବର୍ଷ ହୋଇ ମୌସୁମୀ ଋତୁରେ ମରୁଡ଼ି ସ୍ଥିତି ଦେଖାଦେଇଥିବାର ନଜିର ରହିଛି। ତେବେ ୨୦୨୪ ସୁପର ଏଲ୍ ନିନୋ ସଂପର୍କରେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇନି।

Weather Report