Advertisment

ଏନକ୍ଲୋଜରରୁ ବାହାରି ଜଙ୍ଗଲ ଗଲା ‘ଜିନତ୍'

ଶିମିଳିପାଳର ଉତ୍ତର ଡିଭିଜନ୍ କୋର୍ ଏରିଆରେ ବାଘୁଣୀ ‘ଜିନତ୍’ ଛଡ଼ାଯାଇଥିବା ଜଣାଯାଇଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Tiger

Tiger

ମହାରାଷ୍ଟ୍ରରୁ ଆସିଥିବା ବାଘୁଣୀ 'ଜିନତ୍'କୁ ଏନକ୍ଲୋଜରରୁ ବାହାର କରାଯାଇ ଜଙ୍ଗଲରେ ଛାଡ଼ିଛି ବନ ବିଭାଗ। ଶିମିଳିପାଳର ଉତ୍ତର ଡିଭିଜନ୍ କୋର୍ ଏରିଆରେ ବାଘୁଣୀ ‘ଜିନତ୍’ ଛଡ଼ାଯାଇଥିବା ଜଣାଯାଇଛି। ରାତି ୯ଟା ୩୦ରେ ଛଡ଼ାଯାଇଥିବା ଶିମିଳିପାଳ RCCF ସୂଚନା ଦେଇଛନ୍ତି।  ଜଙ୍ଗଲ ତାକୁ ୨୪ ଘଣ୍ଟିଆ ମନିଟରିଂ କରାଯିବ ସେ କହିଛନ୍ତି।

Advertisment

ଗତ ୧୩ ତାରିଖରେ ମହାରାଷ୍ଟ୍ରରର ତଡବା ଜଙ୍ଗଲରେ 'ଜିନତ୍'କୁ ଟ୍ରାଙ୍କୁଲାଇଜର କରାଯିବା ପରେ ଏକ ସ୍ୱତନ୍ତ୍ର ଗାଡିରେ ରାଇପୁର, ସମ୍ବଲପୁର ଏବଂ ଯଶିପୁର ବାଟ ଦେଇ ଶିମିଳିପାଳକୁ ଅଣା ଯାଇଥିଲା। ଶିମିଳିପାଳର ଏକ ସ୍ୱତନ୍ତ୍ର ଟିମ୍‌ ମହାରାଷ୍ଟ୍ର ଯାଇ ଆଇନଗତଃ ପ୍ରକ୍ରିୟା ଶେଷ କରିବା ପରେ ଏହି ବାଘୁଣୀକୁ ଅଣାଯାଇଥିଲା। ଶିମିଳିପାଳରେ ୧୪ ତାରିଖ ସନ୍ଧ୍ୟା ୭ଟା ବେଳକୁ ପହଞ୍ଚିଥିଲା ବାଘୁଣୀ ‘ଜିନତ’। ପରେ  ତାକୁ ଏନକ୍ଲୋଜରରେ ଛଡ଼ା ଯାଇଥିଲା।  କିଛି ଦିନ ତଳେ ଏନକ୍ଲୋଜରରେ ଏକ ଘୁଷୁରିକୁ ଶିକାର କରି ଖାଇଥିଲା ଜିନତ।

ଶିମିଳିପାଳ ଅଭୟାରଣ୍ୟ ବାଘ ବଂଶ ବୃଦ୍ଧି ପାଇଁ ଦେଶର ଉତ୍ତମ ସ୍ଥାନ ବୋଲି ଏନ୍‌ଟିସିଏ ସ୍ପଷ୍ଟ କରିଥିଲା । ଏହି ପରିପ୍ରେକ୍ଷୀରେ ଶିମିଳିପାଳକୁଦୁଇଟି ମହାବଳ ବାଘୁଣୀ ଜିନତ ଓ ଯମୁନାକୁଙ୍କୁ ଅଣା ଯାଇଛି। 

Advertisment

ଶିମିଳିପାଳ ଅଭୟାରଣ୍ୟରେ ୨୮ଟି ବାଘ ଥିବା ବେଳେ ସେଥି ମଧ୍ୟରୁ ୧୫ଟି ହେଉଛନ୍ତି ବାଘ କଳା। ଏ ସବୁ ବାଘଙ୍କ ରଙ୍ଗ କଳା ହେବାର କାରଣ ଜିନଗତ ସମସ୍ୟା ବୋଲି ବିଶେଷଜ୍ଞ ଅନୁମାନ କରୁଛନ୍ତି।

ଗୋଟିଏ ଗୋଷ୍ଠୀ ମଧ୍ୟରେ ପ୍ରଜନନ ପ୍ରକ୍ରିୟା ହେଉଥିବା ଯୋଗୁ ବାଘ ବଂଶରେ ଜେନେଟିକ ସମସ୍ୟା ସୃଷ୍ଟି ହେଉଥିବା କୁହାଯାଉଛି। ଏଥି ପାଇଁ ବାହାର ରାଜ୍ୟରୁ ବାଘୁଣୀ ଆଣି ଶିମିଳିପାଳ ଅଭୟାରଣ୍ୟରେ ଛଡାଯାଇଛି। ଫଳରେ ଏଠାରେ ଥିବା କଳା ବାଘଙ୍କୁ ନୂଆ ସାଥି ମିଳିବେ ଭବିଷ୍ୟତରେ ଶିମିଳିପାଳରେ ଆଉ ବାଘ ବଂଶରେ ଜେନେଟିକ ସମସ୍ୟା ଦେଖାଯିବନି ବୋଲି ଆଶା ରହିଛି।

Simpilpal National Park